Advertisment

ରାଜ୍ୟରେ ଖୋଲିବ ଆଉ ୩ ମେଡିକାଲ କଲେଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଉ ୩ଟି ମେଡିକାଲ କଲେଜ ଖୋଲାଯିବ। ଏହା ସହିତ ବ୍ରହ୍ମପୁର,ବୁର୍ଲା ଓ କଟକରେ ଥିବା ସରକାରୀ ମେଡିକାଲ କଲେଜରେ ଗୋଟିଏ ଲେଖାଏ ସୁପର ସ୍ପେଶାଲିଷ୍ଟ ବ୍ଲକ୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ୪୧୦କୋଟି ଟଙ୍କା ସହାୟତା ଦେବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ବାଲେଶ୍ୱରରେ ଏମ୍ସ- ଭୁବନେଶ୍ୱରର ସାଟେଲାଇଟ୍ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଯେ ଓଡ଼ିଶାର ଭଦ୍ରକ, […]

author-image
Sampad Mahapatra
ରାଜ୍ୟରେ ଖୋଲିବ ଆଉ ୩ ମେଡିକାଲ କଲେଜ

AIIMS_BLS_(1)

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଉ ୩ଟି ମେଡିକାଲ କଲେଜ ଖୋଲାଯିବ। ଏହା ସହିତ ବ୍ରହ୍ମପୁର,ବୁର୍ଲା ଓ କଟକରେ ଥିବା ସରକାରୀ ମେଡିକାଲ କଲେଜରେ ଗୋଟିଏ ଲେଖାଏ ସୁପର ସ୍ପେଶାଲିଷ୍ଟ ବ୍ଲକ୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ୪୧୦କୋଟି ଟଙ୍କା ସହାୟତା ଦେବେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ବାଲେଶ୍ୱରରେ ଏମ୍ସ- ଭୁବନେଶ୍ୱରର ସାଟେଲାଇଟ୍ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଏହି ସୂଚନା ଦେଇଛନ୍ତି।

Advertisment

ଶ୍ରୀ ନଡ୍ଡା କହିଛନ୍ତି ଯେ ଓଡ଼ିଶାର ଭଦ୍ରକ, ଯାଜପୁର ଓ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଗୋଟିଏ ଲେଖାଏ ମେଡିକାଲ କଲେଜ ଖୋଲିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜ ହସ୍ପିଟାଲରେ ସୁପର ସ୍ପେଶାଲିଷ୍ଟ ବ୍ଳକ୍ ପାଇଁ ୧୫୦କୋଟି ଟଙ୍କା ଓ କଟକ ମେଡିକାଲ କଲେଜ ପାଇଁ ୨୬୦କୋଟି ଟଙ୍କା ବ୍ୟୟ କରାଯିବ। କଟକର ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ ଚିକିତ୍ସା କେନ୍ଦ୍ରରେ ଏକ ଆଧୁନିକ କର୍କଟ ସଂସ୍ଥାନ ନିମନ୍ତେ ୭୯.୬୨ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ଆରମ୍ଭ ହେବାଦିନଠୁ ଏହି ଯୋଜନାରେ ଓଡ଼ିଶାକୁ ୭,୪୭୫ କୋଟି ଟଙ୍କା ଯୋଗାଇ ଦିଆଯାଇଛି।

Advertisment

ଓଡ଼ିଶାର ବିକାଶ ଲାଗି ଭାରତ ସରକାର ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି। ବାଲେଶ୍ୱରରେ ସ୍ଥାପନ ହେବାକୁ ଯାଉଥିବା ସାଟେଲାଇଟ୍ କେନ୍ଦ୍ରରେ ୩୦୦ ଶଯ୍ୟା ବିଶିଷ୍ଟ ମଲଟିସ୍ପେଶାଲିଷ୍ଟ ହସ୍ପିଟାଲକୁ ସ୍ୱଳ୍ପ ଅବଧି ମଧ୍ୟରେ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିବେ। ୩୫.୭୬ କୋଟି ଟଙ୍କା ବ୍ୟୟରେ ୧୫ମାସ ମଧ୍ୟରେ ଏହି ସାଟେଲାଇଟ୍ କେନ୍ଦ୍ରର ଓପିଡି ବ୍ଲକ୍ ଓ କର୍ମଚାରୀ ବାସଗୃହ ନିର୍ମାଣ କରାଯିବ। ଏଠାରେ ଅତ୍ୟାଧୁନିକ ଚିକିତ୍ସା ସେବା ମିଳିପାରିବ।

ଏମସରେ ଏମବିବିଏସ ପରେ ତାଲିମ ନେଉଥିବା ଛାତ୍ରଛାତ୍ରୀ ଓ ପିଜି ଛାତ୍ରଛାତ୍ରୀମାନେ ଏଠାରେ ନିୟୋଜିତ ହେବେ। ଓପିଡି ସେବା ଆରମ୍ଭ ହେଲେ ଦୈନିକ ୬୦୦-୭୦୦ ରୋଗୀଙ୍କୁ ସେବା ମିଳିପାରିବ । ଯାହାଫଳରେ ଭୁବନେଶ୍ୱର ଏମ୍ସରେ ରୋଗୀଙ୍କ ଭିଡ଼ ହ୍ରାସ ପାଇବ ବୋଲି ସେ କହିଛନ୍ତି।

ସେହିପରି ଏହି ସମାରୋହରେ ଉପସ୍ଥିତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହି ସାଟେଲାଇଟ୍ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ସରିବ ଓ ଏହା ଲୋକଙ୍କ କଲ୍ୟାଣ ଲାଗି କାର୍ଯ୍ୟକ୍ଷମ ହେବ।

"କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକ୍ରମ ହେଉଛି ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଏହାକୁ କାର୍ଯ୍ୟକାରୀ କରିବାକୁ ଅନେକ ରାଜ୍ୟ ଆଗେଇ ଆସିଲେଣି। ଓଡ଼ିଶା ଏନେଇ ପଛରେ ପଡ଼ିବା ଉଚିତ୍ ନୁହେଁ। କୌଣସି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ରାଜନୀତିକ ରଙ୍ଗ ଦିଆଯିବା ଉଚିତ ନୁହେଁ " ବୋଲି ଶ୍ରୀ ପ୍ରଧାନ କହିଥିଲେ।

ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି ଶ୍ରୀ ପ୍ରଧାନ କହିଥିଲେ ଯେ, ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହନୁମାନ । ତାଙ୍କ ଲାଙ୍ଗୁଡ଼ରେ ନିଆଁ ଲଗାଇବାକୁ ପ୍ରୟାସ କରାନଯାଉ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡାଙ୍କୁ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଦାବିପତ୍ର ଦେବା ପ୍ରସଙ୍ଗରେ ମଧ୍ୟ ସେ ଏସବୁ ଦାବି ମୁଖ୍ୟମନ୍ତ୍ରୀଙ୍କ ନିକଟରେ କାହିଁକି କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ।