ସରିଗଲା ଡେଡ୍‌ଲାଇନ୍‌: ଆଜିଠୁ କଳାବ୍ୟାଜ୍‌ ପିନ୍ଧି ଡ୍ୟୁଟି କରିବେ ପୁଲିସ୍‌

ଭୁବନେଶ୍ୱର (ଓଡ଼ିଶା ସରକାର): ବିଭିନ୍ନ ଦାବି ନେଇ ରାଜ୍ୟର ତିନି ପୁଲିସ କର୍ମଚାରୀ ସଂଘ ଦେଇଥିବା ଡେଡ୍‌ଲାଇନ ଗତକାଲି ଶେଷ ହୋଇଛି। ଏହି ସମୟ ମଧ୍ୟରେ ସରକାର ସେମାନଙ୍କ ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇ ନଥିବାରୁ ପ୍ରତିବାଦ୍‌ ଡ୍ୟୁଟି କରିବେ ପୁଲିସ୍‌ କର୍ମଚାରୀ। ଏମାନେ ଆଜିଠାରୁ କଳାବ୍ୟାଜ୍‌ ପିନ୍ଧି ଡ୍ୟୁଟିରେ ଯୋଗ ଦେବେ ବୋଲି ଚେତାବନୀ ଦେଇଛନ୍ତି। ଦରମା ବୃଦ୍ଧି, ଠିକା ନିଯୁକ୍ତି ଉଚ୍ଛେଦ, ସମସ୍ତ ପ୍ରକାର ଭତ୍ତା ଓ ଗ୍ରେଡ୍ ପେ ବୃଦ୍ଧି, […]

police

Rakesh Mallick
  • Published: Thursday, 07 February 2019
  • , Updated: 07 February 2019, 08:14 AM IST

ଭୁବନେଶ୍ୱର (ଓଡ଼ିଶା ସରକାର): ବିଭିନ୍ନ ଦାବି ନେଇ ରାଜ୍ୟର ତିନି ପୁଲିସ କର୍ମଚାରୀ ସଂଘ ଦେଇଥିବା ଡେଡ୍‌ଲାଇନ ଗତକାଲି ଶେଷ ହୋଇଛି। ଏହି ସମୟ ମଧ୍ୟରେ ସରକାର ସେମାନଙ୍କ ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇ ନଥିବାରୁ ପ୍ରତିବାଦ୍‌ ଡ୍ୟୁଟି କରିବେ ପୁଲିସ୍‌ କର୍ମଚାରୀ। ଏମାନେ ଆଜିଠାରୁ କଳାବ୍ୟାଜ୍‌ ପିନ୍ଧି ଡ୍ୟୁଟିରେ ଯୋଗ ଦେବେ ବୋଲି ଚେତାବନୀ ଦେଇଛନ୍ତି।

ଦରମା ବୃଦ୍ଧି, ଠିକା ନିଯୁକ୍ତି ଉଚ୍ଛେଦ, ସମସ୍ତ ପ୍ରକାର ଭତ୍ତା ଓ ଗ୍ରେଡ୍ ପେ ବୃଦ୍ଧି, ସ୍ୱାସ୍ଥ୍ୟ ବିମା ସୁବିଧା ଦେବାକୁ କନଷ୍ଟେବଳ-ହାବିଲଦାର-ସିପାହୀ ମହାସଂଘ ଦାବି କରିଥିଲା। ଗତକାଲି ସନ୍ଧ୍ୟା ସୁଦ୍ଧା ଦାବି ପୂରଣ ନହେଲେ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟରେ ଯୋଗଦେବେ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା।

ଏହି ପରିପେକ୍ଷୀରେ ଆଜି କର୍ମଚାରୀମାନେ କଳାବ୍ୟାଜ୍‌ ପିନ୍ଧିବେ। ତଥାପି ସରକାର ସେମାନଙ୍କ ଦାବି ନଶୁଣିଲେ ଆସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ମହାସଂଘର ଏହି ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇଛନ୍ତି ଓଡ଼ିଶା ପୁଲିସ ସଂଘ ଓ ଓଡ଼ିଶା ପୁଲିସ ସେବା ସଂଘ।

Related story