ରାତ୍ରକାଳୀନ କର୍ଫ୍ୟୁ କୋହଳ, ୧୦ ଜିଲ୍ଲା ସପ୍ତାହାନ୍ତ ଶଟ୍‌ଡାଉନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌-୨ ଗାଇଡ୍‌ଲାଇନ୍‌ ପରେ ଆଜି ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ରାତ୍ରକାଳୀନ କର୍ଫ୍ୟୁ ସମୟ ସୀମାକୁ କୋହଳ କରାଯାଇଛି। ଆସନ୍ତା କାଲିଠାରୁ ସନ୍ଧ୍ୟା ୭ ଟା ପରିବର୍ତ୍ତେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ସେହିପରି ୫୦ରୁ ଅଧିକ କରୋନା ଆକ୍ଟିଭ୍‌ କେସ୍‌ ଥିବା ୧୦ ଜିଲ୍ଲାକୁ ଜୋନ୍‌-୧ ଭାବେ ରଖାଯାଇଛି। ଏହି ଜିଲ୍ଲା ଗୁଡ଼ିକରେ ପ୍ରତି ଶନିବାର ଓ ରବିବାର ସପ୍ତାହାନ୍ତ […]

road

road

Manoranjan Sial
  • Published: Tuesday, 30 June 2020
  • Updated: 30 June 2020, 07:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌-୨ ଗାଇଡ୍‌ଲାଇନ୍‌ ପରେ ଆଜି ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ରାତ୍ରକାଳୀନ କର୍ଫ୍ୟୁ ସମୟ ସୀମାକୁ କୋହଳ କରାଯାଇଛି। ଆସନ୍ତା କାଲିଠାରୁ ସନ୍ଧ୍ୟା ୭ ଟା ପରିବର୍ତ୍ତେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ସେହିପରି ୫୦ରୁ ଅଧିକ କରୋନା ଆକ୍ଟିଭ୍‌ କେସ୍‌ ଥିବା ୧୦ ଜିଲ୍ଲାକୁ ଜୋନ୍‌-୧ ଭାବେ ରଖାଯାଇଛି। ଏହି ଜିଲ୍ଲା ଗୁଡ଼ିକରେ ପ୍ରତି ଶନିବାର ଓ ରବିବାର ସପ୍ତାହାନ୍ତ ଶଟ୍‌ଡାଉନ୍‌ ପାଳନ କରାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ସେ କହିଛନ୍ତି-“ସାଢେ ୩ ମାସ ହେଲାଣି ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ ଚାଲିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି। ସ୍ୱାସ୍ଥ୍ୟ ସହ ଅର୍ଥନୀତିକୁ ଗୁରୁତ୍ୱ ଦେଇ କାର୍ଯ୍ୟ ପରିଚାଳନା କରିବା ଜରୁରୀ। ପ୍ରତି ଗାଁରେ କୋଭିଡ୍‌ ମ୍ୟାନେଜମେଣ୍ଟ କମିଟି ଗଠନ କରାଯିବ। ମାସ୍କ ଓ ସାମାଜିକ ଦୂରତ୍ୱ ନମାନିଲେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ ହେବ। ମାସ୍କ ଓ ସାମାଜିକ ଦୂରତ୍ୱ ପାଇଁ ଗାଁରେ ସଚେତନତା ସୃଷ୍ଟି କରାଯିବ। ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ କରାଯିବ। ଲକ୍ଷଣଯୁକ୍ତ ଲୋକ ସେଠାକୁ ଆସିବେ ଓ ଆଇସୋଲେସନରେ ରହିବେ। କୋଭିଡ଼ କେୟାର ହୋମ୍‌ ଦାୟିତ୍ୱରେ ସରପଞ୍ଚମାନେ ରହିବେ।”

