Advertisment

କରୋନା ଉଲ୍ଲଘଂନ: ୩୬ କୋଟି ଜୋରିମାନା ଆଦାୟ କରିଛି ପୁଲିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ଲୋକେ କର୍ମସଂସ୍ଥାନ ହରାଇବା ସହ ଉପାର୍ଜନରୁ ବଂଚିତ ହୋଇଥିବାବେଳେ ଓଡ଼ିଶା ପୁଲିସ ୬ମାସ ମଧ୍ୟରେ ୩୬.୧୫ କୋଟି ଟଙ୍କା ଟଙ୍କାର ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ଓଡ଼ିଶା ପୁଲିସ୍ ୨୦୨୦ ମାର୍ଚ୍ଚରୁ ସେପ୍ଟେମ୍ବର ମାସ ମଧ୍ୟରେ କୋଭିଡ୍ ନିୟମ ଉଲ୍ଲଘଂନ ମାମଲାରେ ଅମାନିଆ ଲୋକଙ୍କଠୁ ପ୍ରାୟ ୩୬.୧୫ କୋଟି ଟଙ୍କା ଜୋରିମାନା ଆଦାୟ କରିଛି। […]

କରୋନା ଉଲ୍ଲଘଂନ: ୩୬ କୋଟି ଜୋରିମାନା ଆଦାୟ କରିଛି ପୁଲିସ୍‌

Police

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ଲୋକେ କର୍ମସଂସ୍ଥାନ ହରାଇବା ସହ ଉପାର୍ଜନରୁ ବଂଚିତ ହୋଇଥିବାବେଳେ ଓଡ଼ିଶା ପୁଲିସ ୬ମାସ ମଧ୍ୟରେ ୩୬.୧୫ କୋଟି ଟଙ୍କା ଟଙ୍କାର ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି।

Advertisment

ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ଓଡ଼ିଶା ପୁଲିସ୍ ୨୦୨୦ ମାର୍ଚ୍ଚରୁ ସେପ୍ଟେମ୍ବର ମାସ ମଧ୍ୟରେ କୋଭିଡ୍ ନିୟମ ଉଲ୍ଲଘଂନ ମାମଲାରେ ଅମାନିଆ ଲୋକଙ୍କଠୁ ପ୍ରାୟ ୩୬.୧୫ କୋଟି ଟଙ୍କା ଜୋରିମାନା ଆଦାୟ କରିଛି। ଜୁଲାଇ ମାସରେ ସର୍ବାଧିକ ୭.୧୧ କୋଟି ଟଙ୍କା ଆଦାୟ କରିଥିବା ଓଡ଼ିଶା ପୁଲିସ୍ ମାର୍ଚ୍ଚରେ ୩.୧୪ କୋଟି, ଏପ୍ରିଲରେ ୫.୧୯କୋଟି, ମଇରେ ୩.୪୯କୋଟି, ଜୁନରେ ୫.୨୮କୋଟି, ଅଗଷ୍ଟରେ ୫.୬୬କୋଟି ଓ ସେପ୍ଟେମ୍ବର ମାସରେ ୬.୨୬ କୋଟି ଟଙ୍କା ଜୋରିମାନା ଆଦାୟ କରିଛି। ସାଧାରଣ ଲୋକେ ବଂଚିବା ପାଇଁ ସଂଘର୍ଷ କରୁଥିବାବେଳେ କୋଭିଡ୍ ନିୟମ ଉଲ୍ଲଘଂନ ଆଳରେ ପୁଲିସ୍ ଏତେ ପରିମାଣର ଜୋରିମାନା ଆଦାୟ କରିବା ପରୋକ୍ଷରେ ରାଜ୍ୟ ପୁଲିସର ଅମାନବୀୟ ଚେହେରାକୁ ପଦାରେ ପକାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe