Advertisment

ଆତ୍ମହତ୍ୟା ନୁହେଁ, ହତ୍ୟା ବୋଲି ସୁବାସଙ୍କ ପରିବାର ଦେଲେ ଏତଲା

କଟକ (ଓଡ଼ିଶା ରିପୋର୍ଟର): ଆତ୍ମହତ୍ୟା ନୁହେଁ, ହତ୍ୟା କରାଯାଇଛି। ପରିବାର ଲୋକେ ଆଣିରେ ଏଭଳି ଅଭିଯୋଗ। କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ମୃତ୍ୟୁ ମାମଲା ଆଜି ଏଭଳି ଭାବେ ଭିନ୍ନମୋଡ଼ ନେଇଛି। ସୁବାସଙ୍କ ମା, ଭାଇ, ଭିଣୋଇ ଗଣମାଧ୍ୟମକୁ ମତ ଦେଇ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ସୁବାସଙ୍କୁ ତାଙ୍କ ସ୍ତ୍ରୀ ଓ ଶଳା ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ପରିବାର ଅଭିଯୋଗ କରିଛନ୍ତି। ଯାଜପୁରରୁ କଟକରେ ପହଞ୍ଚିବା ପରେ […]

ଅଦ୍ୟତନ ହୋଇଛି
ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା !

Subash Kumar Bihari

Advertisment

କଟକ (ଓଡ଼ିଶା ରିପୋର୍ଟର): ଆତ୍ମହତ୍ୟା ନୁହେଁ, ହତ୍ୟା କରାଯାଇଛି। ପରିବାର ଲୋକେ ଆଣିରେ ଏଭଳି ଅଭିଯୋଗ। କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ମୃତ୍ୟୁ ମାମଲା ଆଜି ଏଭଳି ଭାବେ ଭିନ୍ନମୋଡ଼ ନେଇଛି। ସୁବାସଙ୍କ ମା, ଭାଇ, ଭିଣୋଇ ଗଣମାଧ୍ୟମକୁ ମତ ଦେଇ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ସୁବାସଙ୍କୁ ତାଙ୍କ ସ୍ତ୍ରୀ ଓ ଶଳା ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ପରିବାର ଅଭିଯୋଗ କରିଛନ୍ତି। ଯାଜପୁରରୁ କଟକରେ ପହଞ୍ଚିବା ପରେ ମର୍କତ ନଗର ଥାନାରେ ଏ ନେଇ ଏତଲା ମଧ୍ୟ ଦେଇଛନ୍ତି।

Advertisment

ସୁବାସଙ୍କ ମା’ କହିଛନ୍ତି, ତାଙ୍କ ପୁଅକୁ ମାରି ଦିଆଯାଇଛି। ବୋହୂ ଓ ଶଳା ଏହି କାଣ୍ଡ ଘଟାଇଛନ୍ତି। ପୁଅ ବାହା ହେବା ପରେ ଶ୍ୱଶୁର ଘରେ ରହୁଥିଲା। ପୁଅକୁ ଘରକୁ ଛାଡୁନଥିଲେ ସ୍ତ୍ରୀ ଓ ଶଳା। ପୁଅକୁ ତାଙ୍କ ସହ କଥା କରାଇ ଦେଉନଥିଲେ। କଥା ହେଲେ ପୁଅ ନାଁରେ କେସ୍ କରିବେ ବୋଲି ଧମକ୍ ଦେଉଥିଲେ। ଏକଦା ଏକଥା ପୁଅ କହିଥିଲା। ଏବେ ପୁଅ ଚାଲିଯିବା ପରେ କିଏ ଆଉ ବୃଦ୍ଧ ବୟସରେ ତାଙ୍କୁ ପୋଷିବ ବୋଲି ମା’ କମଳା ବାହୁନି ବାହୁନି କହିଛନ୍ତି।

