Advertisment

ବାବୁ ବେଶରେ ଆସୁଛନ୍ତି, ରାସ୍ତାରୁ ଗୋରୁ ଉଠାଇ ନେଉଛନ୍ତି

ଖୋର୍ଦ୍ଧା ଓ ବାଲେଶ୍ୱରର ଜଳେଶ୍ୱରରୁ ଏଭଳି ଦୁଇଟି ଘଟଣା ସାମ୍ନାକୁ ଆସିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Cattle smuggling

Cattle smuggling

ବାବୁ ଭଳି ବେଶ। ଭଦ୍ରଲୋକ ଭଳି ଚିକଣ ସାଟ୍‌ପ୍ୟାଣ୍ଟ ପିନ୍ଧୁଛନ୍ତି। ପିକ୍‌ଅପ୍ ଭ୍ୟାନ୍ ଧରି ରାତି ଅଧରେ ପହଞ୍ଚୁଛନ୍ତି। ଜନଶୂନ୍ୟ ସ୍ଥାନରେ ଶୋଇଥିବା ଗୋରୁଗାଇଙ୍କୁ ପିକ୍‌ଅପ୍‌ରେ ଉଠାଇ ନେଉଛନ୍ତି। ଖୋର୍ଦ୍ଧା ଓ ବାଲେଶ୍ୱରର ଜଳେଶ୍ୱରରୁ ଏଭଳି ଦୁଇଟି ଘଟଣା ସାମ୍ନାକୁ ଆସିଛି।

Advertisment

ବାଲେଶ୍ୱରର ଜଳଶ୍ୱର ଦେଇ ପଡ଼ୋଶୀ ପଞ୍ଚିମବଙ୍ଗକୁ ପିକ୍‌ଅପ୍‌ ଭ୍ୟାନ୍ ଯୋଗେ ଅତି ଅମାନୁସିକ ଭାବେ ଚୋରାଚାଲାଣ ହେଉଥିବା ୧୦ ଗୋରୁଙ୍କୁ ପୁଲିସ ଉଦ୍ଧାର କରିଛି। ଗତରାତିରେ କମର୍ଦ୍ଦା ଥାନା ପୁଲିସ ୫୭ ନମ୍ବର ରାଜ୍ୟ ରାଜପଥର କମର୍ଦ୍ଦା ଛକରୁ ଏହି ପିକ୍‌ଅପ୍‌କୁ ଜବତ କରିଛି। ତେବେ ଗୋରୁ ଚାଲାଣ କରୁଥିବା ଦୁର୍ବୃତ୍ତମାନେ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି।

କମର୍ଦ୍ଦା ଥାନା ଆଇଆଇସି ଲୋପାମୁଦ୍ରା ପଣ୍ଡା ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲେ। ଗାଡ଼ିଗୁଡ଼ିକ ଜବତ କରାଯାଇଛି। ଜବତ ହୋଇଥିବା ଗୋରୁମାନଙ୍କୁ ବାଲେଶ୍ୱର ଗୋଶାଳାକୁ ସ୍ଥାନାନ୍ତରିତ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

Advertisment
cowଗୋରୁମାନଙ୍କୁ ଚାଲାଣ କରାଯାଉଛି।

ସେହିପରି ଖୋର୍ଦ୍ଧା ଜିଲ୍ଲା ଜଟଣୀ କୁଦିଆରି ରାସ୍ତା ଉପରୁ ଦୁର୍ବୁତ୍ତମାନେ ନିର୍ଜନ ରାତିରେ କିପରି ଗୋରୁମାନଙ୍କୁ ପିକ୍‌ଅପ୍ ଜରିଆରେ ଅତି ଅମାନୁସିକ ଭାବେ ଉଠାଇ ନେଉଛନ୍ତି ତାହାର ଚିତ୍ର ସାମ୍ନାକୁ ଅସିଛି। ଏହି ଗୋରୁ ଚୋରିର ଦୃଶ୍ୟ ସିସି ଟିଭିରେ ରେକର୍ଡ ହୋଇଛି। ଗୋରୁ ଚାଲାଣକାରୀମାନେ ବାବୁ ବେଶରେ ଗାଡ଼ିରୁ ଓହ୍ଲାଇବା ପରେ ଶୋଇଥିବା ଗୋରୁମାନଙ୍କୁ ଉଠାଇ ନେଉଥିବା ଭିଡିଓରୁ ଦେଖିବାକୁ ମିଳୁଛି। ଏହା ଜଣାପଡ଼ିବା ପରେ ଏହି ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି।

Animal Smuggling Cow Slaughter