Advertisment

ଅଲିଭ୍ ରିଡ୍‌ଲେଙ୍କ ଜୀବନ ବଞ୍ଚାଇବ ‘ଟର୍ଟଲ ଏକ୍ସକ୍ଲୁଡର ଡିଭାଇସ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କୁ ଅଲିଭ୍‌ ରିଡ୍‌ଲେ କଇଁଛ ଚିନ୍ତା ଘାରିଛି। ସେମାନଙ୍କ ସୁରକ୍ଷା ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ। ଜାଲ୍‌ରେ ଟର୍ଟଲ ଏକ୍ସକ୍ଲୁଡର ଡିଭାଇସ୍‌(TED) ଲଗାଇବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଉଛି। ଏହାଦ୍ୱାରା ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଜୀବନ ବଞ୍ଚିପାରିବ। ସେମାନେ ଜାଲରେ ପଡ଼ିଲେ ଛନ୍ଦି ନ ହୋଇ ଅତି ସହଜରେ ବାହାରି ପାରିଯାଇ ପାରିବେ। ଆଉ ମୃତ୍ୟୁ ମୁଖରେ ପଡ଼ିବେନାହିଁ। ପ୍ରତିବର୍ଷ ଓଡ଼ିଶା ଉପକୂଳକୁ ଲକ୍ଷ ଲକ୍ଷ ଅଲିଭ୍ […]

ଅଲିଭ୍ ରିଡ୍‌ଲେଙ୍କ ଜୀବନ ବଞ୍ଚାଇବ ‘ଟର୍ଟଲ ଏକ୍ସକ୍ଲୁଡର ଡିଭାଇସ୍‌’

Odisha-To-Introduce-New-Turtle-Excluder-Devices

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କୁ ଅଲିଭ୍‌ ରିଡ୍‌ଲେ କଇଁଛ ଚିନ୍ତା ଘାରିଛି। ସେମାନଙ୍କ ସୁରକ୍ଷା ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ। ଜାଲ୍‌ରେ ଟର୍ଟଲ ଏକ୍ସକ୍ଲୁଡର ଡିଭାଇସ୍‌(TED) ଲଗାଇବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଉଛି। ଏହାଦ୍ୱାରା ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଜୀବନ ବଞ୍ଚିପାରିବ। ସେମାନେ ଜାଲରେ ପଡ଼ିଲେ ଛନ୍ଦି ନ ହୋଇ ଅତି ସହଜରେ ବାହାରି ପାରିଯାଇ ପାରିବେ। ଆଉ ମୃତ୍ୟୁ ମୁଖରେ ପଡ଼ିବେନାହିଁ।

Advertisment

ପ୍ରତିବର୍ଷ ଓଡ଼ିଶା ଉପକୂଳକୁ ଲକ୍ଷ ଲକ୍ଷ ଅଲିଭ୍ ରିଡଲେ ଅଣ୍ଡା ଦେବାକୁ ଆସି ଥାଆନ୍ତି। ହେଲେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ି ସେମାନଙ୍କ ଜୀବନ ଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ଜଙ୍ଗଲ ଓ ପରିବେଶ ବିଭାଗ ଏପରି ପଦକ୍ଷେପ ନେଇଛି। ଏହି ଉପକରଣ ଲଗାଇବା ଦ୍ୱାରା କଇଁଛଙ୍କ ଜୀବନ ବଞ୍ଚିବା ସହିତ ମତ୍ସ୍ୟଜୀବୀଙ୍କୁ ଫାଇଦା ମଧ୍ୟ ମିଳିବ।

ପୂର୍ବରୁ ଯେଉଁ TED ରୁ ପ୍ରାୟ ୪୦ ପ୍ରତିଶତ ମାଛ ଜାଲରୁ ବାହାରି ଯାଉଥିବା ବେଳେ ଏବେକାର TEDରୁ ଅଧିକରୁ ଅଧିକ ୨ରୁ ୩ ପ୍ରତିଶତ ମାଛ ଜାଲରୁ ଖସିବେ ବୋଲି କହିଛନ୍ତି ମତ୍ସ୍ୟବିଭାଗ ଅଧିକାରୀ। ଏପଟେ TED ବ୍ୟବହାର ହେଉନଥିବାରୁ ଆମ ରାଜ୍ୟରୁ ଉତ୍ପାଦିତ ମାଛ ଓ ଚିଙ୍ଗୁଡ଼ିକୁ ଆମେରିକା ଓ ୟୁରୋପର ଦେଶ ନେଉନାହାନ୍ତି। ତେଣୁ TED ବ୍ୟବହାର ଦ୍ୱାରା ମତ୍ସ୍ୟଜୀବୀ ଉପକୃତ ହେବା ସହ ଜୈବ ବିବିଧତା ରକ୍ଷା ପାଇବ ବୋଲି ମତ ପ୍ରକାଶ ପାଉଛି। ତେବେ ମତ୍ସ୍ୟଜୀବୀ ଏବେବି ଏହି ଉପକରଣ ବ୍ୟବହାର ସପକ୍ଷରେ ନାହାନ୍ତି।

Advertisment

ବନ ବିଭାଗର ସୂଚନା ଅନୁଯାୟୀ, ୨୦୧୬-୧୭ରେ ଓଡ଼ିଶାକୁ ୯.୭୫ ଲକ୍ଷ ଅଲିଭ ରିଡ୍‌ଲେ ଅଣ୍ଡା ଦେବା ପାଇଁ ଆସିଥିବା ବେଳେ ୨୦୧୭-୧୮ରେ ୧୧ ଲକ୍ଷ ୧୦ ହଜାର ଅଲିଭ୍ ରିଡ୍‌ଲେ ଅଣ୍ଡାଦାନ କରିଥିଲେ। ତେବେ ଜାଲରେ ପଡ଼ି ବାର୍ଷିକ ୫ ହଜାରରୁ ଅଧିକ କଇଁଛଙ୍କ ମୃତ୍ୟୁ ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe