Advertisment

ଓଡ଼ିଶାରେ ପ୍ରସ୍ତୁତ ହେଉଥିବା ପାଉଁରୁଟିରେ କେମିକାଲ୍ ବ୍ୟବହାର କରାଯାଉନାହିଁ

କଟକ: ଓଡ଼ିଶାରେ କୌଣସି ବେକରୀରେ ପୋଟାସିୟମ ବ୍ରୋମେଟ ଏବଂ ପୋଟାସିୟମ ଆଇଓଡେଟ କେମିକାଲ୍ ବ୍ୟବହାର କରାଯାଉନାହିଁ। ତେଣୁ ରାଜ୍ୟରେ ପ୍ରସ୍ତୁତ ହେଉଥିବା ପାଉଁରୁଟିରେ କ୍ୟାନସର ଏବଂ ଥାୟରଏଡ଼ ହେବାର ଆଶଙ୍କା ନାହିଁ । କଟକରେ ଆୟୋଜିତ ସମ୍ବାଦିକ ସମ୍ମଳନୀରେ ଅଲ୍ ଓଡ଼ିଶା ବେକେରୀ ଆସୋସିଏସନ୍ ଏହି ସୂଚନା ଦେଇଛି। । ତେବେ ଗତ କିଛିଦିନ ତଳେ ଦିଲ୍ଲୀରେ ସିଏସଇ ପରୀକ୍ଷଣରେ ପାଉଁରୁଟିରେ ଏହି ଦୁଇଟି ରାସାୟନିକ ପଦାର୍ଥ ରହୁଥିବାର ଜଣାପଡ଼ିବା ପରେ ଏହାକୁ ଖାଇଲେ   କ୍ୟାନସର  ହେବାର […]

ଅଦ୍ୟତନ ହୋଇଛି
ଓଡ଼ିଶାରେ ପ୍ରସ୍ତୁତ ହେଉଥିବା ପାଉଁରୁଟିରେ କେମିକାଲ୍ ବ୍ୟବହାର କରାଯାଉନାହିଁ

b

Advertisment

କଟକ: ଓଡ଼ିଶାରେ କୌଣସି ବେକରୀରେ ପୋଟାସିୟମ ବ୍ରୋମେଟ ଏବଂ ପୋଟାସିୟମ ଆଇଓଡେଟ କେମିକାଲ୍ ବ୍ୟବହାର କରାଯାଉନାହିଁ। ତେଣୁ ରାଜ୍ୟରେ ପ୍ରସ୍ତୁତ ହେଉଥିବା ପାଉଁରୁଟିରେ କ୍ୟାନସର ଏବଂ ଥାୟରଏଡ଼ ହେବାର ଆଶଙ୍କା ନାହିଁ । କଟକରେ ଆୟୋଜିତ ସମ୍ବାଦିକ ସମ୍ମଳନୀରେ ଅଲ୍ ଓଡ଼ିଶା ବେକେରୀ ଆସୋସିଏସନ୍ ଏହି ସୂଚନା ଦେଇଛି। ।

Advertisment

ତେବେ ଗତ କିଛିଦିନ ତଳେ ଦିଲ୍ଲୀରେ ସିଏସଇ ପରୀକ୍ଷଣରେ ପାଉଁରୁଟିରେ ଏହି ଦୁଇଟି ରାସାୟନିକ ପଦାର୍ଥ ରହୁଥିବାର ଜଣାପଡ଼ିବା ପରେ ଏହାକୁ ଖାଇଲେ   କ୍ୟାନସର  ହେବାର ଆଶଙ୍କା ଅଛି ବୋଲି  କୁହାଯାଇଥିଲା। ତେବେ ଓଡ଼ିଶାରେ ବ୍ୟବହୃତ ବ୍ରେଡ଼ରେ ସେପରି କୌଣସି ସମସ୍ୟା ନ ଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ବେକରୀ ମାଲିକ ଡଃ. ବି ଏନ ପଣ୍ଡା କହିଛନ୍ତି, “ରାଜ୍ୟରେ ପୋଟାସିୟମ ବ୍ରୋମେଟ ଏବଂ ପୋଟାସିୟମ ଆଇଓଡେଟ  ପାଉଁରୁଟି ତିଆରି କରିବାରେ  ଆବଶ୍ୟକ ହୁଏ ନାହିଁ। ରାଜ୍ୟରେ ଅଲଗା ପ୍ରକାର ପାଉଁରୁଟି ତିଆରି କରାଯାଇଥାଏ।  ସବୁ ବ୍ରେଡ୍ ନିରାପଦ । ସମସ୍ତ ଲୋକ ତାକୁ ଖାଇ ପାରିବେ। ବ୍ରେଡ୍  ଖାଇଲେ କ୍ୟାନସର  ହେବାର କୌଣସି ଆଶଙ୍କା ନାହିଁ।”

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe