ଅଫିସ୍‌ ଭିତରେ ବାବୁଙ୍କୁ ତାଲା ପକାଇ ପିଅନ ଛୁ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଅଫିସରଙ୍କୁ ତାଲା ପକାଇ ପିଅନ ପଳାଇ ଗଲେ। କିନ୍ତୁ ଜାଣିନଥିଲେ ଅଫିସ୍‌ରେ କ୍ରୀଡ଼ା ଅଧିକାରୀ ଓ ଅନ୍ୟ କର୍ମଚାରୀ କାମ କରୁଥିଲେ ବୋଲି। ପରେ ଅବଶ୍ୟ କ୍ରୀଡ଼ା ଅଧିକାରୀଙ୍କଠାରୁ ଖବର ପାଇ ଜଣେ ସାମ୍ବାଦିକଙ୍କ ହସ୍ତକ୍ଷେପ ଯୋଗୁ  ପିଅନ ତାଲା ଫିଟାଇ ଥିଲେ।

ଆଜି ଏମିତି ଏକ କୌତୁହଳପ୍ରଦ ଘଟଣା ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍‌ରେ ଘଟିଛି।

ପୂରା ଘଟଣା ଏମିତି। ତେଲ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଭାରତ ବନ୍ଦ ଡାକରା ଦେଇଥିଲା। ଏହାର ପ୍ରଭାବ ଓଡ଼ିଶାରେ ପଡ଼ିଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ଘଟିବା ଆଶଙ୍କା କରି ଢ଼େଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ମୁଖ୍ୟ ଫାଟକରେ ତାଲା ପକା ଯାଇଥିଲା। ସେଥିପାଇଁ ଜିଲ୍ଲାପାଳଙ୍କ ଅଫିସ ପରିସର ଖାଁ ଖାଁ ଲାଗୁଥିଲା। ପ୍ରାୟତଃ କେହି କର୍ମଚାରୀ ଥିଲା ପରି ମନେ ହେଉନଥିଲା।

ତଥାପି ଏଡିଏମ୍‌ଓ, ଅତିରିକ୍ତ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟକୁ ଆସି କାମ କରିଥିଲେ।

ସେହିପରି କ୍ରୀଡ଼ା ଅଧିକାରୀ ପ୍ରଦୀପ ମହାନ୍ତି ଓ ଅନ୍ୟ ଜଣେ କର୍ମଚାରୀ ମଧ୍ୟ ସେମାନଙ୍କ ଅଫିସ୍‌ରେ ଥିଲେ। ମାତ୍ର ଏ ସମ୍ପର୍କରେ ପିଅନମାନେ ଜାଣିପାରିନଥିଲେ। ସେମାନେ ବାହାର ପଟରୁ କବାଟରେ ତାଲା ପକାଇ ଚାଲି ଯାଇଥିଲେ।

ପ୍ରାୟ ୧ ଘଣ୍ଟା ପରେ ପ୍ରଦୀପ ମହାନ୍ତି ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ଅଫିସ୍‌ରେ ପରିସରରେ ଥିବା ଜଣେ ବରିଷ୍ଠ ସାମ୍ୱାଦିକଙ୍କୁ ଜଣାଇଥିଲେ। ସାମ୍ୱାଦିକ ଜଣକ ପିଅନଙ୍କୁ ସାଥୀରେ ନେଇ ଜିଲ୍ଲାପାଳଙ୍କ ଅଫିସ ପରିସରରେ ଥିବା କ୍ରୀଡ଼ା ଅଧିକାରୀଙ୍କ ଅଫିସ୍‌ରୁ ତାଲା ଖୋଲାଇ ଥିଲେ।

ଆହୁରି ପଢ଼ନ୍ତୁ

କରୋନା ଟିକା ନିଜ ଇଚ୍ଛାରେ କିଣି ପାରିବେନି ରାଜ୍ୟ ସରକାର

ପ୍ରଫୁଲ୍ଲ ଓ ନବ ବାଦ୍ : ୧୮ ଜିଲ୍ଲାରେ ମନ୍ତ୍ରୀ କରିବେ ପତାକା ଉତ୍ତୋଳନ

‘ରାଜ୍ୟରେ ୨୪ ଘଣ୍ଟାରେ ହେଲା ୪୦ ହଜାରରୁ ଊର୍ଦ୍ଧ୍ୱ କରୋନା ଟେଷ୍ଟ’

ନୂଆ କାରଖାନା ପାଇଁ ହଜାରେ ଦିନ କୋହଳ ହେବ ନିୟମ, ୨୦ ପ୍ରସ୍ତାବକୁ ମଞ୍ଜୁରୀ

ବଢୁଛି ଟେଷ୍ଟିଂ, କମୁଛି ପଜିଟିଭ୍ ସଂଖ୍ୟା

ଜଳସେଚନ ପ୍ରକଳ୍ପ ନାଁରେ ବିଜେପୁରବାସୀଙ୍କୁ ପୁଣି ଭୁଆଁ ବୁଲାଇଲେ ମୁଖ୍ୟମନ୍ତ୍ରୀ

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ଆରୋଗ୍ୟ ହେଲେ ୧୬୭୩ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଟେନ୍‌ସନ୍‌ ବଢ଼ାଇଲା ଜାଲୁଆ ସାହି, ଆଜି ପୁଣି ୨୪ ଆକ୍ରାନ୍ତ ଚିହ୍ନଟ

ଆଉ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ସିଲ୍‌ଭର ସିଟିରେ ପୁଣି ଥରେ ସକ୍ରିୟ ହେଉଛି କି ଡି-ବ୍ରଦର୍ସ ଗ୍ୟାଙ୍ଗ?

ମରିଗଲେଣି ଭଗବାନ, ତାଙ୍କ ନାଁରେ ଟଙ୍କା ଆଣି ଖାଇଗଲେ!