ମହାମାରୀରେ କେରଳଠୁ ଶିଖୁ ଓଡ଼ିଶା: ଏସଆଇଇଟିରେ ତାଲା, କେବେ ତ୍ରୁଟି ସୁଧାରିବେ ସରକାର?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ଶତପ୍ରତିଶତ ଅନୁଦାନରେ ଚାଲୁଥିବା ରାଜ୍ୟର ସର୍ବପ୍ରଥମ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ଏସଆଇଇଟି (ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ ଏଜୁକେସନାଲ ଟେକ୍ନୋଲୋଜି)କୁ ମିଛ ଚିଠି ବଳରେ ଗତ ୮ବର୍ଷ ପୂର୍ବରୁ ରାଜ୍ୟ ସରକାର ବନ୍ଦ କରିଦେଇଛନ୍ତି। ଏହି ଭୁଲ୍ ପାଇଁ ହାଇକୋର୍ଟରେ ବିଧିବଦ୍ଧ ଭାବେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଚେତା ପଶିନି। କରୋନା ମହାମାରୀରେ କୋମଳମତି ପିଲାଙ୍କ ପାଠପଢ଼ାକୁ ଅବ୍ୟାହତ ରଖିବା ପାଇଁ କେରଳ ସରକାର ତାଙ୍କ ରାଜ୍ୟରେ […]

siet

siet

Ordigital Desk
  • Published: Friday, 11 June 2021
  • Updated: 12 June 2021, 01:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ଶତପ୍ରତିଶତ ଅନୁଦାନରେ ଚାଲୁଥିବା ରାଜ୍ୟର ସର୍ବପ୍ରଥମ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ଏସଆଇଇଟି (ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ ଏଜୁକେସନାଲ ଟେକ୍ନୋଲୋଜି)କୁ ମିଛ ଚିଠି ବଳରେ ଗତ ୮ବର୍ଷ ପୂର୍ବରୁ ରାଜ୍ୟ ସରକାର ବନ୍ଦ କରିଦେଇଛନ୍ତି। ଏହି ଭୁଲ୍ ପାଇଁ ହାଇକୋର୍ଟରେ ବିଧିବଦ୍ଧ ଭାବେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଚେତା ପଶିନି। କରୋନା ମହାମାରୀରେ କୋମଳମତି ପିଲାଙ୍କ ପାଠପଢ଼ାକୁ ଅବ୍ୟାହତ ରଖିବା ପାଇଁ କେରଳ ସରକାର ତାଙ୍କ ରାଜ୍ୟରେ ଥିବା ଏସଆଇଇଟି ସହାୟତାରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ଏଠି ଓଡ଼ିଶା ସରକାର ଏବେ ଅନ୍ୟ ଘରୋଇ ସଂସ୍ଥା ଉପରେ ନିର୍ଭରଶୀଳ ହୋଇ ‘ୟ୍ୟୁ ଟ୍ୟୁବ୍‌’ ଚ୍ୟାନେଲ ମାଧ୍ୟମରେ ପିଲାଙ୍କୁ ପଢ଼ାଇବାକୁ ସଜବାଜ ହେଉଛନ୍ତି।

ସୂଚନା ଅନୁସାରେ, କେନ୍ଦ୍ର ମାନବସମ୍ବଳ ମନ୍ତ୍ରଣାଳୟର ଏକ ଚିଠି କଥା ଉଲ୍ଲେଖ କରି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ୨୦୧୩ ଏପ୍ରିଲ ୨୯ତାରିଖରେ ଓଡ଼ିଶାର ସର୍ବପ୍ରଥମ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ଏସଆଇଇଟିକୁ ସବୁଦିନ ପାଇଁ ବନ୍ଦ କରିଦେଲେ। ୧୯୮୬-୮୭ ମସିହାରୁ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ଶିକ୍ଷାଦାନ କରୁଥିବା ଏହି ଏସଆଇଇଟି ପାଇଁ କେନ୍ଦ୍ର ସରକାର ଶତପ୍ରତିଶତ ଅନୁଦାନ ଦେଉଥିଲେ। ଏବେ ମଧ୍ୟ କେନ୍ଦ୍ର ସରକାର ଆଇସିଟି ସ୍କୁଲ ଯୋଜନାରେ ଅର୍ଥ ଦେଉଛନ୍ତି କିନ୍ତୁ ଏହି ଅର୍ଥ ସିନା ଓଡ଼ିଶା ନଲେଜ କର୍ପୋରେସନକୁ ଯାଉଛି , କିନ୍ତୁ ଏସଆଇଇଟି ଯେଭଳି ବୈଷୟିକ ଜ୍ଞାନକୌଶଳ ଆଧାରିତ ପାଠ୍ୟକ୍ରମ ପ୍ରସ୍ତୁତ କରୁଥିଲା ତାହା କରିବାରେ ନଲେଜ୍ କର୍ପୋରେସନ ସକ୍ଷମ ହୋଇପାରିନଥିବା ଜଣାପଡ଼ିଛି।

