ପୌର ନିର୍ବାଚନ: ଭୋଟଗ୍ରହଣ ଦିନ ୧୦୯ ସହରରେ ସରକାରୀ ଅଫିସ ଛୁଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ମାର୍ଚ୍ଚ ୨୪ତାରିଖରେ ପୌର ନିର୍ବାଚନ ପାଇଁ ମତଦାନ ହେବାକୁ ଥିବାରୁ ଉକ୍ତଦିନ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ ମୋଟ ୧୦୯ଟି ସହରାଂଚଳରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ଓ ଏକଜୁ୍ୟଟିଭ ମାଜିଷ୍ଟ୍ରେଟ୍ କୋର୍ଟ ଛୁଟି ରହିବ । ଏହାସହିତ ଯେଉଁ ସରକାରୀ କର୍ମଚାରୀମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ନିଜ ଅଂଚଳକୁ ଚାହିଁବେ ସେମାନଙ୍କୁ ୩ଦିନ ପର୍ଯ୍ୟନ୍ତ ସବୈତନିକ ଛୁଟି ପ୍ରଦାନ କରାଯିବ । ରାଜସ୍ୱ […]

election1

Ordigital Desk
  • Published: Thursday, 17 March 2022
  • , Updated: 18 March 2022, 03:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ମାର୍ଚ୍ଚ ୨୪ତାରିଖରେ ପୌର ନିର୍ବାଚନ ପାଇଁ ମତଦାନ ହେବାକୁ ଥିବାରୁ ଉକ୍ତଦିନ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ ମୋଟ ୧୦୯ଟି ସହରାଂଚଳରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ଓ ଏକଜୁ୍ୟଟିଭ ମାଜିଷ୍ଟ୍ରେଟ୍ କୋର୍ଟ ଛୁଟି ରହିବ । ଏହାସହିତ ଯେଉଁ ସରକାରୀ କର୍ମଚାରୀମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ନିଜ ଅଂଚଳକୁ ଚାହିଁବେ ସେମାନଙ୍କୁ ୩ଦିନ ପର୍ଯ୍ୟନ୍ତ ସବୈତନିକ ଛୁଟି ପ୍ରଦାନ କରାଯିବ ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ମାର୍ଚ୍ଚ ୨୪ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ ୩ଟି ମହାନଗର ନିଗମ ଓ ୧୦୬ଟି ପୌର ପରିଷଦ ଓ ଏନଏଏସି ଅଂଚଳର ସମସ୍ତ ସରକାରୀ ଅଫିସ୍ ଛୁଟି ରହିବ । ତେବେ ଭୋଟଗ୍ରହଣ ଦିନ ସରକାରୀ ଟ୍ରେଜେରୀ ଓ ସବଟ୍ରେଜେରୀ ଖୋଲା ରହିବ ।

ସେହିପରି ୨୪ ତାରିଖରେ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଚାହୁଁଥିବା ସରକାରୀ କର୍ମଚାରୀମାନେ ନିଜ ଘରକୁ ଯିବା ପାଇଁ ୩ଦିନ ସ୍ୱତନ୍ତ୍ର କାଜୁଆଲ୍ ଲିଭ୍ ନେଇପାରିବେ । ଏହି ଛୁଟି ଭୋଟଗ୍ରହଣର ପୂର୍ବଦିନ ଓ ପରଦିନ ପର୍ଯ୍ୟନ୍ତ ବୈଧ ରହିବ । ଏହି ୩ଦିନର ସ୍ୱତନ୍ତ୍ର ଛୁଟି ୨୦୨୨ କ୍ୟାଲେଣ୍ଡର ବର୍ଷରେ କର୍ମଚାରୀଙ୍କୁ ମିଳୁଥିବା ବୈଧ ଛୁଟି ବାଦ୍ ଅତିରିକ୍ତ ଭାବେ ମିଳିବ ।

Related story