ନିଷ୍ପତ୍ତି ବଦଳାଇଲେ ଏସଆରସି: କଠୋର ହେଲା ନିର୍ବାଚନ କଟକଣା, ପ୍ରଚାରରେ ସର୍ବାଧିକ ୫ଜଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଆଜି ନିଜର ୫ତାରିଖର ନିର୍ଦ୍ଦେଶନାମାକୁ ବଦଳାଇ କରୋନା କଟକଣାକୁ କଠୋର କରିବା ସହ ଆଜି ସାନି ଗାଇଡଲାଇନ୍ ଜାରି କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନରଙ୍କ ଜାନୁୟାରୀ ୧୦ତାରିଖର ଚିଠି ଆଧାରରେ ଏସଆରସି ଗତ ୫ତାରିଖରେ ଜାରି କରିଥିବା କଟକଣା ସଂକ୍ରାନ୍ତ ନିର୍ଦ୍ଦେଶନାମାରେ ଆଜି କେତେକ ପରିବର୍ତ୍ତନ କରିଛନ୍ତି । ୫ତାରିଖରେ ଏସଆରସିଙ୍କ ଦ୍ୱାରା ଜାରି ନିର୍ଦ୍ଦେଶରେ […]

panchayat-election

panchayat-election

Ordigital Desk
  • Published: Wednesday, 12 January 2022
  • Updated: 12 January 2022, 07:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଆଜି ନିଜର ୫ତାରିଖର ନିର୍ଦ୍ଦେଶନାମାକୁ ବଦଳାଇ କରୋନା କଟକଣାକୁ କଠୋର କରିବା ସହ ଆଜି ସାନି ଗାଇଡଲାଇନ୍ ଜାରି କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନରଙ୍କ ଜାନୁୟାରୀ ୧୦ତାରିଖର ଚିଠି ଆଧାରରେ ଏସଆରସି ଗତ ୫ତାରିଖରେ ଜାରି କରିଥିବା କଟକଣା ସଂକ୍ରାନ୍ତ ନିର୍ଦ୍ଦେଶନାମାରେ ଆଜି କେତେକ ପରିବର୍ତ୍ତନ କରିଛନ୍ତି । ୫ତାରିଖରେ ଏସଆରସିଙ୍କ ଦ୍ୱାରା ଜାରି ନିର୍ଦ୍ଦେଶରେ ରାଜନୀତିକ କାର୍ଯ୍ୟକ୍ରମ,ରାଲି, ବୈଠକ ଆଦିରେ ସର୍ବାଧିକ ୧୦୦ଜଣ ଅବା କୋଠରୀରେ ସିଟ୍ କ୍ଷମତାର ୫୦ପ୍ରତିଶତ ପର୍ଯ୍ୟନ୍ତ ଲୋକଙ୍କୁ ସାମିଲ ହେବାକୁ ଅନୁମତି ମିଳିଥିଲା। କିନ୍ତୁ ନିର୍ବାଚନ କମିଶନରଙ୍କ ଚିଠି ପରେ ଏସଆରସି ଆଜି ପୂର୍ବର ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରି ସାନି ଗାଇଡଲାଇନ୍ ଜାରି କରିଛନ୍ତି।

ରାଜ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରା ଗତକାଲି ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ପଂଚାୟତ ନିର୍ବାଚନ ସଂକ୍ରାନ୍ତ କୋଭିଡ୍ ଗାଇଡଲାଇନ୍ ଜାରି କରାଯିବା ପରେ ଉକ୍ତ ଗାଇଡଲାଇନ୍ ଆଧାରରେ ଏସଆରସି ଆଜି ସାନି ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ ଏସଆରସି ୫ତାରିଖ ନିର୍ଦ୍ଦେଶର ପରିବର୍ତ୍ତନ କରିଛନ୍ତି ଓ ସର୍ବାଧିକ ୫ଜଣ ଲୋକଙ୍କୁ ଡୋରଟୁ ଡୋର ପ୍ରଚାର କରିବାକୁ ଅନୁମତି ମିଳିବ ବୋଲି କହିଛନ୍ତି । ପ୍ରଚାର ସମୟରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ଜରୁରୀ କରାଯାଇଛି । ସାମାଜିକ ଓ ଇଲୋକ୍ଟ୍ରୋନିକ୍ସ ମିଡିଆରେ ଯଥାସମ୍ଭବ ପ୍ରଚାରକୁ ପ୍ରାଥମିକତା ଦେବାକୁ କୁହାଯାଇଛି । କୋଭିଡ-୧୯କୁ ଦୃଷ୍ଟି ରଖି ଅଧିକ ସଂଖ୍ୟାରେ ଲୋକଙ୍କୁ ଧରି ପ୍ରଚାର କରିବାକୁ ଅନୁମତି ମିଳିବ ନାହିଁ । ସର୍ବାଧିକ ୫ଜଣ ହିଁ ପ୍ରଚାରରେ ଯାଇ ପାରିବେ । କୋଭିଡ୍ ସଂକ୍ରମିତ ପ୍ରାର୍ଥୀ ବ୍ୟକ୍ତିଗତ ଭାବେ ବୁଲି ପ୍ରଚାର କରିପାରିବେ ନାହିଁ । କେବଳ ସେ ଇଲେକ୍ଟ୍ରୋନିକ ଓ ଭର୍ଚୁଆଲ ମୋଡରେ ପ୍ରଚାର କରିବେ । ସେହିପରି ରାଜନୀତିକ ଦଳ ଓ ପ୍ରାର୍ଥୀମାନେ କୋଭିଡ୍ ଗାଇଡଲାଇନକୁ ପାଳନ କରି ନିଜର ପ୍ରଚାରକୁ ଡିଜିଟାଲ, ଭର୍ଚୁଆଲ, ମିଡିଆ ପ୍ଲାଟଫର୍ମ, ମୋବାଇଲ ଆଦି ମାଧ୍ୟମରେ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି ।