ଶ୍ରୀ ତ୍ରିପାଠୀ ଆହୁରି କହିଛନ୍ତି-“ରାଜ୍ୟରେ ମୋଟ୍‌ ୧୬, ୮୨୪ କ୍ୱାରେଣ୍ଟାଇନ ସେଣ୍ଟର ରହିଥିଲା। ଏହାକୁ ହ୍ରାସ କରାଯିବ। ଏଯାବତ ୭ ଲକ୍ଷ ୪୬ ହଜାର ୦୯୮ ଜଣ କ୍ୱାରେଣ୍ଟାଇନରୁ ଡିସଚାର୍ଜ ହେଲେଣି। ମୋଟ୍‌ ୧ ଲକ୍ଷ ୫ ହଜାର ଲୋକ କ୍ୱାରେଣ୍ଟାଇନ ସେଣ୍ଟରରେ ଅଛନ୍ତି। ଜୁଲାଇ ୩୧ ଯାଏ ଧର୍ମୀକ ଅନୁଷ୍ଠାନକୁ ସାଧାରଣ ଲୋକଙ୍କୁ ମନା। ଅନ୍ତର୍ଜାତୀୟ ବିମାନ ସେବା, ସିନେମା, ଥିଏଟର ବନ୍ଦ ରହିବ। ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ୩୧ ଅଗଷ୍ଟ ଯାଏ ବନ୍ଦ ରହିବ। ରେଷ୍ଟୁରାଣ୍ଟ ଖୋଲା ରହିବ। ହେଲେ ସେଠାରେ ଖାଇହେବ ନାହିଁ।  ଖାଦ୍ୟ ପାର୍ସଲ ନିଆଯାଇ ପାରିବ।”

ରାତ୍ରକାଳୀନ କର୍ଫ୍ୟୁରେ ସାମାନ୍ୟ କୋହଳ କଲେ ରାଜ୍ୟ ସରକାର। ସେ କହିଛନ୍ତି-“ରାତି ୯ରୁ ସକାଳ ୫ଟା ଯାଏ ରାତ୍ରକାଳୀନ କର୍ଫ୍ୟୁ ଜାରି ରହିବ। ସବୁ ଜରୁରୀସେବା ପ୍ରଦାନକାରୀ କର୍ମଚାରୀ କଟକଣା ମୁକ୍ତ ରହିବେ। ଶିଳ୍ପ କାରଖାନାରେ କାର୍ଯ୍ୟରତ କର୍ମଚାରୀ କଟକଣା ମୁକ୍ତ ରହିବେ। ପେଟ୍ରୋଲ ପମ୍ପ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ କଟକଣାମୁକ୍ତ ରହିବ।  ୫୦ରୁ ଅଧିକ ଆକ୍ଟିଭ୍‌ କେସ୍‌ ଥିବା ୧୦ଟି ଜିଲ୍ଲାକୁ ଜୋନ-୧ ଘୋଷଣା କରାଯାଇଛି। ସେହି ୧୦ ଜିଲ୍ଲା- ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର ଓ ଝାରସୁଗୁଡ଼ା। ଜୋନ-୧ରେ ଆସୁଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ଶଟ୍‌ଡାଉନ ଜାରି ରହିବ। ସ୍ଥାନୀୟ ପ୍ରଶାସନ ଚାହିଁଲେ ଗାଡ଼ି ଚଳାଚଳ ବନ୍ଦ କରିପାରିବେ। ସ୍ଥାନୀୟ ପ୍ରଶାସନ ଚାହିଁଲେ ଦୋକାନ ବଜାର ବନ୍ଦ କରିପାରିବେ। ଉକ୍ତ ୧୦ ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଜିଲ୍ଲା ଜୋନ-୨ରେ ରହିବେ।”

ସେ କହିଛନ୍ତି-“ମାସ୍କ ଓ ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି ପାଳନ କରାଯିବ। ମାସ୍କ ନପିନ୍ଧିଲେ ପୂର୍ବଭଳି ଜୋରିମାନା ଆଦାୟ କରାଯିବ। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ ହେବ। ଜୁଲାଇ ମାସରେ ଧରପଗଡ଼ ଜୋରଦାର ହେବ। ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୋକାନୀ ସାମାଜିକ ଦୂରତ୍ୱ ବ୍ୟବସ୍ଥା ନକଲେ କାର୍ଯ୍ୟାନୁଷ୍ଠାନ ହେବ। ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରାଯିବ। ଓଡ଼ିଶାକୁ ଆଉ ଅଧିକ ବିମାନ ଓ ରେଳ ନଆସିବାକୁ ବ୍ୟବସ୍ଥା କରାଯିବ। କାର୍ଯ୍ୟଳୟରେ କଟକଣା ଉଲ୍ଲଂଘନ ହେଲେ ଅଧିକାରୀ ଦାୟୀ ରହିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos