Advertisment

ବାହାର ରାଜ୍ୟକୁ ଦିନକରେ ଗଲା ୨୫୦ ଟନ ଅକ୍ସିଜେନ: ସ୍ୱତନ୍ତ୍ର ଗ୍ରୀନ କରିଡର ଓ ସ୍ୱତନ୍ତ୍ର ସେଲ ଗଠନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ରୋଗୀଙ୍କ ନିମନ୍ତେ ଅକ୍ସିଜେନ୍ ଯୋଗାଣ ପାଇଁ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଗ୍ରୀନ୍ କରିଡର ପ୍ରସ୍ତୁତ ହୋଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକର ଯାତାୟତରେ ଯେଭଳି ସମସ୍ୟା ନହେବ ସେଥିପାଇଁ ରାଜ୍ୟ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ ସହ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନା ଅନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ କାର୍ଯ୍ୟ ଜାରି […]

ବାହାର ରାଜ୍ୟକୁ ଦିନକରେ ଗଲା ୨୫୦ ଟନ ଅକ୍ସିଜେନ: ସ୍ୱତନ୍ତ୍ର ଗ୍ରୀନ କରିଡର ଓ ସ୍ୱତନ୍ତ୍ର ସେଲ ଗଠନ

Oxygen-in-odisha

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ରୋଗୀଙ୍କ ନିମନ୍ତେ ଅକ୍ସିଜେନ୍ ଯୋଗାଣ ପାଇଁ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଗ୍ରୀନ୍ କରିଡର ପ୍ରସ୍ତୁତ ହୋଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକର ଯାତାୟତରେ ଯେଭଳି ସମସ୍ୟା ନହେବ ସେଥିପାଇଁ ରାଜ୍ୟ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ ସହ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ସୂଚନା ଅନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ କାର୍ଯ୍ୟ ଜାରି ରହିଥିବା ବେଳେ ୧୫ଟି ଟ୍ୟାଙ୍କର ଯୋଗେ ୨୫୦ଟନରୁ ଅଧିକ ଅକ୍ସିଜେନ ପଠାଯାଇ ସାରିଛି। ଏବେ ବିମାନ ମାଧ୍ୟମରେ ମଧ୍ୟ ଅକ୍ସିଜେନ୍ ଯୋଗାଣ ପାଇଁ ଓଡ଼ିଶାକୁ କେତେକ ରାଜ୍ୟ ସରକାର ସେମାନଙ୍କର ବିମାନ ପଠାଇଥିବା ଜଣାପଡ଼ିଛି।

ବିଶେଷକରି ଅନୁଗୁଳ, ଯାଜପୁର ଓ ରାଉରକେଲା ଜିଲ୍ଲାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ତେଲେଙ୍ଗାନାର ହାଇଦ୍ରାବାଦ, ଦିଲ୍ଲୀର ଗାଜିଆବାଦ, ମଧ୍ୟପ୍ରଦେଶର ଇନ୍ଦୋର, ମହାରାଷ୍ଟ୍ରର ପୁନେ, ମୁମ୍ବାଇ ଓ ନାଗପୁରକୁ ଅକ୍ସିଜେନ୍ ପଠାଯାଇଛି। ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକ ଶୀଘ୍ର ଓ ଅବାଧରେ ଯେଭଳି ପହଂଚିପାରିବେ ସେଥିପାଇଁ ଏକ ସ୍ୱତନ୍ତ୍ର ଗ୍ରୀନ କରିଡ଼ର ନିର୍ମାଣ କରାଯାଇଛି।

Advertisment

ଅତିରିକ୍ତ ଡିଜି ଯଶୋବନ୍ତ ଜେଠୱାଙ୍କ ନେତୃତ୍ୱରେ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଥିବାବେଳେ ସମସ୍ତ ଜିଲ୍ଲାର ଏସପି, ଡିସିପି, ରେଞ୍ଜ ଡିଆଇଜି ଓ ଆଇଜିମାନଙ୍କୁ ଅକ୍ସିଜେନ୍ ଟ୍ୟାଙ୍କରଗୁଡ଼ିକ ଯେଭଳି କେଉଁଠି ଅଯଥାରେ ଅଟକି ନରୁହେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe