Advertisment

ଜୁନ ୧ରୁ ଜୁଲାଇ ୧୯ ଭିତରେ ସ୍ୱାଭାବିକଠୁ ୨୬.୩ % କମ୍ ବର୍ଷା ହୋଇଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱଳ୍ପବୃଷ୍ଟି ଯୋଗୁ ଚାଷୀମାନେ ସମସ୍ୟାରେ ପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବର୍ଷା ହୋଇନଥିବାରୁ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେଲାଣି। ଗତ ଜୁନ ୧ରୁ ଜୁଲାଇ ୧୯ ତାରିଖ ଭିତରେ ରାଜ୍ୟରେ ବୃଷ୍ଟିପାତ ସ୍ୱାଭାବିକଠାରୁ ୨୬.୩ ପ୍ରତିଶତ କମ୍ ଥିବା ଗୃହରେ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି। ସରକାର ସ୍ୱଳ୍ପ ବର୍ଷା ଜନିତ ମରୁଡ଼ି ପରିସ୍ଥିତି ସଂପର୍କରେ ବିବୃତି ରଖି ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ରାଜ୍ୟର […]

ଜୁନ ୧ରୁ ଜୁଲାଇ ୧୯ ଭିତରେ ସ୍ୱାଭାବିକଠୁ ୨୬.୩ % କମ୍ ବର୍ଷା ହୋଇଛି

draut

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱଳ୍ପବୃଷ୍ଟି ଯୋଗୁ ଚାଷୀମାନେ ସମସ୍ୟାରେ ପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବର୍ଷା ହୋଇନଥିବାରୁ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେଲାଣି। ଗତ ଜୁନ ୧ରୁ ଜୁଲାଇ ୧୯ ତାରିଖ ଭିତରେ ରାଜ୍ୟରେ ବୃଷ୍ଟିପାତ ସ୍ୱାଭାବିକଠାରୁ ୨୬.୩ ପ୍ରତିଶତ କମ୍ ଥିବା ଗୃହରେ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି।

Advertisment

ସରକାର ସ୍ୱଳ୍ପ ବର୍ଷା ଜନିତ ମରୁଡ଼ି ପରିସ୍ଥିତି ସଂପର୍କରେ ବିବୃତି ରଖି ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ରାଜ୍ୟର ୨୧ଟି ଜିଲ୍ଲାର ୨୦୬ ବ୍ଲକରେ ବୃଷ୍ଟିପାତର ପରିମାଣ କମ୍ ରହିଛି। ଏପରିକି ୨୪ଟି ବ୍ଲକ୍‌ରେ ୫୯ ପ୍ରତିଶତ ନିଅଣ୍ଟ ବର୍ଷା ହୋଇଛି। ଜୁନରେ ୩୧.୫%, ଜୁଲାଇରେ ୨୦.୮% କମ୍ ବର୍ଷା ହୋଇଛି। ଫଳରେ ଚାଷକାମରେ ବାଧା ଉପୁଜିଛି। ଅନେକ ସ୍ଥାନରେ ଧାନ ରୁଆ କାମ ହୋଇପାରି ନଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରତିଦିନ ବୃଷ୍ଟିପାତର ସମୀକ୍ଷା କରାଯାଉଛି ଓ ସ୍ଥିତି ଉପରେ ସରକାର ତୀକ୍ଷ୍ଣ ନଜର ରଖିଥିବା ମନ୍ତ୍ରୀ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe