Advertisment

ପସ୍କୋ ଭଳି JSWକୁ ନେଇ ଦାନା ବାନ୍ଧିଲାଣି ବିରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପସ୍କୋ ଭଳି JSWକୁ ନେଇ ଦାନା ବାନ୍ଧିଲାଣି ବିରୋଧ। ଯାହାକୁ ନେଇ ଏବେ ସରଗରମ ପାରାଦୀପ ପାଣିପାଗ। JSW ଇଣ୍ଟିଗ୍ରେଟେଡ୍‌ ପ୍ଲାଣ୍ଟ ଲାଗି ପରିବେଶ ମଞ୍ଜୁରୀ ପାଇଁ ଆସନ୍ତା ୨୦ ତାରିଖରେ ଗଡ଼କୁଜଙ୍ଗରେ ଜନଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି। JSW ବିରୋଧୀଙ୍କ ଅଭିଯୋଗ, ଶିଳ୍ପ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ଭୀଷଣ ରୂପ ନେବ। ପସ୍କୋ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଚୁକ୍ତି କରିଥିଲେ। ଏଥିପାଇଁ ଜମି ଅଧିଗ୍ରହଣ କରାଯାଇଥିଲା। […]

author-image
Manoranjan Sial
ଅଦ୍ୟତନ ହୋଇଛି
ଜଟାଧାରୀ ମୁହାଣରେ ଜେଟି କରିବ ଜେଏସଡବ୍ଲ୍ୟୁ, ମିଳିଲା ପରିବେଶ ଅନୁମତି

jsw

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପସ୍କୋ ଭଳି JSWକୁ ନେଇ ଦାନା ବାନ୍ଧିଲାଣି ବିରୋଧ। ଯାହାକୁ ନେଇ ଏବେ ସରଗରମ ପାରାଦୀପ ପାଣିପାଗ। JSW ଇଣ୍ଟିଗ୍ରେଟେଡ୍‌ ପ୍ଲାଣ୍ଟ ଲାଗି ପରିବେଶ ମଞ୍ଜୁରୀ ପାଇଁ ଆସନ୍ତା ୨୦ ତାରିଖରେ ଗଡ଼କୁଜଙ୍ଗରେ ଜନଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି। JSW ବିରୋଧୀଙ୍କ ଅଭିଯୋଗ, ଶିଳ୍ପ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ଭୀଷଣ ରୂପ ନେବ।

Advertisment

ପସ୍କୋ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଚୁକ୍ତି କରିଥିଲେ। ଏଥିପାଇଁ ଜମି ଅଧିଗ୍ରହଣ କରାଯାଇଥିଲା। ମାତ୍ର ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ କାରଖାନା ପ୍ରତିଷ୍ଠା ହୋଇପାରିଲା ନାହିଁ। ଫେରିଗଲା ପସ୍କୋ। ଏବେ ସେହି ଜାଗାରେ JSW କାରଖାନା ପ୍ରତିଷ୍ଠା କରିବ। ସେଥିପାଇଁ ଏବେଠୁ ଚହଲିଲାଣି ପାରାଦୀପ ଢିଙ୍କିଆର ଚାରିଦେଶର ପବନ।

ପସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ବଦଳି JSW ପ୍ରତିରୋଧ ସଂଗ୍ରାମ ସମିତି ବ୍ୟାନରରେ ବିରୋଧ ହେଲାଣି। ନେତା ଗଡ଼ିଲେଣି, ଲୋକେ ମେଳି କଲେଣି। ଶୋଭାଯାତ୍ରା ମଧ୍ୟ ହେଲାଣି। କାରଣ ପସ୍କୋ ଅଧିଗୃହୀତ ଜମିରେ JSW କରିବ ଇଣ୍ଟି ଗ୍ରେଟେଡ୍ ପ୍ଲାଣ୍ଟ। ସେଥିରେ ୧୩.୨ ନିୟୁତ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ୍ ପ୍ଲାଣ୍ଟ, ୧୦ ନିୟୁତ ମେଟ୍ରିକ୍ ଟରେ ସିମେଣ୍ଟ ପ୍ଲାଣ୍ଟ, ୯୦୦ ମେଗାଓ୍ୱାଟର ପାଓ୍ୱାର ପ୍ଲାଣ୍ଟ ସାଙ୍ଗକୁ ଜଟାଧାରୀ ମୁହାଣରେ ନିଜସ୍ୱ ପୋର୍ଟ ମଧ୍ୟ କରିବ କମ୍ପାନୀ। ହେଲେ ଏତେ ସବୁ କାରଖାନା ଚାଲିଲେ ଢିଙ୍କିଆ ପରିବେଶ ଭୀଷଣ ଭାବେ ପ୍ରଦୂଷିତ ହେବା ସହ ଧାନ, ପାନ ଓ ମୀନ ଉପରେ ନିର୍ଭର କରି ବଞ୍ଚୁଥିବା ଅଞ୍ଚଳବାସୀଙ୍କ ହାତ ବନ୍ଦ ହୋଇଯିବ ବୋଲି ଅଭିଯୋଗ ହେଉଛି।

Advertisment

ଏପଟେ JSW ଇଣ୍ଟିଗ୍ରେଟେଡ୍ ପ୍ଲାଣ୍ଟର ପରିବେଶ ମଞ୍ଜୁରୀ ପାଇଁ ଆସନ୍ତା ୨୦ ତାରିଖ ଜନଶୁଣାଣିକୁ ସଫଳ କରିବାକୁ ଜୋରଦାର ଲାଗି ପଡ଼ିଛି ପ୍ରଶାସନ। ଗଡ଼କୁଜଙ୍ଗ ବଡ଼ଦାଣ୍ଡରେ ଏଥିପାଇଁ ଟେଣ୍ଟବନ୍ଧା ଗଲାଣି। ପୁଲିସ ଛାଉଁଣିରେ ପରିଣତ ହେଲାଣି ସାରା ଅଞ୍ଚଳ। କିଛି ଦିନ ତଳେ JSW ଲେଖାଥିବା କିଛି ସ୍କୁଲ୍‌ ବ୍ୟାଗ ବଣ୍ଟାଯିବାକୁ କେନ୍ଦ୍ରକରି ଗୋବିନ୍ଦପୁର ଗାଁରେ ବିରୋଧ ହେବାରୁ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି। ତେବେ କମ୍ପାନୀ କର୍ତ୍ତୃପକ୍ଷଙ୍କ କହିବା କଥା ଲୋକଙ୍କୁ ସାଙ୍ଗରେ ନେଇ ପ୍ରକଳ୍ପ ହେବ। ପ୍ରଶାସନ ମଧ୍ୟ କହିଛି ପ୍ଲାଣ୍ଟ ପ୍ରତି ଲୋକଙ୍କ ସମର୍ଥନ ଅଛି।