ଭିଜିଲାନ୍ସ ପଞ୍ଝାରେ ଜିଆରଏସ୍, ଟୁଇନ ସିଟିରେ ରହିଛି ୫୯ଟି ପ୍ଲଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ କି ଦୁଇଟି ନୁହେଁ, ଜିଆରଏସ୍(ଗ୍ରାମ ରୋଜକାର ସେବକ)ଙ୍କ ନାମରେ ରହିଛି ୫୯ଟି ପ୍ଲଟ। ତାହାପୁଣି ଟୁଇନ ସିଟିରେ। ଏହି ଜିଆରଏସ୍ ହେଲେ ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତର ବାବୁଲି ପଢ଼ିହାରୀ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର ଘରେ ଓ ଅଫିସରେ ଆଜି ଭିଜିଲାନ୍ସ ଚଢ଼ଉ କରିଥିଲା। ଏକକାଳୀନ ୬ଟି ଜାଗାରେ ହୋଇଥିବା ଚଢ଼ଉରେ ତାଙ୍କ ନାମରେ ରହିଥିବା ୫୯ଟି ପ୍ଲଟ ମିଳିଛି। ଏଥିମଧ୍ୟରୁ ଭୁବନେଶ୍ୱରରେ ଅଛି ୫୮ଟି ଓ ଗୋଟିଏ ପ୍ଲଟ […]

Vigilance

  • Published: Monday, 25 April 2022
  • , Updated: 25 April 2022, 03:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ କି ଦୁଇଟି ନୁହେଁ, ଜିଆରଏସ୍(ଗ୍ରାମ ରୋଜକାର ସେବକ)ଙ୍କ ନାମରେ ରହିଛି ୫୯ଟି ପ୍ଲଟ। ତାହାପୁଣି ଟୁଇନ ସିଟିରେ। ଏହି ଜିଆରଏସ୍ ହେଲେ ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତର ବାବୁଲି ପଢ଼ିହାରୀ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର ଘରେ ଓ ଅଫିସରେ ଆଜି ଭିଜିଲାନ୍ସ ଚଢ଼ଉ କରିଥିଲା। ଏକକାଳୀନ ୬ଟି ଜାଗାରେ ହୋଇଥିବା ଚଢ଼ଉରେ ତାଙ୍କ ନାମରେ ରହିଥିବା ୫୯ଟି ପ୍ଲଟ ମିଳିଛି। ଏଥିମଧ୍ୟରୁ ଭୁବନେଶ୍ୱରରେ ଅଛି ୫୮ଟି ଓ ଗୋଟିଏ ପ୍ଲଟ କଟକ ବେଲଗଛିଆରେ ରହିଛି।

ଏଥିସହିତ ରଘୁନାଥପୁରରେ ଗୋଟିଏ ୩ ମହଲା କୋଠା, ଦାଢ଼ାରେ ଏକ ଘର ଅଛି। ୩ ମହଲା କୋଠାର ଦାମ୍ ପାଖାପାଖି ୧.୨୪ କୋଟି ଟଙ୍କା ହେବ। ଆଶୀର୍ବାଦ ପ୍ଲାଜାରେ ତାଙ୍କର ଗୋଟିଏ ଫ୍ଲାଟ ମଧ୍ୟ ରହିଛି। ଆଖି ଟେରା ହୋଇଯିବା ଭଳି ସଂପତ୍ତି ଦେଖି ଭିଜିଲାନ୍ସ ଅଫିସରମାନେ ତଦନ୍ତ ଜାରି ରଖିଛନ୍ତି। ବ୍ୟାଙ୍କ ଡିପୋଜିଟ, ବୀମା ଓ ଅନ୍ୟ ଧନ ସଂପତ୍ତି ଖୋଜୁଛି ଭିଜିଲାନ୍ସ। ଆକଳନ ଶେଷ ହୋଇ ନ ଥିବାରୁ ଆହୁରି ସମ୍ପତ୍ତି ମିଳିବ ବୋଲି ଅନୁମାନ କରାଯାଇଛି। ଏହି ଚଢ଼ାଉରେ ଭିଜିଲାନ୍ସର ୧୦ ଇନ୍ସପେକ୍ଟର, ୩ ଡିଏସପି ଓ ଅନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଜିଆରଏସଙ୍କୁ ତାଙ୍କ ବିଳାସପୂର୍ଣ୍ଣ ବାସଭବନରେ ବସାଇ ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା କରୁଛନ୍ତି। ଭୋର ୪ଟାରୁ ଏହି ଚଢ଼ଉ ହୋଇଥିଲା। ସରକାରୀ କାର୍ଯ୍ୟରେ ଟଙ୍କା ହେରଫେର ଓ ଆୟବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଏହି ତଳିଆ ସରକାରୀ କର୍ମଚାରୀ କିପରି କୋଟିପତି ହେଲେ ତାହାକୁ ନେଇ ଏବେ ଚର୍ଚ୍ଚା ଦେଖାଦେଇଛି।

Related story