ରୋଡ୍ ଶୋ’, ପଦଯାତ୍ରା, ସାଇକେଲ, ବାଇକରେ ରାଲି ଓ ଅନ୍ୟାନ୍ୟ ଶୋଭାଯାତ୍ରା ଉପରେ କଟକଣା ଜାରି ହୋଇଛି । ରାଜନୀତିକ ଦଳ ଅବା ସମ୍ଭାବ୍ୟ ପ୍ରାର୍ଥୀଙ୍କ ଦ୍ୱାରା କୌଣସି ପ୍ରକାରର ରାଲି କିମ୍ବା ନିର୍ବାଚନ ସଂକ୍ରାନ୍ତରେ ଅନ୍ୟ କୌଣସି ଗୋଷ୍ଠୀର ରାଲିକୁ ଅନୁମତି ଦିଆଯିବ ନାହିଁ । ସେହିପରି ଭୋଟ ଗଣତି ପରେ ବିଜୟ ଶୋଭାଯାତ୍ରା ମଧ୍ୟ ପ୍ରାର୍ଥୀମାନେ କରିପାରିବେ ନାହିଁ । ବିଜୟୀ ପ୍ରାର୍ଥୀ ସହ ସର୍ବାଧିକ ୨ଜଣ ଯାଇପାରିବେ । ରାଜନୀତିକ ଦଳ ଓ ପ୍ରାର୍ଥୀଙ୍କର ବିଭିନ୍ନ ୱାର୍ଡରେ ଥିବା କ୍ୟାମ୍ପ ଅଫିସରେ ମାସ୍କ ଓ ହାତ ଧୋଇବା ପାଇଁ ସାନିଟାଇଜର ରହିବ । ପ୍ରଚାରବେଳେ ଭୋଟରମାନଙ୍କୁ ମଧ୍ୟ ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ କରିବାକୁ ପ୍ରାର୍ଥୀମାନେ ପ୍ରୋତ୍ସାହିତ କରିବେ ।

ଲୋକଙ୍କ ଗହଳି ହ୍ରାସ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶରେ ବ୍ଲକ ମୁଖ୍ୟାଳୟରେ ଅଧିକ ସଂଖ୍ୟକ ଭୋଟଗଣତି କେନ୍ଦ୍ର କରିବା ଦିଗରେ ଜିଲ୍ଲା ପ୍ରଶାସନ ପଦଷକ୍ଷପ ନେବେ ।

ସେହିପରି ନାମାଙ୍କନ ପତ୍ର ଦାଖଲବେଳେ ପ୍ରାର୍ଥୀ ଓ ତାଙ୍କ ପ୍ରସ୍ତାବକ ଉଭୟ ସାମାଜିକ ଦୂରତ୍ୱ ଓ କୋଭିଡ୍ ଗାଇଡଲାଇନ ପାଳନ କରି ନିର୍ବାଚନ ଅଧିକାରୀଙ୍କ ଅଫିସକୁ ଯିବେ । ଅଧିକ ସଂଖ୍ୟକ ଲୋକ ଏକଜୁଟ ହୋଇପାରିବେ ନାହିଁ ।

କେବଳ ସେତିକି ନୁହେଁ ଭୋଟ ଗଣତି କେନ୍ଦ୍ର ବାହାରେ ଭିଡ଼ ହେବ ନାହିଁ । ବିଜୟୀ ପ୍ରାର୍ଥୀଙ୍କ ଦ୍ୱାରା ଲୋକଙ୍କୁ ଏକଜୁଟ କରାଇବା ଓ ଶୋଭାଯାତ୍ରା କରିବା ଉପରେ ସମ୍ପୂର୍ଣ୍ଣ କଟକଣା ରହିବ । ଭୋଟଗଣତି ସମୟରେ ଗଣତି କେନ୍ଦ୍ର ବାହାରେ ଲୋକମାନେ ଭିଡ଼ କରିପାରିବେ ନାହିଁ । ଏସବୁ ନିର୍ଦ୍ଦେଶକୁ ଉଲ୍ଲଘଂନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୫୧ରୁ ୬୦ ପର୍ଯ୍ୟନ୍ତ ପ୍ରାବଧାନ ଓ ଆଇପିସିର ଧାରା ୧୮୮ ଅନ୍ତର୍ଗତ ଦଣ୍ଡିତ ହେବେ ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି । ଏହାସହିତ ଜାନୁୟାରୀ ୧୦ତାରିଖରେ ରାଜ୍ୟ ନିର୍ବାଚନ କମିଶନର ଜାରି କରିଥିବା କୋଭିଡ ଗାଇଡଲାଇନକୁ ପଂଚାୟତ ନିର୍ବାଚନ ପରିଚାଳନାବେଳେ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story