Advertisment

ବିଦେଶରେ ଓଡ଼ିଶା ପାଇଁ ସାହାଯ୍ୟ ଭି‍କ୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ମେ ୩ ତାରିଖ। ଏହି ଦିନଟି ଓଡ଼ିଶାକୁ ଦେଖାଇଦେଇଛି ପ୍ରକୃତିର ଏକ ଭୟଙ୍କର ତାଣ୍ଡବ। ଅଳ୍ପ ସମୟ ମଧ୍ୟରେ ବୃହତ ଅଟ୍ଟାଳିକାଠୁ ଆରମ୍ଭ କରି, ବଡ଼ ବଡ଼ ଟାୱାରକୁ ଖେଳନା କଣ୍ଢେଇ ପରି ଭାଙ୍ଗି ଦେଇଛି। କେଉଁ ଯୁଗରୁ ରହି ଆସିଥିବା ମହାପ୍ରଭୁଙ୍କ କଳ୍ପବଟକୁ ବି ମେଘନାଦ ପାଚେରି ଉପରେ ଶୁଆଇ ଦେଇଛି। ବାତ୍ୟା ଫୋନିକୁ ନେଇ ଏବେ ଯେଉଁ ସବୁ ଫଟୋ ଶୋସାଲ୍ ମିଡିଆରେ ଘୁରି ବୁଲୁଛି ତାହା ସୂଚାଇ […]

ଅଦ୍ୟତନ ହୋଇଛି
ବିଦେଶରେ ଓଡ଼ିଶା ପାଇଁ ସାହାଯ୍ୟ ଭି‍କ୍ଷା

1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ମେ ୩ ତାରିଖ। ଏହି ଦିନଟି ଓଡ଼ିଶାକୁ ଦେଖାଇଦେଇଛି ପ୍ରକୃତିର ଏକ ଭୟଙ୍କର ତାଣ୍ଡବ। ଅଳ୍ପ ସମୟ ମଧ୍ୟରେ ବୃହତ ଅଟ୍ଟାଳିକାଠୁ ଆରମ୍ଭ କରି, ବଡ଼ ବଡ଼ ଟାୱାରକୁ ଖେଳନା କଣ୍ଢେଇ ପରି ଭାଙ୍ଗି ଦେଇଛି। କେଉଁ ଯୁଗରୁ ରହି ଆସିଥିବା ମହାପ୍ରଭୁଙ୍କ କଳ୍ପବଟକୁ ବି ମେଘନାଦ ପାଚେରି ଉପରେ ଶୁଆଇ ଦେଇଛି।

Advertisment

ବାତ୍ୟା ଫୋନିକୁ ନେଇ ଏବେ ଯେଉଁ ସବୁ ଫଟୋ ଶୋସାଲ୍ ମିଡିଆରେ ଘୁରି ବୁଲୁଛି ତାହା ସୂଚାଇ ଦେଉଛି ପ୍ରକୃତରେ ଏହାର ଭୟାବହତା କେତେ। ଫଳରେ ଏହାର ପ୍ରଭାବ ଦରିଆ ପାର ହୋଇ ବିଦେଶରେ ମଧ୍ୟ ପହଞ୍ଚି ସାରିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ‘ଦି ନ୍ୟୁୟର୍କ ଟାଇମ୍ସ’ରେ ଫୋନି ସମ୍ପର୍କିତ ଖବର ପ୍ରକାଶ ପାଇଛି।

ସେହିପରି ଆମେରିକାରେ ୧୯୬୯ ମସିହାରୁ ପ୍ରତିଷ୍ଠା ହୋଇଥିବା ‘ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାଜ୍’ (OSA) ବାତ୍ୟା ଫୋନି ପ୍ରଭାବିତଙ୍କୁ ସାହାଯ୍ୟ କରିବା ପାଇଁ ସାରା ବିଶ୍ୱକୁ ନିବେଦନ କରିଛି। ଏଥିପାଇଁ ଶୋସାଲ୍ ମିଡିଆରେ ବାର୍ତ୍ତା ପ୍ରେରଣ କରି ଓଏସ୍ଏ‌ (OSA) କହିଛି, ଭାରତର ଉପକୂଳବର୍ତ୍ତୀ ରାଜ୍ୟ ଓଡ଼ିଶାକୁ ବାତ୍ୟା ଫୋନି ଧଂସ କରିଦେଇଛି। ଏଥିରେ ପ୍ରାୟ ଏକ କୋଟି ଲୋକ ପ୍ରଭାବିତ ହୋଇଥିବା ବେଳେ ଦଶ ଲକ୍ଷ ଘର ଭାଙ୍ଗିଯାଇଛି।

Advertisment

[caption id="attachment_378458" align="aligncenter" width="1068"]publive-imageଅନ୍ତର୍ଜାତୀୟ ଗଣମାଧ୍ୟମରେ ଫୋନି[/caption]

ତେଣୁ ଏଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଓଡ଼ିଶାକୁ ସହାୟତାର ହାତ ବଢ଼ାଇବା ପାଇଁ ଆମେ ଶାରା ବିଶ୍ୱବାସୀଙ୍କୁ ଅନୁରୋଧ କରୁଛୁ ବୋଲି OSA କହିଛି।

ଇଣ୍ଟରନ୍ୟାଶନାଲ୍ ରିଲିଫ୍ ଅର୍ଗାନାଇଜେଶନ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ମାଧ୍ୟମରେ ଆର୍ଥିକ ସହାୟତା କରି କ୍ଷୟକ୍ଷତିର ଦୀର୍ଘମିଆଦି ଭରଣା କରିବା ପାଇଁ ଏହି ସଂସ୍ଥା ନିବେଦନ କରିଛି। ଇତିମଧ୍ୟରେ ଏହାକୁ ପ୍ରାୟ ୩ ହାଜର ଲୋକ ସେୟାର କରି ସାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe