sanket
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସଙ୍କେତ ରାୟ କୋକାକୋଲାର ଭାରତ ଏବଂ ଦକ୍ଷିଣ ପଶ୍ଚିମ ଏସିଆର ନେତୃତ୍ୱ ନେବେ। ସେ ବର୍ତ୍ତମାନ କୋକାକୋଲା ଚାଇନାର ମୁଖ୍ୟ ଦାୟିତ୍ୱରେ ଅଛନ୍ତି। ସଙ୍କେତ ଆସନ୍ତା ଜାନୁଆରୀ ୧ ତାରିଖରେ ଟି କୃଷ୍ଣକୁମାରଙ୍କଠାରୁ ଦାୟିତ୍ୱ ନେବେ।
ବର୍ତ୍ତମାନ କୃଷ୍ଣକୁମାର କୋକାକୋଲାର ଭାରତ ଏବଂ ଦକ୍ଷିଣ ପଶ୍ଚିମ ଏସିଆ ପ୍ରେସିଡେଣ୍ଟ ଅଛନ୍ତି। କୃଷ୍ଣକୁମାର କମ୍ପାନୀର ଚେୟାରମ୍ୟାନ୍ ଦାୟିତ୍ୱ ନେବା ପରେ ତାଙ୍କ ସ୍ଥାନ ନେବେ ସଙ୍କେତ।ଏଭଳି ସଫଳତା ପାଇବାରେ ସଙ୍କେତ ଦେଶର ଅନ୍ୟତମ ଯୁବ ନେତୃତ୍ୱର ଉଦାହରଣ ସାଜିବେ।
ଭେଟେନାରୀ ଡାକ୍ତର ଏସକେ ରାୟଙ୍କ ପୁଅ ସଙ୍କେତଙ୍କ ପଢ଼ାପଢ଼ି ଆରମ୍ଭରୁ ଭୁବନେଶ୍ୱରରେ ହୋଇଥିଲା। ସେ ଡିଏମ ସ୍କୁଲରେ ପଢ଼ୁଥଲେ ଏବଂ ପରେ ବିଜେବି କଲେଜରେ ଯୁକ୍ତ ୨ ପଢ଼ିଥିଲେ। ପରେ ଭୋପାଲ ଏନଆଇଟିରୁ ମେକାନିକାଲ ଇଞ୍ଜନିୟରିଂ ମଧ୍ୟ ପଢ଼ିଛନ୍ତି। ଅନ୍ୟପକ୍ଷରେ ଜାଭିୟର କଲେଜ ଅଫ୍ ମ୍ୟାନେଜମେଣ୍ଟ ବା ଏକ୍ସଆଇଏମବିରେ ଏମବିଏ ପଢ଼ିଛନ୍ତି ସଙ୍କେତ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/sanket.jpg)