Advertisment

ଫୁଲ୍ ଷ୍ଟାଫ୍‌ରେ ଚାଲିବ ଅଫିସ୍, ପୁଣି ଫେରିଲା ଶନିବାର ଛୁଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଥିବାବେଳେ ରାଜ୍ୟ ସରକାର ନିଜର ସମସ୍ତ ଅଫିସରେ ଶତପ୍ରତିଶତ କର୍ମଚାରୀଙ୍କ ଉପସ୍ଥାନକୁ ବାଧ୍ୟତାମୂଳକ କରିଛନ୍ତି। ଯେଉଁମାନେ ସ୍ୱାସ୍ଥ୍ୟଗତ ଅବା ଅନ୍ୟ କୌଣସି ସମସ୍ୟା କାରଣରୁ କୋଭିଡ୍ ଟିକା ନେଇପାରିନାହାନ୍ତି ସେମାନେ ଲିଖିତ ଭାବେ  ନିଜର ଉପରିସ୍ତ ଅଧିକାରୀଙ୍କୁ ଅବଗତ କରାଇବେ। ଏହାସହିତ ପୁଣିଥରେ ରାଜ୍ୟର ସମସ୍ତ ସରକାରୀ ଅଫିସ ଶନିବାର ଛୁଟି ରହିବ ବୋଲି ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ […]

author-image
Ordigital Desk
ଅଦ୍ୟତନ ହୋଇଛି
ଭାରତ ବନ୍ଦ ପାଇଁ ସରକାରୀ ଅଫିସ୍ ରହିବ ବନ୍ଦ

social distance office

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଥିବାବେଳେ ରାଜ୍ୟ ସରକାର ନିଜର ସମସ୍ତ ଅଫିସରେ ଶତପ୍ରତିଶତ କର୍ମଚାରୀଙ୍କ ଉପସ୍ଥାନକୁ ବାଧ୍ୟତାମୂଳକ କରିଛନ୍ତି। ଯେଉଁମାନେ ସ୍ୱାସ୍ଥ୍ୟଗତ ଅବା ଅନ୍ୟ କୌଣସି ସମସ୍ୟା କାରଣରୁ କୋଭିଡ୍ ଟିକା ନେଇପାରିନାହାନ୍ତି ସେମାନେ ଲିଖିତ ଭାବେ  ନିଜର ଉପରିସ୍ତ ଅଧିକାରୀଙ୍କୁ ଅବଗତ କରାଇବେ। ଏହାସହିତ ପୁଣିଥରେ ରାଜ୍ୟର ସମସ୍ତ ସରକାରୀ ଅଫିସ ଶନିବାର ଛୁଟି ରହିବ ବୋଲି ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

Advertisment

ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା  ଜୁଲାଇ ୧୬ତାରିଖରୁ ସରକାରୀ ଅଫିସଗୁଡ଼ିକ ପରିଚାଳନା ନିମନ୍ତେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ଶତ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବ। ଅଧିକାଂଶ କର୍ମଚାରୀଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇସାରିଥିବାବେଳେ ସେମାନେ ନିୟମିତ ଅଫିସ ଆସିବା ବାଧ୍ୟତାମୂଳକ ହୋଇଛି। ଯଦି କୌଣସି କର୍ମଚାରୀ ସ୍ୱାସ୍ଥ୍ୟଗତ ଅବା ଅନ୍ୟ କୌଣସି କାରଣରୁ ଟିକା ନେଇନଥିବେ ତା’ହେଲେ ସେ ଲିଖିତ ଭାବେ ନିଜ ଅଫିସ ମୁଖ୍ୟଙ୍କୁ ଅବଗତ କରାଇବେ। ସେଭଳି ପ୍ରତ୍ୟେକ ଆବେଦନକୁ  ସ୍ଥଳବିଶେଷରେ ବିଚାର କରାଯାଇ ନିଷ୍ପତ୍ତି ନିଆଯିବ। ତେବେ ଯେଉଁ କର୍ମଚାରୀମାନେ ଟିକା ନେଇନଥିବେ ଅବା ଆବେଦନ କରି ରିହାତି ପାଇନଥିବେ ସେମାନଙ୍କୁ ଜୁଲାଇ ୧୬ରୁ ଅଫିସ ଆସିବାକୁ ଅନୁମତି ମିଳିବ ନାହିଁ। ଆଉ ସେମାନଙ୍କର ଅନୁପସ୍ଥିତିକୁ ଉଦ୍ଦେଶ୍ୟମୂଳକ ଭାବେ ବିବେଚନା କରାଯିବ। ଏସବୁ ବ୍ୟତୀତ ଅଫିସଗୁଡ଼ିକରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ପାଇଁ ମଧ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ଶନିବାର ବନ୍ଦ ରହିବ ବୋଲି ସରକାରୀ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଗତ କିଛିଦିନ ଧରି ଶନିବାର ଛୁଟିକୁ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଥିଲେ।

Advertisment
COVID Guideline