Advertisment

ଆଉ ଜଣଙ୍କୁ ବାନ୍ଧିଲା ଏସ୍‌ଟିଏଫ୍‌

ଷ୍ଟାଟିଷ୍ଟିକ୍ସରେ ପୋଷ୍ଟ ଗ୍ରାଜୁସନ୍‌ କରିଥିବା ଅଭିଜିତ ବିରୋଧରେ ଏନବିଡବ୍ଲୁ ଜାରି ହୋଇଥିଲା। ଅଭିଜିତ ୨୦୧୮ରେ ପାକିସ୍ତାନ ଫୌସଲାବାଦର ଦାନମିସ ଓରଫ୍‌ ସୟୈଦ ଦାନିଶ ଅଲ୍ଲି ନାକଭି ସହ ସଂପର୍କରେ ଆସିଥିଲା।

author-image
Manoranjan Sial
STF

STF

ପାକିସ୍ତାନ ଇଣ୍ଟେଲିଜେନସ୍ ଅପରେଟିଭ ଓ ସାଇବର କ୍ରିମିନାଲଙ୍କୁ ସିମ୍‌ ଏବଂ ୱାଲେଟ ବିକ୍ରି ଅଭିଯୋଗରେ ଏକ ସଫ୍ଟୱେୟାର ସଂସ୍ଥାର କର୍ମଚାରୀ ଗିରଫ ହୋଇଛି। ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ୍‌। ଅଭିଯୁକ୍ତର ନାଁ ଅଭିଜିତ ସଂଜୟ ଜମ୍ବୁରେ। ମହାରାଷ୍ଟ୍ର ପୁନେରୁ ଗିରଫ ହୋଇଛି ଅଭିଜିତ। ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅପରେଟରଙ୍କ ସହ ସେ ଲିଙ୍କରେ ରହୁଥିଲା। ସ୍ଥାନୀୟ କୋର୍ଟରେ ହାଜର କରି ଏସଟିଏଫ୍ ତାକୁ ଭୁବନେଶ୍ୱର ଆଣିଛି।

Advertisment

ଷ୍ଟାଟିଷ୍ଟିକ୍ସରେ ପୋଷ୍ଟ ଗ୍ରାଜୁସନ୍‌ କରିଥିବା ଅଭିଜିତ ବିରୋଧରେ ଏନବିଡବ୍ଲୁ ଜାରି ହୋଇଥିଲା। ଅଭିଜିତ ୨୦୧୮ରେ ପାକିସ୍ତାନ ଫୌସଲାବାଦର ଦାନମିସ ଓରଫ୍‌ ସୟୈଦ ଦାନିଶ ଅଲ୍ଲି ନାକଭି ସହ ସଂପର୍କରେ ଆସିଥିଲା। ଚେଗ୍ ନାମକ ଏକ ଆମେରିକାନ ଏଜୁକେଶନ କମ୍ପାନୀରେ ଦାନିଶ ଫ୍ରିଲାନ୍ସର ଭାବେ କାମ କରୁଥିଲା। ଦାନିଶର ଜଣେ ସହଯୋଗୀ ଖୁରମ୍‌ ଓରଫ୍‌ ଅବଦୁଲ ହମିଦ, ଯିଏକି ପାକିସ୍ତାନର ଆର୍ମି ଇଣ୍ଟେଲିଜେନ୍ସର ଅଫିସର ବୋଲି ଅନୁମାନ କରାଯାଉଛି। ଗିରଫ୍‌ ଅଭିଜିତ ୭ ଜଣ ପାକିସ୍ତାନୀ ଓ ୧୦ ଜଣ ନାଇଜେରୀୟଙ୍କ ସହ ସଂପର୍କରେ ଥିଲା ବୋଲି ଏସଟିଏଫ୍ କହିଛି।

ପୂର୍ବରୁ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ କ୍ରିପଟୋ କରେନ୍‌ସିରେ ଅର୍ଥ ବିନିଯୋଗ କରିଥିବା ତଦନ୍ତ ବେଳେ ସାମ୍ନାକୁ ଆସିଥିଲା।

Advertisment
Odisha STF