Advertisment

ଇତିହାସ ରଚିଲା ଓଡ଼ିଶାର IMFA! ଟାଟା ଷ୍ଟିଲ୍‌ର ଫେରୋକ୍ରୋମ୍ କାରଖାନାକୁ ୬୧୦ କୋଟିରେ କିଣିଲା, ହେଲା ଦେଶର ସବୁଠୁ ବଡ଼ ଉତ୍ପାଦକ

ଏହି ବର୍ଦ୍ଧିତ କ୍ଷମତା ସହିତ ଇମ୍ଫା ଭାରତର ସବୁଠୁ ବଡ଼ ଏବଂ ବିଶ୍ୱର ଷଷ୍ଠ ବୃହତ୍ତମ ଫେରୋ-କ୍ରୋମ୍ ଉତ୍ପାଦକ ଭାବରେ ପରିଗଣିତ ହେବ। ଏବେ ଏହି କାରଖାନାରେ ବାର୍ଷିକ ୧ଲକ୍ଷ ଟନ୍ ଉତ୍ପାଦନ କରୁଥିବାବେଳେ, ପରେ ଉତ୍ପାଦନ କ୍ଷମତା ବାର୍ଷିକ ଦେଢ଼ ଲକ୍ଷ ଟନ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ।

author-image
Prakash Sethi
Tata-Steel-ferro-alloys

ବୃହତ୍‌ ଅଧିଗ୍ରହଣ: କଳିଙ୍ଗନଗର କାରଖାନା ଉପରେ ଇମ୍ଫାର ଅଧିକାର

ଦେଶର ଅଗ୍ରଣୀ ତଥା ଓଡ଼ିଶାର ଫେରୋ ଆଏଲଜ୍ ଉତ୍ପାଦନ କମ୍ପାନୀ ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ(ଇମ୍ଫା) ନିଜ ସଫଳତାରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି । ଟାଟା ଷ୍ଟିଲ କମ୍ପାନୀର କଳିଙ୍ଗନଗରସ୍ଥିତ ଫେରୋକ୍ରୋମ୍ କାରଖାନାକୁ ୬୧୦କୋଟି ଟଙ୍କା ବ୍ୟୟରେ ଅଧିଗ୍ରହଣ ନିମନ୍ତେ ନିର୍ଣ୍ଣାୟକ ଚୁକ୍ତି ସ୍ୱାକ୍ଷର କରିଛି ଇମ୍ଫା । ଟାଟା ଷ୍ଟିଲ୍‌ର(Tata Steel) ଏହି ଫେରୋ ଆଲଏଜ୍  ୧୧୫ ଏକର ପରିମିତ ଜମି ଉପରେ ବ୍ୟାପିଛି। ଏହି ଅଧିଗ୍ରହଣ ପାଇଁ ଆବଶ୍ୟକୀୟ ନିୟମାବଳୀର ଅନୁମୋଦନ ପରେ ଆସନ୍ତା ତିନି ମାସ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବାର ଆଶା କରାଯାଉଛି। ଇମ୍ଫା ଏହି ବୃହତ୍‌ ଅଧିଗ୍ରହଣ ପାଇଁ ଆବଶ୍ୟକ ସମସ୍ତ ଅର୍ଥ ନିଜର ଆଭ୍ୟନ୍ତରୀଣ ସଞ୍ଚୟ ରୁ ଯୋଗାଇବ ବୋଲି ସୂଚନା ଦେଇଛି, ଯାହା କମ୍ପାନୀର ଦୃଢ଼ ଆର୍ଥିକ ସ୍ଥିତିକୁ ପ୍ରତିଫଳିତ କରୁଛି।

