Advertisment

କଲବଲ କରିବ ତାତି: ୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଆହୁରି  ବଢ଼ିବ ତାତି। ବଢ଼ିବ ପାରଦ । ଆସନ୍ତା ୪ ଦିନ ପାଇଁ ଅସହ୍ୟ ତାତିରେ ଛଟପଟ ହେବେ ଲୋକେ।  ଆଜିଠାରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ୪ ଦିନ ଲାଗି ରାଜ୍ୟର ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ପ୍ରେସ ରିଲିଜ ଜାରି ହୋଇଛି। ଆସନ୍ତା ୩୧ ଯାଏଁ ମୟୂରଭଞ୍ଜ, ବରଗଡ଼, […]

author-image
Niharika Rout
ଅଦ୍ୟତନ ହୋଇଛି
କଲବଲ କରିବ ତାତି: ୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Heat Wave

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଆହୁରି  ବଢ଼ିବ ତାତି। ବଢ଼ିବ ପାରଦ । ଆସନ୍ତା ୪ ଦିନ ପାଇଁ ଅସହ୍ୟ ତାତିରେ ଛଟପଟ ହେବେ ଲୋକେ।  ଆଜିଠାରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ୪ ଦିନ ଲାଗି ରାଜ୍ୟର ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ପ୍ରେସ ରିଲିଜ ଜାରି ହୋଇଛି।

Advertisment

ଆସନ୍ତା ୩୧ ଯାଏଁ ମୟୂରଭଞ୍ଜ, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର ଜିଲ୍ଲା ଲାଗି ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୩୧ରୁ ୨ ତାରିଖ ପର୍ଯ୍ୟନ୍ତ ୭ଟି ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାଗୁଡ଼ିକ ହେଉଛି ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ ଓ କଳାହାଣ୍ଡି । ଏପଟେ ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୭ଟି ସହରର ତାପମାତ୍ରା ।

ଗତକାଲି ଟିଟିଲାଗଡ଼, ବଲାଙ୍ଗିର, ସୋନପୁର ବାରିପଦା,ବୌଦ୍ଧ ଭବାନୀପାଟଣା ଓ ସମ୍ବଲପୁରରେ ପାରଦ ୪୦ ଡିଗ୍ରୀ ସେଲସିଅସ ଉପରେ ରହିଥିଲା । କିଛି ଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେତୁ ଜନଜୀବନ ବାଧାପ୍ରାପ୍ତ ହେଉଛି । ଏପରିକି ଲୋକଙ୍କ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।

Advertisment

Heat Wave