Advertisment

ସବୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିର୍ଦ୍ଦେଶ: ଏଣିକି କେବଳ ଜାରି ରହିବ ଜରୁରୀ ରୋଗୀ ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ସମସ୍ତ ସରକାରୀ ମେଡିକାଲ ଓ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ହସ୍ପିଟାଲଗୁଡ଼ିକ ସାମାଜିକ ଦୂରତ୍ୱ ସହ ସଂକ୍ରମଣ ଯେଭଳି ନବ୍ୟାପିବ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ସମେତ ରାଉରକେଲା […]

ଅଦ୍ୟତନ ହୋଇଛି
ସବୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିର୍ଦ୍ଦେଶ: ଏଣିକି କେବଳ ଜାରି ରହିବ ଜରୁରୀ ରୋଗୀ ସେବା

Hospital

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ସମସ୍ତ ସରକାରୀ ମେଡିକାଲ ଓ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି।

Advertisment

କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ହସ୍ପିଟାଲଗୁଡ଼ିକ ସାମାଜିକ ଦୂରତ୍ୱ ସହ ସଂକ୍ରମଣ ଯେଭଳି ନବ୍ୟାପିବ ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ସମେତ ରାଉରକେଲା ହସ୍ପିଟାଲ ଓ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ଚିଠି ଲେଖି ରୋଗୀ ସେବା ପାଇଁ ଥିବା ସେଣ୍ଟ୍ରାଲ ରେଜିଷ୍ଟ୍ରେସନ କାଉଣ୍ଟରକୁ ସାମୟିକ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଓପିଡିରେ ଅଧିକ ସଂଖ୍ୟକ ଗହଳି ଏଡ଼ାଇବାକୁ ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମାନୁଏଲ ରେଜିଷ୍ଟ୍ରେସନ କରାଯିବ। ହସ୍ପିଟାଲରେ ଅତି ଜରୁରୀ ନଥିଲେ ରୋଗୀଙ୍କୁ ଆଡମିଶନ ନକରିବାକୁ ପରାମର୍ଶ ଦିଆଯାଇଛି ।

କେବଳ ଜରୁରୀ ଅସ୍ତ୍ରୋପଚାର ହସ୍ପିଟାଲରେ କରିବାକୁ କୁହାଯାଇଛି । ଆଉ ଗୁରୁତର ରୋଗୀଙ୍କ ପାଖରେ ଜଣେ ଆଟେଣ୍ଡାଣ୍ଟ ରହିପାରିବେ । ଓପିଡିରେ ରହୁଥିବା ଡାକ୍ତର ଅତି ଜରୁରୀ ନଥିଲେ ରୋଗୀଙ୍କ ପାଖକୁ ବାରମ୍ବାର ଯିବା ଅନୁଚିତ୍ । ଓପିଡି ଓ ଆଇପିଡି ଭିତରକୁ ଗଣମାଧ୍ୟମ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ ହସ୍ପିଟାଲଗୁଡ଼ିକରେ ଫିଭର କ୍ଲିନିକ, ଆଇସୋଲେସନ୍ ୱାର୍ଡ ଓ ଟେଷ୍ଟିଂ ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ତେବେ କୋଭିଡ୍ ପ୍ରୋଟୋକଲ ଅନୁସାରେ ମା ଓ ଶିଶୁଙ୍କ ଯତ୍ନ ସମେତ ସମସ୍ତ ପ୍ରକାରର ଜରୁରୀ ବ୍ୟବସ୍ଥା ରହିବ । ଲୋକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ସୁବିଧା ନିମନ୍ତେ ଟେଲିମେଡିସିନ୍ ସେବା ଉପଯୋଗ ନିମନ୍ତେ ପ୍ରୋତ୍ସାହନ କରାଯିବା ଉଚିତ୍ ।
ତେବେ କୋଭିଡ୍ ଆଳରେ କୌଣସି ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନ ପାଇଁ ହସ୍ପିଟାଲଗୁଡ଼ିକ ମନା କରିପାରିବେ ନାହିଁ ବୋଲି ସରକାର ସ୍ପଷ୍ଟ ଭାବେ କହିଛନ୍ତି ।
ହସ୍ପିଟାଲଗୁଡ଼ିକରେ କୋଭିଡ୍ ସଂକ୍ରମଣ ନବ୍ୟାପିବା ପାଇଁ ସ୍ଥିତିକୁ ଦୃଷ୍ଟିରେ ରଖି ଯାହା ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

ଏହା ପୂର୍ବରୁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର ଓ ସିଡିଏମଓଙ୍କୁ ଚିଠି ଲେଖି ଘରୋଇ ଓ ସରକାରୀ ହସ୍ପିଟାଲଗୁଡ଼ିକରେ କୋଭିଡ୍ ବେଡ୍ ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ପୁଣିଥରେ କୋଭିଡ୍ ୱାର୍ଡ ଓ ଆଇସିୟୁ ବେଡ୍ ସଂଖ୍ୟା ବନ୍ଦୋବସ୍ତ କରିବାକୁ କୁହାଯାଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe