Advertisment

ଦୁଇ ଦୁର୍ଘଟଣାରେ ଦୁଇ ମୃତ; ଜଗତସିଂହପୁରରେ ଟ୍ରକ୍‌ ଜାଳି ଦେଲେ

କେନ୍ଦୁଝର/ଜଗତସିଂହପୁର: କେନ୍ଦୁଝର ଓ ଜଗତସିଂହପୁର ଜିଲ୍ଲାରେ ଆଜି ଘଟିଥିବା ଦୁଇଟି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି।

[vc_video link="" align="center"]

ଘଟଗାଁ ଦେଇ ଯାଇଥିବା ୨୧୫ ନମ୍ୱର ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଚାଲିଛି। ରାସ୍ତା କାମରେ ନିୟୋଜିତ ଗ୍ରେଡ୍‌ର ଧକ୍କାରେ ହୃଷିକେଶ ମହାପାତ୍ରଙ୍କ ମୃତ୍ୟୁ ଘଟିଛି। ହୃଷିକେଶ ବାଇକରେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକ ଜାତୀୟ ରାଜପଥ ଅବରୋଧ କରିବା ସହିତ ଦୁର୍ଘଟଣା ଘଟାଇଥିବା ଗାଡ଼ି ଭଙ୍ଗାରୁଜା କରିଥିଲେ। ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡ଼ି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି।

ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଥାନା କାଠୁଆପାଟଣା ଗାଁର ସୁଭଶ୍ରୀ ସ୍ୱାଇଁ ଓ ତାଙ୍କ ଭଉଣୀ ରାସ୍ତାରେ ଚାଲିଚାଲି ଯାଉଥିଲେ। ତେବେ ଯଶବନ୍ତପୁର ଛକରେ ପଛ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ୍‌ ସୁଭଶ୍ରୀଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe