Advertisment

କୃଷ୍ଣ ଶଗରିଆଙ୍କ ଇସ୍ତଫାକୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଇସ୍ତଫାକୁ ବାଚସ୍ପତି ମଞ୍ଜୁର କରିଛନ୍ତି। ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତ୍ ଏନେଇ ଘୋଷଣା କରି କହିଛନ୍ତି ଯେ ଶ୍ରୀ ଶଗରିଆଙ୍କ ଇସ୍ତଫାକୁ ସେ ନଭେମ୍ବର ୬ତାରିଖ ପୂର୍ବାହ୍ନରୁ ଗ୍ରହଣ କରିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୧୯୦(୩)(ଖ)ର ବ୍ୟବସ୍ଥା ଅନୁସାରେ ଏହି ଆସନଟି ଶୂନ୍ୟ ହୋଇଛି ବୋଲି ସେ ଘୋଷଣା କରିବା ସହ ସମତା କ୍ରାନ୍ତି ବିଧାୟକ ଜର୍ଜ ତିର୍କୀଙ୍କ କଂଗ୍ରେସରେ ସାମିଲକୁ ମଧ୍ୟ ବାଚସ୍ପତି ସ୍ୱୀକାର କରିଛନ୍ତି। ଶ୍ରୀ […]

author-image
Sampad Mahapatra
କାହିଁକି ଇସ୍ତଫା ଦେଲେ ଶଗରିଆ, କ’ଣ ହେବ ତାଙ୍କର ପରବର୍ତ୍ତୀ ପଦକ୍ଷେପ?

krushnasagaria

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଇସ୍ତଫାକୁ ବାଚସ୍ପତି ମଞ୍ଜୁର କରିଛନ୍ତି। ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତ୍ ଏନେଇ ଘୋଷଣା କରି କହିଛନ୍ତି ଯେ ଶ୍ରୀ ଶଗରିଆଙ୍କ ଇସ୍ତଫାକୁ ସେ ନଭେମ୍ବର ୬ତାରିଖ ପୂର୍ବାହ୍ନରୁ ଗ୍ରହଣ କରିଛନ୍ତି।

Advertisment

ସମ୍ବିଧାନର ଅନୁଚ୍ଛେଦ ୧୯୦(୩)(ଖ)ର ବ୍ୟବସ୍ଥା ଅନୁସାରେ ଏହି ଆସନଟି ଶୂନ୍ୟ ହୋଇଛି ବୋଲି ସେ ଘୋଷଣା କରିବା ସହ ସମତା କ୍ରାନ୍ତି ବିଧାୟକ ଜର୍ଜ ତିର୍କୀଙ୍କ କଂଗ୍ରେସରେ ସାମିଲକୁ ମଧ୍ୟ ବାଚସ୍ପତି ସ୍ୱୀକାର କରିଛନ୍ତି। ଶ୍ରୀ ତିର୍କୀଙ୍କୁ ନଭେମ୍ବର ୨ ତାରିଖରୁ କଂଗ୍ରେସ ବିଧାୟକ ଦଳର ସଦସ୍ୟ ଭାବେ ବାଚସ୍ପତି ମାନ୍ୟତା ପ୍ରଦାନ କରିବା ସହ ବିଧାନସଭାରେ ତାଙ୍କର ଆସନରେ ମଧ୍ୟ ପରିବର୍ତ୍ତନ କରିଛନ୍ତି।

କଂଗ୍ରେସରୁ ଶ୍ରୀ ଶଗରିଆଙ୍କ ଇସ୍ତଫା ପରେ ଶ୍ରୀ ତିର୍କୀ ସାମିଲ ହେବା ଯୋଗୁ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ଅପରିବର୍ତ୍ତିତ ରହିଛି।

Advertisment