ଆଉ ୧୦ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

୨୦ ପ୍ରତିଶତ ଇଲେକ୍ଟ୍ରିକ ଯାନ ପଞ୍ଜିକରଣ ଲକ୍ଷ୍ୟରେ ରାଜ୍ୟ ସରକାର ବୈଦ୍ୟୁତିକ ଯାନ ନୀତି-୨୦୨୧କୁ  ଗତ ୨୦୨୧ ସେପ୍ଟେମ୍ବର ମାସରୁ ଲାଗୁ କରିଥିଲେ। ଏହି ନୀତି ୨୦୨୧ ସେପ୍ଟେମ୍ବର ୧ରୁ ରାଜ୍ୟରେ ଲାଗୁ ହେଉଛି ।

Hockey

ଭାରତୀୟ ହକି ଟିମ୍‌

Ordigital Desk
  • Published: Monday, 24 April 2023
  • Updated: 24 April 2023, 08:38 PM IST

News Highlights

  • ଓବିସି ଆୟୋଗ ଅଧିନିୟମରେ ସଂଶୋଧନ ପାଇଁ ଅଧ୍ୟାଦେଶ
  • ୬ ଲେନ୍ ବିଶିଷ୍ଟ ହେବ କଟକ ରିଂରୋଡ
  • ୧୫ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମୋହର
  • ବିଜୁ ସେତୁ ଯୋଜନାରେ ନିର୍ମାଣ ହେବ ଆଉ ୮୬୬ ସେତୁ
  • ଇ-ଯାନ କ୍ରୟ ଉପରେ ରିହାତି ବୃଦ୍ଧି କରିବାକୁ କ୍ୟାବିନେଟ ନିଷ୍ପତ୍ତି

Sports

Latest News

ଆସନ୍ତା ମେ’ ପହିଲାରୁ ରାଜ୍ୟରେ ଓବିସି ସର୍ଭେ ଆରମ୍ଭ ହେବାକୁ ଯାଉଥିବାବେଳେ ଆଜି ରାଜ୍ୟ କ୍ୟାବିନେଟ ଓବିସି ଆୟୋଗ ଅଧିନିୟମ-୧୯୯୩ରେ ସଂଶୋଧନକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି। ଗତ ବିଧାନସଭା ଅଧିବେଶନରେ ଏହି ବିଲକୁ ଗୃହୀତ ନକରାଇ ରାଜ୍ୟ ସରକାର ଫେରାଇ ଆଣିଥିଲେ। ଏହାସହିତ କଟକ ସହରର ରିଂ-ରୋଡର ଖାନନଗରଠୁ ଲିଙ୍କ ରୋଡ୍ ମଧ୍ୟରେ ରାସ୍ତାକୁ ୬ ଲେନ୍ ବିଶିଷ୍ଟ ଓ ୨୦୩୩ ମସିହା ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରାୟୋଜକ ଭାବେ ଓଡ଼ିଶା ଖଣି ନିଗମ ରହିବ ବୋଲି ଆଜି କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୋଟ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।  ରାଜ୍ୟ ସରକାର ଅଧ୍ୟାଦେଶ ମାଧ୍ୟମରେ ଓବିସି ଆୟୋଗ ଅଧିନିୟମ-୧୯୯୩ର ସଂଶୋନକୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ କ୍ୟାବିନେଟ୍ ଆଜି ଏ ସଂକ୍ରାନ୍ତ ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଜ୍ୟର ୨୨ଟି ଜାତି ଓ ସମ୍ପ୍ରଦାୟକୁ ଭାରତ ସରକାର ବିଭିନ୍ନ ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଶା  ପାଇଁ ଓବିସି ତାଲିକାଭୁକ୍ତ କରିଛନ୍ତି । ମାତ୍ର ସେମାନେ ଏପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଏସଇବିସି ତାଲିକାଭୁକ୍ତ ହୋଇନାହାନ୍ତି । ତେଣୁ ସେମାନଙ୍କୁ ଏହି ଏସଇବିସି ତାଲିକାଭୁକ୍ତ କରିବା ନିମନ୍ତେ ଓଡ଼ିଶା ପଛୁଆ ବର୍ଗ ଆୟୋଗ ଅଧିନିୟମ,୧୯୯୩ର ଧାରା -୯ର ଉପଧାରା-୩କୁ ଅନ୍ତର୍ଭୁକ୍ତ କରିବା ସଂକ୍ରାନ୍ତ ଅଧ୍ୟାଦେଶକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।