କେନ୍ଦ୍ର ସରକାରଙ୍କ ମିଛ ଚିଠି ଉଲ୍ଲେଖ କରି ଏସଆଇଇଟିକୁ ସବୁଦିନ ପାଇଁ ବନ୍ଦ କରିବା ମାମଲାରେ ହାଇକୋର୍ଟରେ ରାଜ୍ୟ ସରକାର ନିଃସର୍ତ୍ତ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। କିନ୍ତୁ କେନ୍ଦ୍ରୀୟ ଅନୁଦାନରେ ଚାଲୁଥିବା ଏହି ସଂସ୍ଥାକୁ ପୁଣିଥରେ ଖୋଲିବା ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ୨୦୨୦ ମାର୍ଚ୍ଚ ମାସରୁ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ସ୍କୁଲଗୁଡ଼ିକର ପାଠପଢ଼ାରେ ଡୋରି ବନ୍ଧା ଯାଇଛି । କିନ୍ତୁ ସରକାର ନିଜେ କରିଥିବା ଭୁଲ୍‌କୁ ସୁଧାରି ଏସଆଇଇଟିକୁ ପୁଣିଥରେ କାର୍ଯ୍ୟକ୍ଷମ କରି ତାହା ମାଧ୍ୟମରେ ବୈଷୟିକ ଜ୍ଞାନକୌଶଳଯୁକ୍ତ ପାଠ୍ୟଖସଡ଼ା ପ୍ରସ୍ତୁତ କରିବାକୁ ଆଗ୍ରହ ଦେଖାଇ ନାହାନ୍ତି।

