Advertisment

ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର; ଏଥର ଏମାନେ ସମ୍ମାନିତ ହେବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ୨୦୧୫ ପାଇଁ ଉପନ୍ୟାସ ବିଭାଗରେ ପୁରସ୍କାର ପାଇବେ ନିତ୍ୟାନନ୍ଦ ପଣ୍ଡା। ‘ଗୋଟିଏ ଯୋଡି ଗାଁର କାହାଣୀ’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। କ୍ଷୁଦ୍ରଗଳ୍ପ (ଉପରମୁହାଁ) ପାଇଁ ପବିତ୍ର ପାଣିଗ୍ରାହୀ, କାବ୍ୟ କବିତା (ଗୋଧୂଳି ଗୀତ) ବୀଣାପାଣି ପଣ୍ଡା, ନାଟକ ଓ ଏକାଙ୍କିକା କ୍ଷେତ୍ରରେ ଯୁଗ୍ମ ଭାବେ ସଂଜୟ ହାତୀ (ପଞ୍ଚମାୟା) ଏବଂ ନବୀନ କୁମାର ପରିଡ଼ା (ନାଟୁଆ ଓ […]

ଅଦ୍ୟତନ ହୋଇଛି
ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର; ଏଥର ଏମାନେ ସମ୍ମାନିତ ହେବେ

sahitya

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ୨୦୧୫ ପାଇଁ ଉପନ୍ୟାସ ବିଭାଗରେ ପୁରସ୍କାର ପାଇବେ ନିତ୍ୟାନନ୍ଦ ପଣ୍ଡା। ‘ଗୋଟିଏ ଯୋଡି ଗାଁର କାହାଣୀ’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ।

Advertisment

କ୍ଷୁଦ୍ରଗଳ୍ପ (ଉପରମୁହାଁ) ପାଇଁ ପବିତ୍ର ପାଣିଗ୍ରାହୀ, କାବ୍ୟ କବିତା (ଗୋଧୂଳି ଗୀତ) ବୀଣାପାଣି ପଣ୍ଡା, ନାଟକ ଓ ଏକାଙ୍କିକା କ୍ଷେତ୍ରରେ ଯୁଗ୍ମ ଭାବେ ସଂଜୟ ହାତୀ (ପଞ୍ଚମାୟା) ଏବଂ ନବୀନ କୁମାର ପରିଡ଼ା (ନାଟୁଆ ଓ ଅନ୍ୟ ନାଟକ) ପାଇବେ ପୁରସ୍କାର। ସେହିପରି ପ୍ରବନ୍ଧ (ସାହିତ୍ୟ ସମାଲୋଚନା ତାତ୍ତ୍ୱିକ ଓ ପ୍ରୟୋଗିତ ପ୍ରସଙ୍ଗ) ପାଇଁ ପଞ୍ଚାନନ ମିଶ୍ର, ଜୀବନୀ ଓ ଭ୍ରମଣ ସାହିତ୍ୟ (ଲୌହ ମାନବ ସର୍ଦ୍ଦାର ପଟେଲ) ପାଇଁ ଧରଣୀଧର ପାଣିଗ୍ରାହୀ, ଅନୁବାଦ (ତଥାପି କିଛି ରହିଯିବ) ବିଜୟ ମହାନ୍ତି, ଶିଶୁ ସାହିତ୍ୟ (ଗଛଟିଏ ଶିଶୁଟିଏ) ପାଇଁ ରବୀନ୍ଦ୍ର ବିଶ୍ୱାଳ ପାଇବେ ପୁରସ୍କାର। ସେହିପରି ୨୦୧୫ ପାଇଁ ଗୀତି କବିତା (ପ୍ରତି ପଲକରେ ତୁମେ) ପାଇଁ ପୁରସ୍କାର ପାଇବେ ମନୋଜ ମହାନ୍ତି।

୨୦୧୬ ବର୍ଷ ପାଇଁ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି। ଉପନ୍ୟାସ ‘ଅମ୍ୱା’ ପାଇଁ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ ପାଇବେ ପୁରସ୍କାର। ସେହିପରି କ୍ଷୁଦ୍ରଗଳ୍ପ (ରମାକୁ ମାରିବାର ପାଞ୍ଚଟି ଉପାୟ) ଦେବଦାସ ଛୋଟରାୟ, କବିତା (ଫେରନ୍ତି ଘର) ଭଗବାନ ଜୟସିଂହ, ନାଟକ (ଆତ୍ମଲିପି ଓ ଅନ୍ୟାନ୍ୟ) ଫକୀର ସିଂହ, ପ୍ରବନ୍ଧ (ଆଲୋଚନା ପ୍ରସଙ୍ଗ) ପ୍ରସନ୍ନ ସ୍ୱାଇଁ, ଜୀବନୀ ଓ ଭ୍ରମଣ କ୍ଷେତ୍ରରେ ଯୁଗ୍ମ ଭାବେ ସୁରେନ୍ଦ୍ର ମହାରଣା(ପ୍ରଫେସର ନବୀନ କୁମାର ସାହୁ) ଏବଂ ପ୍ରଦୋଷ ପଟ୍ଟନାୟକ (ଚାଲିଛି... ଚାଲିବି ନପଡ଼ିବି ଥକି), ଅନୁବାଦ(ମେଘବାହନ) ଶାରଦା ରଥ, ଶିଶୁ ସାହିତ୍ୟ(ଚୁଇଁ ଚଢ଼େଇ) ଦେବେନ୍ଦ୍ର ଚୌଧୁରୀ, ଗୀତି କବିତା(ମିଶ୍ର ରାଗ) ପାଇଁ ପୁରସ୍କାର ପାଇବେ ମିଶ୍ର ସତ୍ୟନାରାୟଣ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe