Odhani
କରଞ୍ଜିଆ(ଦୀପକ କୁମାର ମହାନ୍ତ): ଝାଡ଼ଖଣ୍ଡରେ ହତ୍ୟା କଲା ପରେ ମୃତଦେହକୁ ଫିଙ୍ଗିଥିଲେ ୧୦ କିମି ଦୂର ଓଡ଼ିଶା ସୀମା ଭିତରେ। ଏପରିକି ଖସି ଯିବା ପାଇଁ ପୂର୍ବ ଯୋଜନା ପ୍ରସ୍ତୁତ କରି ଅଭିଯୁକ୍ତଦ୍ୱୟ ସାଇକେଲରେ ମୃତଦେହକୁ ବୋହି ଆଣି ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲେ। ହେଲେ ଶେଷରେ ଏକ ଓଢଣୀ ଅଭିଯୁକ୍ତ ନିକଟରେ ପୁଲିସ୍କୁ ପହଞ୍ଚାଇଦେଲା। ପୂର୍ବ ଶତ୍ରୁତାରୁ ଏପରି କାଣ୍ଡ ଘଟାଇଥିବା ଅଭିଯୁକ୍ତ ଦୁଇ ସ୍ୱୀକାର କରିବା ପରେ ପୁଲିସ୍ ସେମାନଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ ଗତ ୧୫ ତାରିଖରେ ଯଶୀପୁର ରରୁଆଁ ରାସ୍ତାର ଚୁଟିଆପୋଲ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶବ ପଡିଥିବା ଖବର ମିଳିଥିଲା। ଏହାପରେ ପ୍ରଥମେ ରରୁଆଁ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା । ହେଲେ ଏହା ଓଡ଼ିଆ ସୀମା କି ଝାଡ଼ଖଣ୍ଡ ତାହା ଜଣା ନ ପଡିବାରୁ ଶବ ଦୁଇ ଦିନ ପଡ଼ି ରହିଲା । ସେଠାରେ ଉଭୟ ରାଜ୍ୟର ରାଜସ୍ୱ ଅଧିକାରୀ ପହଞ୍ଚି ସୀମା ଚିହ୍ନଟ ପରେ ଅଗ୍ନିଶମ ବାହିନୀ ସହାୟତାରେ ଶବ ଉଦ୍ଧାର ହୋଇଥିଲା। ଶବଟି ଉଦ୍ଧାର ହେଲାପରେ ତାହା ଝାଡଖଣ୍ଡ ରାଜ୍ୟରେ ଥିବା ମଝିଗାଁ ଥାନା ଅନ୍ତର୍ଗତ ପାଣ୍ଡୁଆବୁରୁ ଗାଁ ହାଉଘୁଟୁ ସାହିର ଜୟପାଲ ହେମ୍ବ୍ରମଙ୍କର ବୋଲି ଜଣାପଡିଥିଲା।
ହେଲେ ମୃତଦେହଟ ଯଶୀପୁର ଥାନା ଅଞ୍ଚଳରୁ ବାହାରିଥିବାରୁ ଯଶୀପୁର ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶବ ନିକଟରୁ ଉଦ୍ଧାର ହୋଇଥିବା ଏକ ଓଢଣୀକୁ ନେଇ ଅଧିକ ତଦନ୍ତ ଜାରି ରଖିଥିଲା ଯଶୀପୁର ପୋଲିସ। ତେବେ ସେଇ ଓଢଣୀଟି ଅଭିଯୁକ୍ତ ଦୁଇ ଭାଇ ଶରତ ହେମ୍ବ୍ରମ ଓ ଭୋଳାନାଥ ହେମ୍ବ୍ରମଙ୍କ ଭଉଣୀର ବୋଲି ଜାଣିବା ପରେ ପୁଲିସ୍ ଗତକାଲି ଦୁଇଭାଇଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ଏହାପରେ ସେମାନେ ସବୁ ସତ ମାନି ଯାଇଥିଲେ।
ଅଭିଯୁକ୍ତ ଦୁଇ ଭାଇଙ୍କୁ ଯଶୀପୁର ପୁଲିସ୍ ଘଟଣାସ୍ଥଳକୁ ନେଇ କିପରି ଘଟଣା ଘଟାଇ ଥିଲେ ତାର ରି-କ୍ରିଏସନ କରିଥିଲା । ଏହା ପରେ ଦୁଇଭାଇ ଅଭିଯୁକ୍ତ ବୋଲି ଜାଣି ସାରିବା ପରେ ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିବ ଯଶୀପୁର ପୁଲିସ୍ ।
ଅଧିକ ପଢ଼ନ୍ତୁ : ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳିବ କଂଗ୍ରେସ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/Odhani.jpg)