Advertisment

ଆରଟିଆଇରେ ତଥ୍ୟ ପାଇଁ ମାଗୁଛନ୍ତି ଲକ୍ଷେ ଟଙ୍କା

ଚାନ୍ଦବାଲି (ଓଡ଼ିଶା ରିପୋର୍ଟର): ସୂଚନା ଅଧିକାରୀ କର୍ମୀଙ୍କୁ ଶାସନ କଳ ଟଙ୍କାର ଛାଟ ମାରୁଥିବାର ଅଭିଯୋଗ ଆସିଛି। ତଥ୍ୟ ମାଗିଲେ ଆଗ ଲକ୍ଷେ ପାଞ୍ଚ ହଜାର ଟଙ୍କା ଡିପୋଜିଟ୍ କରିବାକୁ କହୁଛନ୍ତି ଜନ ସୂଚନା ଅଧିକାରୀ। ଏଭଳି ସଙ୍ଗିନ୍ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦରୁ। ଏନଏସିର ବିଭିନ୍ନ ବିଭାଗରେ ଦୁର୍ନୀତିର ବାସ୍ନା ବାରି ଆଠଟି ପ୍ରଶ୍ନର ସବିଶେଷ ତଥ୍ୟ ମାଗିଥିଲେ ସୂଚନା ଅଧିକାର କର୍ମୀ ବାସୁଦେବ ଦାସ। ହେଲେ ତଥ୍ୟ ଦେବା […]

ଅଦ୍ୟତନ ହୋଇଛି
ଆରଟିଆଇରେ ତଥ୍ୟ ପାଇଁ ମାଗୁଛନ୍ତି ଲକ୍ଷେ ଟଙ୍କା

RTI-news

Advertisment

ଚାନ୍ଦବାଲି (ଓଡ଼ିଶା ରିପୋର୍ଟର): ସୂଚନା ଅଧିକାରୀ କର୍ମୀଙ୍କୁ ଶାସନ କଳ ଟଙ୍କାର ଛାଟ ମାରୁଥିବାର ଅଭିଯୋଗ ଆସିଛି। ତଥ୍ୟ ମାଗିଲେ ଆଗ ଲକ୍ଷେ ପାଞ୍ଚ ହଜାର ଟଙ୍କା ଡିପୋଜିଟ୍ କରିବାକୁ କହୁଛନ୍ତି ଜନ ସୂଚନା ଅଧିକାରୀ। ଏଭଳି ସଙ୍ଗିନ୍ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦରୁ।

Advertisment

ଏନଏସିର ବିଭିନ୍ନ ବିଭାଗରେ ଦୁର୍ନୀତିର ବାସ୍ନା ବାରି ଆଠଟି ପ୍ରଶ୍ନର ସବିଶେଷ ତଥ୍ୟ ମାଗିଥିଲେ ସୂଚନା ଅଧିକାର କର୍ମୀ ବାସୁଦେବ ଦାସ। ହେଲେ ତଥ୍ୟ ଦେବା ପାଇଁ ଚାନ୍ଦବାଲି ଏନଏସି କର୍ତ୍ତୃପକ୍ଷ ଯେଉଁ ସର୍ତ୍ତ ରଖିଛନ୍ତି, ତାହା ଆଶ୍ଚର୍ଯ୍ୟଜନକ। ଏନଏସି ପକ୍ଷରୁ ଦିଆଯିବାକୁ ଥିବା ତଥ୍ୟର ଜେରକ୍ସ ବା ଫଟୋ କପି ବାବଦକୁ ଲକ୍ଷେ ପାଞ୍ଚ ହଜାର ଟଙ୍କା ଡିପୋଜି୍ କରିବାକୁ ଚିଠି ଆସିଛି। ସାମାନ୍ୟ ଜେରକ୍ସ ପାଇଁ ଲକ୍ଷାଧିକ ଟଙ୍କା ଦେୟ ତଲବକୁ ସୂଚନା ଅଧିକାର କର୍ମୀମାନେ ଟଙ୍କାର ଛାଟ ବୋଲି କହିଛନ୍ତି।
ଗଠିତ ଚାନ୍ଦବାଲି ଏନଏସିରେ ଗତ 3 ବର୍ଷରେ ଏହି ଦୁର୍ନୀତିର ତାଲିକା ବେଶ୍ ଲମ୍ବା। କରୋନା କଟକଣା କାଳରେ ଲୋକଙ୍କୁ ଦିଆଯାଇଥିବା ମାଗଣା ଖାଦ୍ୟ ବାବଦ ଖର୍ଚ୍ଚ ନେଇ କୌଣସି ହିସାବ ମିଳୁନି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରିୟା ପ୍ରୀତି ତୋଷଣର ମଧ୍ୟ ଅଭିଯୋଗ ହେଉଛି। ସେହିଭଳି କିଛି ପ୍ରକଳ୍ପରେ ମିଥ୍ୟା ବିଲ୍ ହୋଇଥିବା ମଧ୍ୟ ଏହି ତାଲିକାରେ ରହିଛି।


ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କହିବା ଅନୁସାରେ ଆଠଟି ପ୍ରଶ୍ନର ଉତ୍ତର ବା ତଥ୍ୟ ପାଇଁ ହେବାକୁ ଜେରକ୍ସ ଖର୍ଚ୍ଚ ବାବଦ ଟଙ୍କା ରଖି ଡିପୋଜିଟର ବଳକା ଟଙ୍କା ଫେରାଇ ଦିଆଯିବ। ତେବେ ଏନଏସି କର୍ତ୍ତୃପକ୍ଷଙ୍କ ଏଭଳି ଅଜବ ସଫେଇ କେବଳ ଦୁର୍ନୀତିକୁ ଘୋଡ଼ାଇବା ଲାଗି ଉଦ୍ଦିଷ୍ଟ ବୋଲି ଅଭିଯୋଗ ହୋଇଛି।

Advertisment

ଏଠାରେ ପ୍ରଶ୍ନ ଉଠୁଛି, କେବଳ ଆରଟିଆଇରେ ତଥ୍ୟ ପାଇଁ ସୂଚନା ଅଧିକାର କର୍ମୀଙ୍କୁ ଲକ୍ଷପତି ହେବା କଅଣ ଜରୁରୀ ? ଦୁର୍ନୀତିକୁ ଘୋଡ଼ାଇବା ପାଇଁ ସୂଚନା ଅଧିକାର କର୍ମୀଙ୍କୁ ବିଭ୍ରାନ୍ତ କରୁଥିବା ଏଭଳି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ, କାହିଁକି ?

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe