Advertisment

ଓଡ଼ିଶାରେ ମୃଦୁ ଭୂମିକମ୍ପ ଅନୁଭୁତ, ଉତ୍ତର-ପୂର୍ବ ଭାରତରେ ତୀବ୍ରତା ୭.୪

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମୃଦୁ ଭୁମିକମ୍ପ ଅନୁଭୁତ ହୋଇଛି। ସକାଳ ପ୍ରାୟ ୧୧.୪୫ରେ ଅନୁଭୁତ ହୋଇଥିଲା ଏହି ଭୂମିକମ୍ପ। ରାଜଧାନୀ ଭୁବନେଶ୍ୱର ସମେତ ରାଉଲକେଲା, ଜଗତସିଂହପୁର, କେନ୍ଦ୍ରପଡ଼ା, କଟକ, ନୟାଗଡ଼, ଭଦ୍ରକ, ଯାଜପୁର ଓ ଝାରସୁଗୁଡ଼ାରେ ଏହି ଭୂମିକମ୍ପ ଅନୁଭୁତ ହୋଇଥିଲା। କେଇ ସେକେଣ୍ଡ ପାଇଁ ଅନୁଭୁତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ଉତ୍ତର-ପୂର୍ବ ଭାରତର ଅନେକ ସ୍ଥାନରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଆସାମ, ଉତ୍ତର ପ୍ରଦେଶ, […]

author-image
Rakesh Mallick
ଅଦ୍ୟତନ ହୋଇଛି
ଓଡ଼ିଶାରେ ମୃଦୁ ଭୂମିକମ୍ପ ଅନୁଭୁତ, ଉତ୍ତର-ପୂର୍ବ ଭାରତରେ ତୀବ୍ରତା ୭.୪

earthq

ଭୁବନେଶ୍ୱର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମୃଦୁ ଭୁମିକମ୍ପ ଅନୁଭୁତ ହୋଇଛି। ସକାଳ ପ୍ରାୟ ୧୧.୪୫ରେ ଅନୁଭୁତ ହୋଇଥିଲା ଏହି ଭୂମିକମ୍ପ। ରାଜଧାନୀ ଭୁବନେଶ୍ୱର ସମେତ ରାଉଲକେଲା, ଜଗତସିଂହପୁର, କେନ୍ଦ୍ରପଡ଼ା, କଟକ, ନୟାଗଡ଼, ଭଦ୍ରକ, ଯାଜପୁର ଓ ଝାରସୁଗୁଡ଼ାରେ ଏହି ଭୂମିକମ୍ପ ଅନୁଭୁତ ହୋଇଥିଲା। କେଇ ସେକେଣ୍ଡ ପାଇଁ ଅନୁଭୁତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ଜଣାପଡ଼ି ନାହିଁ।

Advertisment

ଅନ୍ୟପକ୍ଷରେ ଉତ୍ତର-ପୂର୍ବ ଭାରତର ଅନେକ ସ୍ଥାନରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଆସାମ, ଉତ୍ତର ପ୍ରଦେଶ, ସିକିମ, ବିହାର, ଦିଲ୍ଲୀ ଓ ଏନସିଆରରେ ସମତେ ପଶ୍ଚିମବଙ୍ଗରେ ମଧ୍ୟ ଏହି ଭୂମିକମ୍ପ ଅନୁଭୁତ ହୋଇଛି। ଏଠାରେ ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୭.୪ ରହିଥିଲା। ଦିଲ୍ଲୀରେ ଏକ ମିନିଟ ଧରି ଭୂମିକମ୍ପ ଅନୁଭୁତ ହୋଇଥିଲା। ଭୂମିକମ୍ପ ଅନୁଭୂତ ହେବା ପରେ କିଛି ସମୟ ପାଇଁ ଦିଲ୍ଲୀ ମେଟ୍ରୋ ଟ୍ରେନ ଚଳାଚଳକୁ ବନ୍ଦ କରି ଦିଆଯାଇଥିଲା।

earth q4

ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଦୁଇ ଥର ଭୂମିକମ୍ପ ଅନୁଭୁତ ହୋଇଥିଲା। ପ୍ରଥମ ଭୂମିକମ୍ପ ୧୧ଟା ୪୧ ମିନିଟରେ ଅନୁଭୁତ ହୋଇଥିଲା। ଏହାର ୩୪ ମିନିଟ୍ ପରେ ୧୨ଟା ୧୫ ମିନିଟରେ ପୁଣି ଭୂମିକମ୍ପ ଅନୁଭୁତ ହୋଇଥିଲା। ପ୍ରଥମ ଥର ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୫ ଥିବା ବେଳେ ଦ୍ୱିତୀୟ ଥର ଏହା ୬.୬ ରହିଥିଲା। ଓଡ଼ିଶାର କଟକ ଓ ଭୁବନେଶ୍ୱରରେ ମଧ୍ୟ ଦ୍ୱିତୀୟବାର ଭୂମିକମ୍ପ ଅନୁଭତ ହୋଇଥିଲା।

Advertisment

ସେହିପରି କାନାଡା, ନିଉଜଲ୍ୟାଣ୍ଣ ୱାଲିଂଟନ ଓ ନେପାଳରେ ମଧ୍ୟ ଭୂମିକମ୍ପ ଅନୁଭୁତ ହୋଇଛି। ନେପାଳରେ ଏହାର ତୀବ୍ରତା ୭.୫ ରହିଥିବା ବେଳେ ନିଉଜଲ୍ୟାଣ୍ଡରେ ୪.୭ ଓ କାନାଡାରେ ୬.୨ ରହିଥିଲା। ୟୁନାଇଟେଡ୍ ଷ୍ଟେଟସ୍ ଜିଓଲୋଜିକାଲ୍ ସର୍ଭେ (ୟୁଏସଜିଏସ) ପକ୍ଷରୁ କୁହାଯାଇଛି ଯେ ବିଶ୍ୱର ଏକାଧିକ ସ୍ଥାନରେ ଅନୁଭୁତ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ ଥିଲା ନେପାଳର ଲାମଜଙ୍ଗ। ଏଠାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ରହିଥିଲା।

ଭୂମିକମ୍ପ ଅନୁଭୁତ ହେବା ପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ।

ନେପାଳର କାଠମାଣ୍ଡୁ ସମେତ ଅନେକ ସ୍ଥାନରେ କୋଠା ଭୁଶୁଡ଼ି ପଡ଼ିଛି। କାଠମାଣ୍ଡୁର ବିମାନ ବନ୍ଦରକରୁ ବନ୍ଦ କରି ଦିଆଯାଇଛି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିକମ୍ପ ନେଇ ବିହାର ଓ ସିକିମର ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି । ଉଭୟ ଭାରତ ଓ ନେପାଳରେ ଭୂମିକମ୍ପ ପ୍ରଭାବିତଙ୍କ ସଂପର୍କରେ ସୂଚନା ସଂଗ୍ରହ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।