କରୋନାକୁ ନେଇ ସବୁ ଜିଲ୍ଲାପାଳ ଓ ଏସିପିଙ୍କୁ ଚିଠି , ସେଥିରେ ଅଛି କ’ଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ସହ ୫ରୁ ଅଧିକ ରାଜ୍ୟରେ ବେକାବୁ ସଂକ୍ରମଣକୁ ନେଇ ବଢିଛି ଚିନ୍ତା। ଏପରିକି ମହାରାଷ୍ଟ୍ରର ଅମରାବତୀ ଓ ଅଚଳପୁରରେ ସପ୍ତାହେ ପାଇଁ ଲକ୍‌ଡାଉନ୍ ଘୋଷଣା ବି ହେଲାଣି । ତାସହ ଦେଶରେ ଦୈନିକ ସଂକ୍ରମଣ ୧୪ ହଜାର ଉପରେ ରହିବା ପରେ ଟେଷ୍ଟିଂ, ଟ୍ରେସିଂକୁ ଗୁରୁତ୍ୱ ଦେବାକୁ କହିଛନ୍ତି ଦିଲ୍ଲୀ ଏମସ ମୁଖ୍ୟ । ଆଉ ଏଭଳି ସ୍ଥିତିରେ ଓଡ଼ିଶାରେ ଛନକା । କରୋନା କଟକଣା କଡ଼ାକଡ଼ି ପାଳନ […]

Corona

Tapas Behera
  • Published: Sunday, 21 February 2021
  • , Updated: 21 February 2021, 08:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ସହ ୫ରୁ ଅଧିକ ରାଜ୍ୟରେ ବେକାବୁ ସଂକ୍ରମଣକୁ ନେଇ ବଢିଛି ଚିନ୍ତା। ଏପରିକି ମହାରାଷ୍ଟ୍ରର ଅମରାବତୀ ଓ ଅଚଳପୁରରେ ସପ୍ତାହେ ପାଇଁ ଲକ୍‌ଡାଉନ୍ ଘୋଷଣା ବି ହେଲାଣି । ତାସହ ଦେଶରେ ଦୈନିକ ସଂକ୍ରମଣ ୧୪ ହଜାର ଉପରେ ରହିବା ପରେ ଟେଷ୍ଟିଂ, ଟ୍ରେସିଂକୁ ଗୁରୁତ୍ୱ ଦେବାକୁ କହିଛନ୍ତି ଦିଲ୍ଲୀ ଏମସ ମୁଖ୍ୟ । ଆଉ ଏଭଳି ସ୍ଥିତିରେ ଓଡ଼ିଶାରେ ଛନକା । କରୋନା କଟକଣା କଡ଼ାକଡ଼ି ପାଳନ ପାଇଁ ସବୁ ଜିଲ୍ଲାପାଳ ଓ ଏସିପିଙ୍କୁ ଆଜି ଚିଠି ଲେଖିଛନ୍ତି ଏସଆରସି ଏଣେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଜନ ସଚେତନତା ହିଁ କରୋନାର ସବୁଠୁ ବଡ଼ ଅସ୍ତ୍ର।

ମହାରାଷ୍ଟ୍ର ସହ ଅନ୍ୟ କିଛି ରାଜ୍ୟରେ ପୁଣି କୋଭିଡ୍ ପ୍ରଭାବ ପରେ ଓଡ଼ିଶାରେ ବି ପଶିଲାଣି ଛନକା । କଟକଣା କଡ଼ାକଡ଼ି ପାଳନ ପାଇଁ ସବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଓ ଏସ୍ପିଙ୍କୁ ଆଜି ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଯେଉଁଥିରେ ସର୍ବସାଧାରଣ ସ୍ଥାନ, କର୍ମକ୍ଷେତ୍ର ଓ ଶିକ୍ଷାନୁଷ୍ଠାନରେ ନିୟମ ମାନିବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ପାଳନ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବଜାର, ହାଟ ଓ ଅନ୍ୟ ସ୍ଥାନରେ ମାଇକ୍ ଯୋଗେ ଲୋକଙ୍କୁ ସଚେତନ କରିବାକୁ କୁହାଯାଇଛି । ଶିକ୍ଷାନୁଷ୍ଠାନ ସମେତ ସବୁ ଅଫିସରେ ନିୟମ ପାଳନ ଦାୟିତ୍ୱ ସଂପୃକ୍ତ ଅନୁଷ୍ଠାନ ଓ ଅଫିସ୍ ମୁଖ୍ୟଙ୍କୁ ଦିଆଯାଇଛି । ତେଣେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଯଦିଓ କରୋନାର ପୁନଃ ପ୍ରତ୍ୟାବର୍ତ୍ତନ ଭୟାବହତା ନାହିଁ, ତେବେ ଏହାକୁ ହାଲୁକାରେ ନେବା ଉଚିତ୍ ନୁହେଁ  । ବିଶେଷ ପରିସ୍ଥିତି ଆସିଲେ ସ୍କୁଲ ବନ୍ଦ କିମ୍ବା ଲକ୍ଡାଉନ୍ କଥା ବି ଚିନ୍ତା କରାଯିବ। ...

ତେବେ କେରଳ, ମହାରାଷ୍ଟ୍ର, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଦ୍ରୁତଗତିରେ ବଢୁଥିବା କରୋନା ସଂକ୍ରମଣ ଓ ୨୪୦ ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ବଢ଼ିଛି କେନ୍ଦ୍ର ସରକାରଙ୍କ ଚିନ୍ତା । ବର୍ତ୍ତମାନ ସମୟରେ ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ ଓ ଆଇସୋଲେସନ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ ବୋଲି କହିଛନ୍ତି ଦିଲ୍ଲୀ AIIMS ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ।  ଏଣେ ଓଡ଼ିଶାରେ ବି ସତର୍କତାକୁ ପ୍ରାଧାନ୍ୟ ଦେବାକୁ ଚେତାଇଲେଣି ସ୍ୱାସ୍ଥ୍ୟ ବିଶେଷଜ୍ଞ । କହିଛନ୍ତି ନୂଆ ଷ୍ଟ୍ରେନ ଶୀଘ୍ର ବ୍ୟାପୁଛି । ତେଣୁ ପୂର୍ବଭଳି ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ଓ ବାରମ୍ବାର ହାତ ଧୁଆକୁ ହିଁ ଅସ୍ତ୍ର କରିବା ସହ ଭ୍ୟାକ୍ସିନେସନ ବଢ଼ାଇବାକୁ ପଡ଼ିବ।

Related story