ଭୁବନେଶ୍ୱର (ଓଡ଼ିଶା ସରକାର): ବିଭିନ୍ନ ଦାବି ନେଇ ରାଜ୍ୟର ତିନି ପୁଲିସ କର୍ମଚାରୀ ସଂଘ ଦେଇଥିବା ଡେଡ୍ଲାଇନ ଗତକାଲି ଶେଷ ହୋଇଛି। ଏହି ସମୟ ମଧ୍ୟରେ ସରକାର ସେମାନଙ୍କ ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇ ନଥିବାରୁ ପ୍ରତିବାଦ୍ ଡ୍ୟୁଟି କରିବେ ପୁଲିସ୍ କର୍ମଚାରୀ। ଏମାନେ ଆଜିଠାରୁ କଳାବ୍ୟାଜ୍ ପିନ୍ଧି ଡ୍ୟୁଟିରେ ଯୋଗ ଦେବେ ବୋଲି ଚେତାବନୀ ଦେଇଛନ୍ତି।
ଦରମା ବୃଦ୍ଧି, ଠିକା ନିଯୁକ୍ତି ଉଚ୍ଛେଦ, ସମସ୍ତ ପ୍ରକାର ଭତ୍ତା ଓ ଗ୍ରେଡ୍ ପେ ବୃଦ୍ଧି, ସ୍ୱାସ୍ଥ୍ୟ ବିମା ସୁବିଧା ଦେବାକୁ କନଷ୍ଟେବଳ-ହାବିଲଦାର-ସିପାହୀ ମହାସଂଘ ଦାବି କରିଥିଲା। ଗତକାଲି ସନ୍ଧ୍ୟା ସୁଦ୍ଧା ଦାବି ପୂରଣ ନହେଲେ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗଦେବେ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା।
ଏହି ପରିପେକ୍ଷୀରେ ଆଜି କର୍ମଚାରୀମାନେ କଳାବ୍ୟାଜ୍ ପିନ୍ଧିବେ। ତଥାପି ସରକାର ସେମାନଙ୍କ ଦାବି ନଶୁଣିଲେ ଆସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ମହାସଂଘର ଏହି ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇଛନ୍ତି ଓଡ଼ିଶା ପୁଲିସ ସଂଘ ଓ ଓଡ଼ିଶା ପୁଲିସ ସେବା ସଂଘ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Guest Column
ଗଣତାନ୍ତ୍ରିକ ପରମ୍ପରା କ୍ଷୁଣ୍ଣ ନହେଉ
ବିଧାନସଭାରେ ପ୍ରତିଦିନର କାର୍ଯ୍ୟକ୍ରମ (ରୁଲ୍ସ ଆଣ୍ଡ ବିଜିନେସ୍) ସ୍ପିକର୍ଙ୍କ ଆହ୍ୱାନକ୍ରମେ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥାଏ। ସେଥିରେ ପ୍ରଶ୍ନ-ଉତ୍ତର କାଳ ନିର୍ଣ୍ଣିତ ହୋଇଥାଏ । ଏହାପରେ ବିଭିନ୍ନ ପ୍ରସଂଗକୁ ନେଇ ପ୍ରଶ୍ନ ଉତ୍ଥାପନ କରିବା ପାଇଁ ଜିରୋ ଆୱାର ବ୍ୟବସ୍ଥା ମଧ୍ୟ ଥାଏ। ଏହାପରେ ବିରୋଧୀ ଦଳ ରାଜ୍ୟରେ ଘଟୁଥିବା ଅନେକ ବିଶୃଙ୍ଖଳାକୁ ସାମ୍ନାକୁ ଆଣିବା ପାଇଁ ମୁଲତବୀ ପ୍ରସ୍ତାବ ମାନ ଦେଇଥାନ୍ତି । ଏହି ସମୟରେ ମଧ୍ୟ ସରକାରୀ ଦଳ ମୁଲତବୀ ପ୍ରସ୍ତାବ ଦେବାର ବ୍ୟବସ୍ଥା ରହିଛି।

Politics
ସୁଜାତାଙ୍କ ଭିଆରଏସ୍ : ପଣା ସଂକ୍ରାନ୍ତି ପରେ ଓଡ଼ିଶା ଛାଡ଼ିବେ ପାଣ୍ଡିଆନଙ୍କ ପରିବାର
୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା ରାଉତ କାର୍ତ୍ତିକେୟନଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ ଓଡ଼ିଶା ସରକାର ପ୍ରାୟ ୧୪ଦିନ ପକାଇ ରଖିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସୁଜାତାଙ୍କ ଆବେଦନ ଉପରେ ସରକାର ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

Education
ଷ୍ଟାଫ୍ ସିଲେକ୍ସନ୍ କମିଶନରୁ ହଟିନି ଦୁର୍ନୀତି ଓ ଅନିୟମିତତାର ଦାଗ !
ପିଲାଙ୍କୁ ଗ୍ରେସ ମାର୍କ ଦେବା ବାହାନାରେ ଅନିୟମିତତା କରାଯାଉଥିବା ଅଭିଯୋଗ ହେଉଛି।
Guest Column
ଜନଶୃତି କ’ଣ ଇତିହାସ ?
ବହୁ ସମୟରେ ଜନଶୃତିମାନଙ୍କୁ ଇତିହାସ ବୋଲି ଆମ ସମାଜରେ ଧରିନିଆଯାଇଛି। ଏହା ଦ୍ଵାରା ଜିଜ୍ଞାସା ବଦଳରେ ଔଲକିକତାକୁ ପୀଢି ପୀଢି ଧରି ପ୍ରକୃତ ଜ୍ଞାନ ବୋଲି ଆମର ସମାଜ ଜାଣୁଛି। ଫଳରେ, ପୁରାଣକୁ ଇତିହାସ ମନେକରି ଅନେକ ମଣିଷ ଯୁକ୍ତି କରିବା ମଧ୍ୟ ମୁଁ ଶୁଣିଛି।

Politics
ତାମିଲନାଡୁରେ ନବୀନ: କ’ଣ ଲୁଚାଇବାକୁ ଚାହୁଁଛନ୍ତି ପାଣ୍ଡିଆନ?
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ସହ କୋଏମ୍ବାଟୁର ବିମାନ ବନ୍ଦରରେ ଅବତରଣ କରିଥିବାର ଭିଡିଓ ନାଟକୀୟ ଢଙ୍ଗରେ ଓଡ଼ିଶାର ଗଣମାଧ୍ୟମକୁ ବିତରଣ କରାଯାଇଛି । କିଏ ଓ କାହିଁକି ଏଭଳି କରିଛି ତାହା ଭିନ୍ନ ପ୍ରସଙ୍ଗ ହୋଇଥିବାବେଳେ ଭିଡିଓରେ ନବୀନଙ୍କ ସହ ପାଣ୍ଡିଆନ ମଧ୍ୟ ରହିଥିବା ଦେଖିବାକୁ ମିଳିଛି ।