Advertisment

ଉତ୍ପାଦନ କ୍ଷମତାରେ ବୃଦ୍ଧି ଓ ବିଶ୍ୱସ୍ତରୀୟ ସ୍ଥାନ

ଏହି ଗୁରୁତ୍ୱପୂର୍ଣ୍ଣ ଅଧିଗ୍ରହଣ ଦ୍ୱାରା ଇମ୍ଫାର ଫେରୋ-କ୍ରୋମ୍ ଉତ୍ପାଦନ କ୍ଷମତା ଦ୍ୱିଗୁଣିତ ହେବାର ଆଶା କରାଯାଉଛି। ଏହି ଚୁକ୍ତି ମାଧ୍ୟମରେ କମ୍ପାନୀକୁ ୯୯ MVA ଫର୍ଣ୍ଣେସ୍ କ୍ଷମତା ମିଳିଛି, ଯେଉଁଥିରେ ୬୬ MVA କାର୍ଯ୍ୟକ୍ଷମ ଅଛି ଏବଂ ଅବଶିଷ୍ଟ ୩୩ MVA ନିର୍ମାଣାଧୀନ ରହିଛି। ଏହି କ୍ଷମତା ଯୋଡ଼ି ହେବା ପରେ ଇମ୍ଫାର ମୋଟ୍ ସ୍ଥାପିତ ଉତ୍ପାଦନ କ୍ଷମତା ବାର୍ଷିକ ୫ ଲକ୍ଷ ଟନ୍‌ରୁ ଅଧିକ ହେବ। ଏହି ବର୍ଦ୍ଧିତ କ୍ଷମତା ସହିତ ଇମ୍ଫା ଭାରତର ସବୁଠୁ ବଡ଼ ଏବଂ ବିଶ୍ୱର ଷଷ୍ଠ ବୃହତ୍ତମ ଫେରୋ-କ୍ରୋମ୍ ଉତ୍ପାଦକ ଭାବରେ ପରିଗଣିତ ହେବ। ଏବେ ଏହି କାରଖାନାରେ ବାର୍ଷିକ ୧ଲକ୍ଷ ଟନ୍ ଉତ୍ପାଦନ କରୁଥିବାବେଳେ, ପରେ ଉତ୍ପାଦନ କ୍ଷମତା ବାର୍ଷିକ ଦେଢ଼ ଲକ୍ଷ ଟନ୍ ପର୍ଯ୍ୟନ୍ତ ଉତ୍ପାଦନ ବୃଦ୍ଧି ପାଇବ।

କାର୍ଯ୍ୟଗତ ତାଳମେଳ ଏବଂ ଖର୍ଚ୍ଚ ହ୍ରାସର ରଣନୀତି

ଇମ୍ଫା ପାଇଁ ଏହି Odishaର କଳିଙ୍ଗନଗର କାରଖାନାର ଅବସ୍ଥାନ ଏକ ବଡ଼ ରଣନୀତିକ ସୁବିଧା ଆଣିଛି। ଏହି କାରଖାନା ଇମ୍ଫାର ନିଜସ୍ୱ କ୍ରୋମ୍ ଖଣି ଏବଂ କମ୍ପାନୀର ଗ୍ରୀନ୍‌ଫିଲ୍ଡ ପ୍ରୋଜେକ୍ଟ ନିକଟରେ ରହିଛି। ଫଳରେ କମ୍ପାନୀ କ୍ରୋମ୍ ପଥର ଯୋଗାଣ କ୍ଷେତ୍ରରେ ପରିବହନ (ଲଜିଷ୍ଟିକ୍ସ) ଖର୍ଚ୍ଚ କମାଇବା ସହିତ କାର୍ଯ୍ୟଗତ ସମନ୍ୱୟ ମାଧ୍ୟମରେ ଉତ୍ପାଦନ ଦକ୍ଷତାକୁ ବହୁଗୁଣିତ କରିବାର ଲକ୍ଷ୍ୟ ରଖିଛି। ଏହି ସମନ୍ୱିତ ବ୍ୟବସାୟିକ ମଡେଲ୍‌ ଦ୍ୱାରା ନିଟ୍ ଲାଭ ଉପରେ ଏକ ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି କମ୍ପାନୀ ଆଶା କରୁଛି।

Advertisment

ଇମ୍ଫା ମୁଖ୍ୟଙ୍କ ବୟାନ ଓ ଭବିଷ୍ୟତ ଯୋଜନା

ଏହି ଅଧିଗ୍ରହଣ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଏହାକୁ ଏକ "ପରିବର୍ତ୍ତନକାରୀ ଅଧିଗ୍ରହଣ" ବୋଲି କହିଛନ୍ତି । ଏହି ପଦକ୍ଷେପ କମ୍ପାନୀର ସମ୍ପ୍ରସାରଣ ଯୋଜନାକୁ ତ୍ୱରାନ୍ୱିତ କରିବ । ଶ୍ରୀ ପଣ୍ଡା ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଯୋଗୁଁ ଫେରୋ କ୍ରୋମ୍ ଚାହିଦା ବଢୁଥିବା ସମୟରେ, ଏହି ଚୁକ୍ତି କମ୍ପାନୀକୁ ସ୍ଥାନୀୟ ବଜାର ଉପରେ ବିଶେଷ ଧ୍ୟାନ ଦେବା ସହିତ ବଜାର ଅଂଶ ବଢ଼ାଇବାରେ ସାହାଯ୍ୟ କରିବ। ଇମ୍ଫା ଏହାର ଷ୍ଟେକ୍‌ହୋଲ୍ଡରମାନଙ୍କ ପାଇଁ ମୂଲ୍ୟ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏହି ଅଧିଗ୍ରହଣ ସହିତ ଖର୍ଚ୍ଚ ହ୍ରାସ ଓ କାର୍ଯ୍ୟଗତ ତାଳମେଳ ହାସଲ କରିବା ଦିଗରେ କାର୍ଯ୍ୟ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Odisha Tata Steel