ଅସ୍ତ୍ରୋପଚାର ପ୍ରସବରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା

ଜଗତସିଂହପୁର ଜିଲ୍ଲାରେ ତିନି ବର୍ଷରେ ଘରୋଇ ହସ୍ପିଟାଲରେ ୧୦,୮୪୦ ଶିଶୁ ଜନ୍ମ ହୋଇଥିବା ବେଳେ ଏଥିରୁ ୮,୧୭୪ଜଣ ଶିଶୁଙ୍କୁ ଅର୍ଥାତ୍ ୭୫% ଶିଶୁଙ୍କୁ ଅସ୍ତ୍ରୋପଚାର ବା ସଜେରିଆନ୍ ଡେଲିଭରି ଜରିଆରେ ପ୍ରସବ କରାଯାଇଛି।

 Maternity Surgery

Representative image

Manoranjan Sial
  • Published: Wednesday, 19 April 2023
  • Updated: 19 April 2023, 08:19 PM IST

News Highlights

  • ୧୫%ରେ ସୀମିତ ରଖିବାକୁ କହିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
  • ଗ୍ରାମାଞ୍ଚଳରେ ଛୁଇଁଲାଣି ୨୫%, ସହରରେ ୭୫%!
  • ଜଗତସିଂହପୁର ଜିଲ୍ଲାରେ ଅସ୍ତ୍ରୋପଚାର ଜରିଆରେ ପ୍ରସବ ହାର ୪୦%
  • କେବଳ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ଜରିଆରେ ପ୍ରସବ ହାର ୭୫%
  • ସୂଚନା ଅଧିକାର ଆଇନ ଓ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟ

Sports

Latest News

କେବଳ ଜଗତସିଂହପୁର ଜିଲ୍ଲାରେ ଗତ ତିନି ବର୍ଷରେ ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମୋଟ ୨୯,୭୪୦ ଶିଶୁ ଜନ୍ମ ହୋଇଥିବା ବେଳେ ଏଥିରୁ ୧୨,୦୮୯ ଶିଶୁ ଅର୍ଥାତ୍ ୪୦% ଶିଶୁଙ୍କୁ ଅସ୍ତ୍ରୋପଚାର ବା ସଜେରିଆନ୍ ଜରିଆରେ ଡେଲିଭରି କରାଯାଇଛି। ତେବେ ଆହୁରି ଆଶ୍ଚର୍ଯ୍ୟର କଥା ହେଉଛି, ଜଗତସିଂହପୁର ଜିଲ୍ଲାରେ ତିନି ବର୍ଷରେ ଘରୋଇ ହସ୍ପିଟାଲରେ ୧୦,୮୪୦ ଶିଶୁ ଜନ୍ମ ହୋଇଥିବା ବେଳେ ଏଥିରୁ ୮,୧୭୪ଜଣ ଶିଶୁଙ୍କୁ ଅର୍ଥାତ୍ ୭୫% ଶିଶୁଙ୍କୁ ଅସ୍ତ୍ରୋପଚାର ବା ସଜେରିଆନ୍ ଡେଲିଭରି ଜରିଆରେ ପ୍ରସବ କରାଯାଇଛି। ପ୍ରାକୃତିକ ଉପାୟରେ ସାଧାରଣ ପ୍ରସବକୁ ଗୁରୁତ୍ୱ ଦିଆଯିବା ଉଚିତ। କେବଳ ଜଟିଳ ପରିସ୍ଥିତିରେ ଅସ୍ତ୍ରୋପଚାର ବା ସଜେରିଆନ୍ ଡେଲିଭରି କରାଯାଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-‘ଡବ୍ଲୁଏଚଓ’ ଅସ୍ତ୍ରୋପଚାର ପ୍ରସବ ବା ସଜେରିଆନ୍ ଡେଲିଭରିକୁ ଅତିବେଶିରେ ୧୫% ଭିତରେ ସୀମିତ ରଖିବାକୁ ଉଚିତ ବୋଲି ପରାମର୍ଶ ଦେଇଛି। ତେବେ ଦେଖାଯାଉଛି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳି କିଛି ମାଗଣା ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବା ପରେ ଏହି ସଂଖ୍ୟା ବଢ଼ିଯାଉଛି ବୋଲି କହିଛନ୍ତି- ସ୍ୱାସ୍ଥ୍ୟ ସମାଜସେବୀ ତଥା `ସହଯୋଗ’ର ସଂପାଦିକା ବିଜୟଲକ୍ଷ୍ମୀ ରାଉତ।

Also Read

ଅନ୍ୟପଟରେ ଜାତୀୟ ସ୍ୱାସ୍ଥ୍ୟ ପରିବାର ସର୍ଭେ ବା ଏନଏଫଏଚଏସ୍-୫କୁ ଦେଖିଲେ ୨୦୨୦ରୁ ୨୦୨୧ ଭିତରେ ଭାରତରେ ଓ ଓଡ଼ିଶାରେ ଯଥାକ୍ରମେ ୨୧.୫% ଓ ୨୧.୬% ଶିଶୁ ଅସ୍ତ୍ରୋପଚାର ଜରିଆରେ ବା ସଜେରିଆନ୍ ପଦ୍ଧତିରେ ଜନ୍ମ ନେଇଛନ୍ତି। ତେବେ ଭାରତରେ ଘରୋଇ ହସ୍ପିଟାଲରେ ୪୭.୪% ଶିଶୁ ଅସ୍ତ୍ରୋପଚାର ଜରିଆରେ ବା ସଜେରିଆନ୍ ପଦ୍ଧତିରେ ଜନ୍ମ ନେଇଥିବା ବେଳେ, ଆଶ୍ଚର୍ଯ୍ୟଜନକ ଭାବେ ଓଡ଼ିଶାରେ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ବା ସଜେରିଆନ୍ ପଦ୍ଧତିରେ ୭୦.୭% ପିଲାଙ୍କ ପ୍ରସବ କରାଯାଇଛି। ଲୋକଙ୍କ ଜବୀନ ଶୈଳୀ, ଶାରୀରିକ ଶ୍ରମ ନ କରି ଚୌକିରେ ବସି ରହିବା, ବିଳମ୍ବିତ ବୟସରେ ବିବାହ, ଯନ୍ତ୍ରଣା ସହିବାର ଇଚ୍ଛାଶକ୍ତି କମିବା, ଶୀଘ୍ର ଡାକ୍ତରଖାନା ଛାଡ଼ି କାମରେ ଯୋଗ ଦେବା ଭଳି ମନୋଭାବ ପାଇଁ ଅଧିକ ଅସ୍ତ୍ରୋପଚାର ବା ସଜେରିଆନ୍ ପଦ୍ଧତିରେ ପ୍ରସବ କରାଯାଉଛି ବୋଲି ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ- ଡା. ଅଲକ୍ତା ଦାସ, ଡା. ସ୍ମିତା ଶତପଥୀ ଓ ଡା. ଶିଶିର ମହାପାତ୍ର, କହିଛନ୍ତି।

ରିପୋର୍ଟ- ଲକ୍ଷ୍ମୀନାରାୟଣ କାନୁନ୍‌ଗୋ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story