Also Read

ସେହିପରି ଓଡ଼ିଶାରେ ୨ଥର ବିଶ୍ୱକପ୍ ହକି ପୁରୁଷ ପ୍ରତିଯୋଗିତା ଆୟୋଜନ କରିଥିବା ଓଡ଼ିଶା ଖଣି ନିଗମ ୨୦୩୩ ମସିହା ପର୍ଯ୍ୟନ୍ତ ଭାରତୀୟ ଜାତୀୟ ହକି ଟିମଗୁଡ଼ିକର ପ୍ରାୟୋଜକ ରହିବେ । ୨୦୧୮ ମସିହାରେ ଓଡ଼ିଶା ଉଭୟ ଜାତୀୟ ପୁରୁଷ ଓ ମହିଳା ହକି ଟିମର ପ୍ରାୟୋଜକ ରହିଛି । ୨୦୨୩ ମସିହାରେ ଏହି ପ୍ରାୟୋଜକ ଅବଧି ଶେଷ ହେଉଥିଲା । ଏହି ପ୍ରାୟୋଜକ ହେବା ନିମନ୍ତେ ଓଡ଼ିଶା ଖଣି ନିଗମ(ଓଏମସି) ପକ୍ଷରୁ ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ାଯାଇଥିଲା । ଯାହାକୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ଦେଇଛନ୍ତି । ୨୦୨୩ ଫେବୃୟାରୀ ୧ରୁ ୨୦୩୩ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଭାରତୀୟ ହକି ଟିମ(ଉଭୟ ପୁରୁଷ ଓ ମହିଳା)ର ପ୍ରାୟୋଜକ ଭାବେ ଓଏମସି ୪୩୪.୧୨କୋଟି ଟଙ୍କା(ଟିକସକୁ ବାଦ୍ ଦେଇ) ପ୍ରଦାନ କରିବ ।

ସେହିପରି କଟକ ସହରର ରିଂରୋଡର ଖାନନଗରରୁ ଲିଙ୍କରୋଡ୍ ପର୍ଯ୍ୟନ୍ତ ରାସ୍ତାକୁ ୬ଲେନ୍ ବିଶିଷ୍ଟ କରିବା ପାଇଁ ମୋଟ ୧୨୧.୬୫କୋଟି ଟଙ୍କାର ଟେଣ୍ଡରକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଆରକେଡି କନଷ୍ଟ୍ରକ୍ସନ ପ୍ରାଃ ଏହି ଟେଣ୍ଡର ନେଇଛି ଓ ୨୪ମାସ ମଧ୍ୟରେ କାର୍ଯ୍ୟ ଶେଷ ଲକ୍ଷ୍ୟ ରଖାଯାଇଛି । ଖାନନଗର ଓ ଲିଙ୍କ ରୋଡ୍ ମଧ୍ୟରେ ଯାତାୟତ ସୁବିଧା ସହ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏହି ପଦକ୍ଷେପ ନିଆଯାଇଛି । ନୂଆ ଅତ୍ୟାଧୁନିକ ବସଷ୍ଟାଣ୍ଡ ରିଂରୋଡ କଡ଼ରେ ହେଉଥିବାରୁ ଏହାକୁ ସଂଯୋଗ ନିମନ୍ତେ ଏହି ୬ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯାଉଥିବା ଜଣାପଡ଼ିଛି ।

ସେହିପରି ବିଜୁ ସେତୁ ଯୋଜନାରେ ଆଉ ୮୬୬ଟି ସେତୁ ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ଏହାସହିତ ଇ-ଯାନ କ୍ରୟ ଉପରେ ରିହାତି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି ଫଳରେ ଇ-ଯାନ କ୍ରୟ ଓ ପଞ୍ଜିକରଣ ପାଇଁ ଦିଆଯାଉଥିବା ପ୍ରୋତ୍ସାହନ ରିହାତି ହାରକୁ ବୃଦ୍ଧି ନିମନ୍ତେ ନିଷ୍ପତ୍ତି ହୋଇଛି । ଅନ୍ୟ ରାଜ୍ୟଗୁଡ଼ିକର ସର୍ବୋତ୍ତମ ବ୍ୟବସ୍ଥାକୁ ଅନୁସରଣ କରି ଏହି ରିହାତି ହାରକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ୨୦୨୫ ମସିହା ସୁଦ୍ଧା ରାଜ୍ୟରେ ଶତକଡ଼ା ୨୦ ପ୍ରତିଶତ ଇଲେକ୍ଟ୍ରିକ ଯାନ ପଞ୍ଜିକରଣ ଲକ୍ଷ୍ୟରେ ରାଜ୍ୟ ସରକାର ବୈଦ୍ୟୁତିକ ଯାନ ନୀତି-୨୦୨୧କୁ  ଗତ ୨୦୨୧ ସେପ୍ଟେମ୍ବର ମାସରୁ ଲାଗୁ କରିଥିଲେ। ଏହି ନୀତି ୨୦୨୧ ସେପ୍ଟେମ୍ବର ୧ରୁ ରାଜ୍ୟରେ ଲାଗୁ ହେଉଛି । ଏବେ ରିହାତି ହାର ବୃଦ୍ଧି ପାଇବା ଯୋଗୁ ବୈଦ୍ୟୁତିକ ଯାନ କ୍ରୟ ବୃଦ୍ଧି ହେବ ବୋଲି ସରକାର ଆଶା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story