ସୁବାସଙ୍କ ଭାଇମାନେ କହିଛନ୍ତି, ୬ ମାସ ତଳେ ମା’ର ଗୋଡ଼ ଭାଙ୍ଗିଥିଲା। ଦେଢ଼ ଲକ୍ଷ ଟଙ୍କା ଦେଇ ତା’ର ଗୋଡ଼ ଅପରେସନ କରିଥିଲା ଭାଇ। ଯାହାକୁ ନେଇ ତାର ପତ୍ନୀ ଓ ଶଳା ବିରୋଧ କରିଥିଲେ। ଭାଇ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକେ ବ୍ୟବଚ୍ଛେଦ କେନ୍ଦ୍ର ବାହାରେ ଦେଖିବାକୁ ପହଞ୍ଚିଥିଲେ ହେଁ ଭାଇବୋହୂ ଓ ଶଳା ବିରୋଧ କରିଥିଲେ। ଗାଳିଗୁଲଜ କରି ମାଡ଼ ମାରିଥିଲେ। ତେଣୁ ଭାଇ ମୃତ ଦେହ ମଧ୍ୟ ସେମାନେ ଦେଖି ପାରି ନ ଥିଲେ। ନିରାଶ ହୋଇ ଘରକୁ ଫେରିଥିଲେ। ମୃତ୍ୟୁର ତିନିଦିନ ପୂର୍ବରୁ ଭାଇ ଘରକୁ ଫୋନ୍ କରି ଘରକୁ ଆସିବ ଓ ମା’କୁ ନେଇଯିବ ବୋଲି କହିଥିଲା। ହେଲେ ହଠାତ୍ ଫୋନ କରି ଗାଡ଼ି ଖରାପ ଥିବା ସୂଚନା ଦେଇ ପରେ ସୁବାସ ଯିବ ବୋଲି ଭାଇବୋହୂ କହିଥିଲେ। ହେଲେ ହଠାତ୍ ଏହା ପରେ ଭାଇର ମୃତ୍ୟୁ ଖବର ମିଳିଥିଲା। ମୃତ୍ୟୁର ୨ ଘଣ୍ଟା ପରେ ତାଙ୍କୁ ଖବର ଦିଆଯାଇଥିବା ଅଭିଯୋଗ ହୋଇଛି।

Advertisment

ସେହିପରି ଜଣେ ସମ୍ପର୍କିୟ ଭାଇ କହିଛନ୍ତି, ବ୍ଲାକ୍ ମେଲ୍ କରି ସୁବାସଙ୍କୁ ତାଙ୍କ ପତ୍ନୀ ବାହା ହୋଇଛନ୍ତି। କ୍ୟାରିଅର ଉପରେ ପ୍ରଭାବ ପଡ଼ିବା ଭୟରେ ସୁବାସ ବାଧ୍ୟ ହୋଇ ବାହା ହେବା ପରେ ପରିବାର ଠାରୁ ଦୂରେଇ ଯାଇଥିଲେ। ସୁବାସର ପତ୍ନୀ ଓ ଭାଇ ଏଭଳି ଦୂରତା ସୃଷ୍ଟି କରିଥିଲେ। ଚାପରେ ପଡ଼ି ସୁବାସ କଷ୍ଟରେ ଥିବା ଘରକୁ ଫୋନ୍ କରି ଜଣାଉଥିଲେ ବୋଲି ଅଭିଯୋଗ ହୋଇଛି।

ଏ ସବୁ ଘଟଣାକୁ ତଦନ୍ତରେ ସାମିଲ କରିବାକୁ ପରିବାର ଲୋକେ ଏତଲା ଦେଇଛନ୍ତି।

ସୂଚନା ଥାଉକି, ଗତକାଲି ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରୁ କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା। ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଯଦି ବି ସେ ଆତ୍ମହତ୍ୟା କରିଛନ୍ତି, ତାହା ପଛରେ କ’ଣ କାରଣ ରହିଛି ତାହାକୁ ନେଇ ଅଲୋଚନା ଆରମ୍ଭ ହୋଇଛି।

ତେବେ ଏନେଇ ମୃତ ସୁବାସଙ୍କ ପତ୍ନୀ କିମ୍ବା ଶଳାଙ୍କ ମତାମତ ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe