ବାବୁଙ୍କ ପାଟି ଅଠା ମାରିଯାଉଛି। ଅଧିକାରୀ କାଇଁ ଆସିନାହାଁନ୍ତି ପଚାରିବାରୁ ଆଟେନଣ୍ଡାନ୍ସ ଦେଖ ବୋଲି କହୁଛନ୍ତି। ସମୟ ୧୦ଟା ପରେ ହେଲାଣି। ବ୍ଲକ କାର୍ଯ୍ୟାଳୟରେ ନାହାଁନ୍ତି ସରକାରୀ ଅଧିକାରୀ। ଆଉ କାର୍ଯ୍ୟାଳୟରେ ତାଲା ମାରିଦେଲେ ବିଜେପି ନେତା। ଏ ହେଉଛି କଟକ ଜିଲ୍ଲା ସାଲେପୁର ବ୍ଲକ କାର୍ଯ୍ୟାଳୟର ଦୃଶ୍ୟ।