ଯଦିଓ କେରଳ ସରକାର ଇତିମଧ୍ୟରେ ଏସଆଇଇଟି ସହାୟତାରେ ପିଲାମାନଙ୍କ ପାଠପଢ଼ା ଜାରି ରଖିଛନ୍ତି । ସ୍ଥାନୀୟ ଦୂରଦର୍ଶନ ସହାୟତା ନେଇ କେରଳ ଏସଆଇଇଟି ପିଲାମାନଙ୍କ ପାଇଁ ସିଧାସଳଖ ଭାବେ ଶିକ୍ଷକମାନଙ୍କୁ ଯୋଗାଯୋଗ କରାଇ ଶିକ୍ଷାଦାନର ବ୍ୟବସ୍ଥା କରାଇ ପାରୁଛନ୍ତି । କେରଳ ସରକାର ‘ୟୁଟ୍ୟୁବରେ ‘ସ୍କୁଲ ବନ୍ଦ ହୋଇନାହିଁ’ ନାମକ ଏକ ଚ୍ୟାନେଲ ଖୋଲି ପିଲାମାନଙ୍କୁ ଶିକ୍ଷାଦାନ କରାଉଛନ୍ତି। ଏସଆଇଇଟି ସହିତ ମିଳିତ ଭାବେ ବିଭିନ୍ନ ଭିଡ଼ିଓ କ୍ଲାସରୁମ୍ ଖୋଲି ନିଜର ଏଜୁକେସନ୍ ଚ୍ୟାନେଲରେ ମଧ୍ୟ ଏହାକୁ ପ୍ରସାରଣ କରୁଛନ୍ତି। କେରଳ ସରକାର ସେଠାରେ ଡିଆଇଇଟି ସହାୟତାରେ ଶିକ୍ଷକମାନଙ୍କୁ ବି ପ୍ରଶିକ୍ଷଣ ଦେଉଛନ୍ତି। କେନ୍ଦ୍ର ସରକାରଙ୍କ ଶତପ୍ରତିଶତ ଅନୁଦାନରେ ପରିଚାଳିତ ଏହି ଏସଆଇଇଟି ମାଧ୍ୟମରେ ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ପିଲାଙ୍କ ପାଠପଢ଼ାକୁ ଅବ୍ୟାହତ ରଖିପାରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ଥିବା ଏକମାତ୍ର ଏସଆଇଇଟିକୁ ବେଆଇନ ଭାବେ ବନ୍ଦ କରି ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଥିବା ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଏହି ସଂସ୍ଥାକୁ ପୁଣିଥରେ କାର୍ଯ୍ୟକ୍ଷମ କରିବା ପାଇଁ ଆଗ୍ରହ ଦେଖାଇ ନାହାନ୍ତି। ଏପରିକି ଯେଉଁ ଅଫିସରମାନେ ଏହି ସଂସ୍ଥାକୁ ବେଆଇନ ଭାବେ ବନ୍ଦ କଲେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବି ସରକାର ସାମାନ୍ୟତମ ପ୍ରୟାସ କରିନାହାନ୍ତି । ଏହି ସଂସ୍ଥା ବନ୍ଦ କରି ଓଡ଼ିଶାରେ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଶିକ୍ଷାଦାନ ପ୍ରକ୍ରିୟା ଉପରେ ସବୁଦିନ ପ୍ରଶ୍ନବାଚୀ ଲଗାଇଥିବା ସରକାର କରୋନା ମହାମାରୀରେ ନିଜ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ନଜର ରଖି ଏ ଦିଗରେ ପୁନଃବିଚାର କରିବାର ଆବଶ୍ୟକତା ରହିଛି।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଏସଆଇଇଟି କର୍ମଚାରୀ ସମନ୍ୱୟ ସମିତିର କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ସାହୁ କହିଛନ୍ତି ଯେ, ବର୍ତ୍ତମାନର କରୋନା ମହାମାରୀ ସମୟରେ ପିଲାଙ୍କ ପାଠପଢ଼ା ପାଇଁ ଏସଆଇଇଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଥାନ୍ତା। କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଷଡ଼ଯନ୍ତ୍ର ଯୋଗୁ ଶତପ୍ରତିଶତ କେନ୍ଦ୍ରୀୟ ଅନୁଦାନରେ ପରିଚାଳିତ ହେଉଥିବା ଏସଆଇଇଟିକୁ ବନ୍ଦ କରିଦିଆଗଲା। ଭାରତ ସରକାରଙ୍କ ଚିଠି କଥା କହି ସ୍କୁଲ ଓ ଗଣଶିକ୍ଷା ବିଭାଗ ପରେ ହାଇକୋର୍ଟରେ ଭୁଲ୍ ମାଗିଲେ।

ସବୁଠୁ ପରିତାପର କଥା ହେଉଛି, ୧୯୮୬-୮୭ରୁ ଏସଆଇଇଟି ବୈଷୟିକ ଜ୍ଞାନକୌଶଳରେ ଯେଉଁସବୁ ମୂଲ୍ୟବାନ ଶିକ୍ଷାଦାନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲା, ସେସବୁର ଡିଜିଟାଇଜେସନ୍ କରିବାକୁ ମଧ୍ୟ ବିଭାଗ ଆଗ୍ରହ ଦେଖାଇଲା ନାହିଁ । ଏବେବି ସମୟ ଅଛି, କେରଳ ସରକାରଙ୍କଠୁ ଶିଖନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ହସ୍ତକ୍ଷେପ କରି ରାଜ୍ୟର ଏକମାତ୍ର ଏସଆଇଇଟିକୁ କାର୍ଯ୍ୟକ୍ଷମ କରାଇଲେ, ରାଜ୍ୟର ଲକ୍ଷ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀ କରୋନା ମହାମାରୀ ମଧ୍ୟରେ ବି ପାଠପଢ଼ା ପାଇଁ ଉପକୃତ ହୋଇପାରନ୍ତେ ବୋଲି ଶ୍ରୀ ସାହୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story