Advertisment

ବଦଳିବ ଓଡ଼ିଶା ବେଳାଭୂମିର ରୂପ, ଲାଗିବ ଗୋଆ ବିଚ୍

ଭୁବନେଶ୍ୱର: ବଦଳିବ ଓଡ଼ିଶା ବେଳାଭୂମିର ରୂପ। ସୌଖୀନ ଖାଦ୍ୟ ସାଙ୍ଗକୁ ଜମିବ ନାଚ ଗୀତର ଆସର। ସୁରା ପାନ ସହ ମନରୋଞ୍ଜନର ଭରପୁର ମଜା ନେବେ ପର୍ଯ୍ୟଟକ। ଶୁଖିଲା ବେଳାଭୂମି ଏବେ ରଙ୍ଗୀନ ଲାଗିବ। ଏମିତି କିଛି ପରିକଳ୍ପନା ନେଇ ଓଡ଼ିଶାର ବେଳାଭୂମିକୁ ଗୋଆ ବିଚର ଟଚ୍ (ଛାପ) ଦେବାକୁ ଯୋଜନା କରିଛନ୍ତି ଓଡ଼ିଶା ସରକାର। ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସଙ୍ଗୀତ ସହ ସୁସ୍ୱାଦୁ ଖାଦ୍ୟ ଏବଂ ମୃଦୁ ପାନୀୟର ବ୍ୟବସ୍ଥା ହେବ। […]

ଅଦ୍ୟତନ ହୋଇଛି
ବଦଳିବ ଓଡ଼ିଶା ବେଳାଭୂମିର ରୂପ, ଲାଗିବ ଗୋଆ ବିଚ୍

sea-beach

Advertisment

ଭୁବନେଶ୍ୱର: ବଦଳିବ ଓଡ଼ିଶା ବେଳାଭୂମିର ରୂପ। ସୌଖୀନ ଖାଦ୍ୟ ସାଙ୍ଗକୁ ଜମିବ ନାଚ ଗୀତର ଆସର। ସୁରା ପାନ ସହ ମନରୋଞ୍ଜନର ଭରପୁର ମଜା ନେବେ ପର୍ଯ୍ୟଟକ। ଶୁଖିଲା ବେଳାଭୂମି ଏବେ ରଙ୍ଗୀନ ଲାଗିବ। ଏମିତି କିଛି ପରିକଳ୍ପନା ନେଇ ଓଡ଼ିଶାର ବେଳାଭୂମିକୁ ଗୋଆ ବିଚର ଟଚ୍ (ଛାପ) ଦେବାକୁ ଯୋଜନା କରିଛନ୍ତି ଓଡ଼ିଶା ସରକାର।

Advertisment

ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସଙ୍ଗୀତ ସହ ସୁସ୍ୱାଦୁ ଖାଦ୍ୟ ଏବଂ ମୃଦୁ ପାନୀୟର ବ୍ୟବସ୍ଥା ହେବ। ରାଜ୍ୟରେ ମୋଟ୍ ୬ଟି ବେଳାଭୂମିରେ ଝୁମ୍ପୁଡି ତିଆରି କରିବା ପାଇଁ ଓଟିଡିସି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ଏହି ନିଷ୍ପତ୍ତି ଶନିବାର ନିଆଯ।ଇଛି। ତେବେ ଝମ୍ପୁଡି ପରିଚାଳନା ପାଇଁ ଓଟିଡିସି ଟେଣ୍ଡର ଆହ୍ୱାନ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

ଯେଉଁସବୁ ସମୁଦ୍ର ବେଳାଭୂମିରେ ଏହି ଝମ୍ପୁଡି ତିଆରି ହେବ ସେଗୁଡ଼ିକ ହେଲା ପୁରୀ-କୋଣାର୍ଜ ମେରାଇନ୍ ଡ୍ରାଇଭ, ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି, ବାଲେଶ୍ୱର ଜିଲ୍ଲାର ତାଳସାରି-ଉଦୟପୁର ଏବଂ ଚାନ୍ଦିପୁର, ଜଗତତ୍ସିଂହପୁର ଜିଲ୍ଲାର ପାରାଦୀପରେ, ଗଞ୍ଜାମ ଜିଲ୍ଲାର ପତି ସୋନାପୁର। ଶନିବାର ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ ଦେବ କହିଛନ୍ତି, ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା କେବେଳ ବାହାର ପର୍ଯ୍ୟଟକ ନୁହେଁ ବରଂ ସ୍ଥାନୀୟ ପର୍ଯ୍ୟଟକ ମଧ୍ୟ ମଜା ନେଇ ପାରିବେ ବୋଲି କହିଛନ୍ତି। ଯଦି ଏହି ସେବା ପ୍ରତି ଲୋକଙ୍କର ଆଗ୍ରହ ବଢିବ ତାହେଲେ ଆଗାମୀ ଦିନରେ ଅନ୍ୟାନ୍ୟ ସ୍ଥାନରେ ଏହି ସେବା ଖୋଲାଯିବ ବୋଲି ସେ କହିଛନ୍ତି।

Advertisment

ସେହିପରି ପର୍ଯ୍ୟଟନ ବିଭାଗ ରାଜସ୍ୱ ଏବଂ ଜଙ୍ଗଲ ବିଭାଗ ସହିତ ପରାମର୍ଶ କରି ଏହି ବେଳାଭୂମି ପାଖରେ ହାଟ ପାଇଁ ଉପଯୁକ୍ତ ଜମି ଚିହ୍ନଟ କରାଯାଇଛି ବୋଲି ବିଶାଲ ଦେବ କହିଛନ୍ତି। ଯାହାକୁ ତିନି ବର୍ଷ ପାଇଁ ଲିଜ୍ ଆଧାରରେ ଆବଣ୍ଟନ କରାଯିବ। ଏହି ସବୁ ସ୍ଥାନକୁ ବିଦ୍ୟୁତ୍, ଜଳ ଏବଂ ସ୍ୱରେଜ୍ ବ୍ୟବସ୍ଥା ଯୋଗାଇ ଦେବେ ରାଜ୍ୟ ସରକାର।

ତେବେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସମୁଦ୍ର କୂଳରେ ଅସ୍ଥାୟୀ ମଦ ଦୋକାନ ରହିବ। ଏହି ମଦ ଦୋକାନ ଝୁମ୍ପୁଡି ଭିତରେ ରହିବ। ଯିଏ ଝୁମ୍ପୁଡିରେ ନାଚ, ଗୀତ ସହିତ ସୁସ୍ୱାଦୁ ଖାଦ୍ୟର ମଜା ନେବେ ସେମାନେ ହିଁ ଏହି ମଦ କିଣିପାରିବେ। ଏଥିପାଇଁ ଅବକାରୀ ବିଭାଗ ଅନୁମତି ଦେଇଥିବା ସୂଚନା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe