୧୫ ଡିଗ୍ରୀ ତଳେ ୧୧ ସହର, ଜାଣନ୍ତୁ କେଉଁ ସହର ସବୁଠୁ ଥଣ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତରେ ଥରୁଛି ଓଡ଼ିଶା। ରାଜ୍ୟର ୧୧ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରକେର୍ଡ କରାଯାଇଛି । ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ତଳକୁ ଖସିପଡିଛି । ସେହିପରି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ତାପମାତ୍ରା ୯.୫ ରେକର୍ଡ କରାଯାଇଛି । ଅନ୍ୟପଟେ ଅନୁଗୁଳ ୧୦.୬, ଫୁଲବାଣୀ ୧୧.୩, କେନ୍ଦୁଝର ୧୨, ବାରିପଦା ୧୨.୪, […]

winter

Madhupriya Mistry
  • Published: Monday, 30 November 2020
  • , Updated: 30 November 2020, 11:02 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତରେ ଥରୁଛି ଓଡ଼ିଶା। ରାଜ୍ୟର ୧୧ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରକେର୍ଡ କରାଯାଇଛି । ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ତଳକୁ ଖସିପଡିଛି ।

ସେହିପରି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ତାପମାତ୍ରା ୯.୫ ରେକର୍ଡ କରାଯାଇଛି । ଅନ୍ୟପଟେ ଅନୁଗୁଳ ୧୦.୬, ଫୁଲବାଣୀ ୧୧.୩, କେନ୍ଦୁଝର ୧୨, ବାରିପଦା ୧୨.୪, ଭବାନୀପାଟଣା ୧୨.୮, କୋରାପୁଟ ୧୩, ଝାରସୁଗୁଡ଼ା ୧୩.୨, ବଲାଙ୍ଗିର ୧୪ ଏବଂ କଟକରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ସେହିପରି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୧୬.୦ ଡିଗ୍ରୀ ଥିବା ଜଣାପଡିଛି ।

Related story