ବିଜୁଳି କାଟିଦେଲା ଆନ୍ଧ୍ର, ଅନ୍ଧାରରେ ସ୍କୁଲ | Odisha Reporter
Advertisment
ପୁଣି କୋଟିଆରୁ ସାମ୍ନାକୁ ଆସିଲା ଆନ୍ଧ୍ର ସରକାରଙ୍କ ମନମାନି। କେତେବଳେ କୋଟିଆକୁ ନିଜର କହି ଧସେଇ ପଶୁଛି ତ କେତେବେଳେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ନିଜ ସପକ୍ଷରେ ନେବା ପାଇଁ କସରତ କରୁଛି। ସୀମାକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଲାଗିରହିଥିବା ବିବାଦ ମଧ୍ୟରେ ପୁଣି ଆନ୍ଧ୍ର ସରକାର ଏବେ ବିଦ୍ୟୁଦ କନେକ୍ସନ କାଟି ଦେଇଥିବା ଦେଖିବାକୁ ମିଳିଛି। କୋଟିଆର ନେରିଡିବାଲସା, ତାଡିବାଲସାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟରୁ ବିଦ୍ୟୁଦ ସଂଯୋଗକୁ ବିଛିନ୍ନ କରିଛି ଆନ୍ଧ୍ର। ଫଳରେ ପ୍ରବଳ ଗରମରେ ହନ୍ତସନ୍ତ ହେଉଛନ୍ତି ଛାତ୍ରଛାତ୍ରୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us