ଓଡ଼ିଶାବାସୀଙ୍କୁ କଶ୍ମୀର ସ୍ଥିତି ଜଣାଇବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାମ୍ମୁ କଶ୍ମୀର ପ୍ରତି ଲାଗିଥିବା ସମ୍ବିଧାନର ଧାରା-୩୭୦ ଓ ଅନୁଚ୍ଛେଦ ୩୫(କ) ଉଠିବା ପରେ ସେଠାର ସ୍ଥିତି ସମ୍ପର୍କରେ ଅବଗତ କରିବା ପାଇଁ ଆସନ୍ତା ୨୧ ତାରିଖ ଦିନ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ବିଜେପି ନିଜର ଜନସମ୍ପର୍କ ଓ ଜନଜାଗରଣ ଯାତ୍ରା ଅବସରରେ ଧାରା-୩୭୦ ଉଚ୍ଛେଦ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଦେଶବ୍ୟାପୀ ସମାଜର ସବୁ ବର୍ଗର ଲୋକଙ୍କୁ ଅବଗତ କରାଇବାକୁ ନିଷ୍ପତ୍ତି ନେଇଥିବାରୁ […]

kasmiri

Manoranjan Sial
  • Published: Wednesday, 18 September 2019
  • , Updated: 18 September 2019, 07:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାମ୍ମୁ କଶ୍ମୀର ପ୍ରତି ଲାଗିଥିବା ସମ୍ବିଧାନର ଧାରା-୩୭୦ ଓ ଅନୁଚ୍ଛେଦ ୩୫(କ) ଉଠିବା ପରେ ସେଠାର ସ୍ଥିତି ସମ୍ପର୍କରେ ଅବଗତ କରିବା ପାଇଁ ଆସନ୍ତା ୨୧ ତାରିଖ ଦିନ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।

ବିଜେପି ନିଜର ଜନସମ୍ପର୍କ ଓ ଜନଜାଗରଣ ଯାତ୍ରା ଅବସରରେ ଧାରା-୩୭୦ ଉଚ୍ଛେଦ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଦେଶବ୍ୟାପୀ ସମାଜର ସବୁ ବର୍ଗର ଲୋକଙ୍କୁ ଅବଗତ କରାଇବାକୁ ନିଷ୍ପତ୍ତି ନେଇଥିବାରୁ ଶ୍ରୀ ଶେଖାୱତ୍ ଭୁବନେଶ୍ୱରର ଏକ ତାରକା ହୋଟେଲରେ ଯୁବପିଢ଼ି ଓ ବୁଦ୍ଧିଜୀବୀଙ୍କ ସହ ବିଚାରବିମର୍ଶ କରିବେ। ଧାରା-୩୭୦ ହଟିବା ପରେ ଜାମ୍ମୁ କାଶ୍ମୀର ବାସିନ୍ଦାଙ୍କ ଜୀବନଶୈଳୀରେ କିପରି ପରିବର୍ତ୍ତନ ହୋଇଛି ସେ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Related story