Advertisment

ଓଡ଼ିଶା ସରକାରଙ୍କ କୃଷି ବିକାଶ ଚିନ୍ତା: ଜୁନ ୧୫ ସୁଦ୍ଧା ନୀତି ଆୟୋଗକୁ ଦିଆଯିବ ପ୍ରସ୍ତାବ

ଭୁବନେଶ୍ୱର: ଓଡିଶାର କୃଷି କ୍ଷେତ୍ରରେ ପୂର୍ଣ୍ଣ ବିକାଶ କରାଯିବ। ଏଥିପାଇଁ ରାଜ୍ୟରେ ଥିବା ପର୍ଯ୍ୟାପ୍ତ ସମ୍ଭାବନାର ସଦୁପଯୋଗ କରାଯାଇପାରିବ। ଏ ନେଇ ନଦ୍ଧିଷ୍ଟ ପ୍ରସ୍ତାବ ନୀତି ଆୟୋଗର ଜାତୀୟ ଟାସ୍କ ଫୋର୍ସକୁ ପଠାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବରିଷ୍ଠ ଅଧିକାରୀମାନଙ୍କ ଅଧ୍ୟକ୍ଷତାରେ ୬ ଟି ଭିନ୍ନ ଭିନ୍ନ ସବ୍  କମିଟି ଗଠନ କରାଯାଇଛି। ଆସନ୍ତା ୩୧ ତାରିଖରେ ଏହି ସବ୍ କମିଟି ଗୁଡିକ ପ୍ରସ୍ତାବ ମାନ ଦେବେ। ଏହା ପରେ ରାଜ୍ୟ ସ୍ତରୀୟ ପ୍ରସ୍ତାବ […]

ଓଡ଼ିଶା ସରକାରଙ୍କ କୃଷି ବିକାଶ ଚିନ୍ତା: ଜୁନ ୧୫ ସୁଦ୍ଧା ନୀତି ଆୟୋଗକୁ ଦିଆଯିବ ପ୍ରସ୍ତାବ

osc

Advertisment

ଭୁବନେଶ୍ୱର: ଓଡିଶାର କୃଷି କ୍ଷେତ୍ରରେ ପୂର୍ଣ୍ଣ ବିକାଶ କରାଯିବ। ଏଥିପାଇଁ ରାଜ୍ୟରେ ଥିବା ପର୍ଯ୍ୟାପ୍ତ ସମ୍ଭାବନାର ସଦୁପଯୋଗ କରାଯାଇପାରିବ। ଏ ନେଇ ନଦ୍ଧିଷ୍ଟ ପ୍ରସ୍ତାବ ନୀତି ଆୟୋଗର ଜାତୀୟ ଟାସ୍କ ଫୋର୍ସକୁ ପଠାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବରିଷ୍ଠ ଅଧିକାରୀମାନଙ୍କ ଅଧ୍ୟକ୍ଷତାରେ ୬ ଟି ଭିନ୍ନ ଭିନ୍ନ ସବ୍  କମିଟି ଗଠନ କରାଯାଇଛି। ଆସନ୍ତା ୩୧ ତାରିଖରେ ଏହି ସବ୍ କମିଟି ଗୁଡିକ ପ୍ରସ୍ତାବ ମାନ ଦେବେ। ଏହା ପରେ ରାଜ୍ୟ ସ୍ତରୀୟ ପ୍ରସ୍ତାବ ଜୁନ ୧୫ ପୂର୍ବରୁ ପ୍ରସ୍ତୁତ ହେବ।  ଏହି ସମ୍ପର୍କରେ ଆଲୋଚନା ପାଇଁ ରାଜ୍ୟସ୍ତରୀୟ କୃଷି ଟାସ୍କଫୋର୍ସର ଏକ ବୈଠକ ସଚିବାଳୟରେ ବସିଥିଲା । ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ ରାଜେସ ବର୍ମା ଓ କୃଷି ନିର୍ଦ୍ଦେଶକ ପ୍ରମୋଦ ମେହେର୍ଦା ରାଜ୍ୟରେ ବର୍ତ୍ତମାନ କୃଷି କ୍ଷେତ୍ର ପାଇଁ ଥିବା ସମ୍ୱଳ, ସମ୍ଭାବନା, ସୁବିଧା ଓ ଆବଶ୍ୟକତା ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ନୂଆ ଜ୍ଞାନକୌଶଳକୁ କୃଷକଙ୍କ ପାଖରେ ପହଞ୍ଚାଇବା, କୃଷି ଉତ୍ପାଦିତ ଦ୍ରବ୍ୟର ବିପଣନ ପାଇଁ ଆନୁଷ୍ଠାନିକ ସହାୟତା ଦେଇ କୃଷକ ପରିବାରର ଆୟବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ଶ୍ରୀପତି ପରାମର୍ଶ ଦେଇଥିଲେ। ଜାତୀୟ  ଟାସ୍କ ଫୋର୍ସକୁ ପ୍ରସ୍ତାବ ଦେବା ବେଳେ ମୂର୍ତ୍ତିକା ପରୀକ୍ଷା,ଚାଷ ପାଇଁ ଉପଯୁକ୍ତ ପରିମାଣର ପାଣି ଓ ସାରର ବ୍ୟବହାର,ବୈଜ କୃଷି ଯନ୍ତ୍ରପାତିର ବ୍ୟାପକପ୍ରୟୋଗ,  କୃଷି ଓ ଖାଦ୍ୟ ପ୍ରକ୍ରୟାକରଣ ପାଇଁ ପୁଞ୍ଜି ଯୋଗାଣ ଓ କୃଷିକର ଦକ୍ଷତା ଅଭିବୃଦ୍ଧି ଆଦିକୁ ସାମିଲ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବ ବିଷ୍ଣୁପଦ ସେଠୀ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ସଚିବ ପଞ୍ଚାନନ ଦାସ ଜଳସେଚନ ବିଭାଗର ଅତିରିକ୍ତି ସଚିବ ଆର ଏସ୍ ଗୋପାଳନଙ୍କ ସମେତ ଓୟୁଏଟିର କୁଳପତି, ବିଭିନ୍ନ ବିଭାଗର ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe