Advertisment

‘ବାତ୍ୟା ପରେ ଜେନେରେଟର ଲଗାନ୍ତୁନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌’ର ପବନ କମୁ କମୁ କେତେକ ଲୋକ ଜେନେରେଟର ଲଗାଇଦିଅନ୍ତି। ଏହାଦ୍ୱାରା ବ୍ୟାକ୍‌ କରେଣ୍ଟ ଯାଏ। ବିଦ୍ୟୁତ କର୍ମଚାରୀ ମୃତାହତ ହୁଅନ୍ତି। ତେଣୁ ବାତ୍ୟା ପରେ କୌଣସି ଲୋକ ଜେନେରେଟର ଲଗାନ୍ତୁନାହିଁ। ୨୭ ତାରିଫ ସକାଳ ୬ରୁ ସଂଧ୍ୟା ୬ ଯାଏ ଜେନେରେଟର ନଲଗାଇବାକୁ ପରାମର୍ଶ ଦେଇଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା। ସେ କହିଛନ୍ତି-“୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ବାଲେଶ୍ୱର ଜିଲ୍ଲାରେ ୪ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର […]

ଅଦ୍ୟତନ ହୋଇଛି
‘ବାତ୍ୟା ପରେ ଜେନେରେଟର ଲଗାନ୍ତୁନି’

src

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌’ର ପବନ କମୁ କମୁ କେତେକ ଲୋକ ଜେନେରେଟର ଲଗାଇଦିଅନ୍ତି। ଏହାଦ୍ୱାରା ବ୍ୟାକ୍‌ କରେଣ୍ଟ ଯାଏ। ବିଦ୍ୟୁତ କର୍ମଚାରୀ ମୃତାହତ ହୁଅନ୍ତି। ତେଣୁ ବାତ୍ୟା ପରେ କୌଣସି ଲୋକ ଜେନେରେଟର ଲଗାନ୍ତୁନାହିଁ। ୨୭ ତାରିଫ ସକାଳ ୬ରୁ ସଂଧ୍ୟା ୬ ଯାଏ ଜେନେରେଟର ନଲଗାଇବାକୁ ପରାମର୍ଶ ଦେଇଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା।

Advertisment

ସେ କହିଛନ୍ତି-“୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ବାଲେଶ୍ୱର ଜିଲ୍ଲାରେ ୪ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଉଠିବ। ପାରାଦୀପରୁ ଧାମରା ପର୍ଯ୍ୟନ୍ତ ୨ରୁ ୩ ମିଟର ଜୁଆର ଉଠିବ। ଆସନ୍ତା କାଲିଠାରୁ ବର୍ଷା ବଢ଼ିବ। କାଲି ସଂଧ୍ୟାରୁ ପବନ ବେଗ ବଢ଼ିବ। ଆଜିଠାରୁ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛୁ।

ସେ ଆହୁରି କହିଛନ୍ତି-“କାଲି ଅପରାହ୍ନ ପୂର୍ବରୁ ସ୍ଥାନାନ୍ତରଣ ପ୍ରକ୍ରିୟା ସାରିବାକୁ କହିଛୁ। ଆଶ୍ରୟସ୍ଥଳୀରେ ସମସ୍ତଙ୍କୁ ମାସ୍କ ଦିଆଯିବା ବ୍ୟବସ୍ଥା ହୋଇଛି। ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ, ଛତୁଆ ଓ ପିଲାଙ୍କୁ ବିସ୍କୁଟ ଦିଆଯିବ। ବାତ୍ୟା ବେଳେ ବାହାରକୁ ବାହାରନ୍ତୁ ନାହିଁ। ବାତ୍ୟା ପୂର୍ବରୁ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ରଖନ୍ତୁ। ଯାହାଦ୍ୱାରା ବାତ୍ୟା ବେଳେ ନଳକୂପ ବା କୂପ ମୂଳକୁ ଯିବାକୁ ପଡ଼ିବ ନାହିଁ।

Advertisment

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ଶ୍ରୀ ଜେନା ଆହୁରି କହିଛନ୍ତି-“ବାତ୍ୟା ସମୟରେ ଅନେକ ଯୁବକ ବାଇକ୍‌ରେ ବୁଲୁଥିବା ଦେଖିବାକୁ ମିଳୁନି। ଏପରି କାର୍ଯ୍ୟରୁ କ୍ଷାନ୍ତ ରହିବାକୁ ସେମାନଙ୍କୁ ଅନୁରୋଧ। ବାତ୍ୟା ସମୟରେ ପଣଷ, ନଡିଆ ଓ ଆମ୍ୱ ଗୋଟାଇବାକୁ ଲୋକେ ଯାଉଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପାଇଁ ଏପରି ନକରିବାକୁ ବାତ୍ୟାରେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଅନୁରୋଧ କରୁଛି।”

ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ‘ୟାସ୍‌’ ସ୍ଥଳଭାଗକୁ ଛୁଇଁବ। ପାରାଦୀପ-ସାଗରଦ୍ୱୀପ ମଝିରେ ବାଲେଶ୍ୱର ପାଖାପାଖରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ୟାସ୍‌’। ବାତ୍ୟା ଲ୍ୟାଣ୍ଡଫଲ୍‌ ପୂର୍ବରୁ ଅର୍ଥାତ ୨୫ ତାରିଖରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାନା ରହିଛି।

Cyclone Yaas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe