Advertisment

‘ସନ୍ଧ୍ୟାରାଣୀଙ୍କୁ କୌଣସି ଥାନାରେ ଚାକିରି ଦିଅନି, ବ୍ୟବହାର ଶିଖାଅ‘

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ପାଟଣା ଥାନାର ପୂର୍ବତନ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ୨ ବର୍ଷ ଯାଏଁ କୌଣସି ଥାନା ପୋଷ୍ଟିଂ ଦିଅନି। ତାଙ୍କୁ ଟ୍ରେନିଂରେ ପଠାଯାଉ। ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରାଯିବ, ସେନେଇ ଟ୍ରେନିଂ ନିଅନ୍ତୁ। ଥାନା ଭିତରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ଦ୍ଦୟ ଭାବେ ମାଡ଼ ମାରିବା ମାମଲାରେ ସନ୍ଧ୍ୟାରାଣୀଙ୍କୁ ରାଜ୍ୟ ମାନବାଧିକାର କମିଶନ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ତାଙ୍କୁ ୨ ବର୍ଷ ଯାଏ କିଛି ଫିଲ୍‌ଡ ଡ୍ୟୁଟି ନଦେବାକୁ […]

author-image
Manoranjan Sial
ଅଦ୍ୟତନ ହୋଇଛି
‘ସନ୍ଧ୍ୟାରାଣୀଙ୍କୁ କୌଣସି ଥାନାରେ ଚାକିରି ଦିଅନି, ବ୍ୟବହାର ଶିଖାଅ‘

iic-kendujhar-1

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ପାଟଣା ଥାନାର ପୂର୍ବତନ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ୨ ବର୍ଷ ଯାଏଁ କୌଣସି ଥାନା ପୋଷ୍ଟିଂ ଦିଅନି। ତାଙ୍କୁ ଟ୍ରେନିଂରେ ପଠାଯାଉ। ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରାଯିବ, ସେନେଇ ଟ୍ରେନିଂ ନିଅନ୍ତୁ। ଥାନା ଭିତରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ଦ୍ଦୟ ଭାବେ ମାଡ଼ ମାରିବା ମାମଲାରେ ସନ୍ଧ୍ୟାରାଣୀଙ୍କୁ ରାଜ୍ୟ ମାନବାଧିକାର କମିଶନ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ତାଙ୍କୁ ୨ ବର୍ଷ ଯାଏ କିଛି ଫିଲ୍‌ଡ ଡ୍ୟୁଟି ନଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସଂଧ୍ୟାରାଣୀଙ୍କୁ ଟ୍ରେନିଂରେ ପଠାଇବାକୁ କମିଶନ କହିଛନ୍ତି। ଅଭିଯୁକ୍ତଙ୍କ ପ୍ରତିକିଭଳି ବ୍ୟବହାର କରାଯିବ, ସେନେଇ ଟ୍ରେନିଂ ନେବେ।

Advertisment

ଗତ ମେ ମାସରେ ଥାନାରେ ଅଟକ ଜଣେ ଯୁବକଙ୍କୁ ପିଟିଥିଲେ IIC। ଅଟକ ଯୁବକଙ୍କୁ ନିସ୍ତୁକ ପିଟିବା ସହ ଗୋଇଠା ବି ମାରିଥିଲେ। IICଙ୍କ ମାଡ଼ ଭିଡିଓ ଭାଇରାଲ ହେବା ପରେ ସମଗ୍ର ରାଜ୍ୟରେ ହଇଚଇ ହୋଇଥିଲା। ଘଟଣା ପରେ ପରେ IIC ସଂଧ୍ୟାରାଣୀଙ୍କୁ ନିଲମ୍ବିତ କରିଥିଲେ ଡିଜିପି। ପୂର୍ବରୁ OHRC ପୀଡ଼ିତଙ୍କୁ ୧୦ ହଜାର କ୍ଷତିପୂରଣ ଦେବାକୁ କହିଥିଲେ। କ୍ଷତିପୂରଣ ଅର୍ଥ IIC ସଂଧ୍ୟାରାଣୀଙ୍କ ଦରମାରୁ କାଟିବାକୁ କହିଥିଲେ।

publive-image

ସୂଚନାରୁ ପ୍ରକାଶ, ଜମିବାଡ଼ି ବିବାଦକୁ ନେଇ କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ପ୍ରଭାସରଭା ଗାଁର ରାଜୁ ମହାନ୍ତି ଓ ତାଙ୍କ ଦାଦାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏନେଇ ପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଆଇଆଇସି ସନ୍ଧ୍ୟାରାଣୀ ରାଜୁକୁ ଥାନାକୁ ଆଣି ଅତି ନିର୍ଦ୍ଦୟ ଭାବେ ଗଡ଼ାଇ ଗଡ଼ାଇ ଲାଠିରେ ପିଟିଥିଲେ। ଏତିକିରେ ମନ ଶାନ୍ତି ନ ହେବାରୁ ଗୋଇଠା ପରେ ଗୋଇଠା ମାରି ଚାଲିଲେ। ଏହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସନ୍ଧ୍ୟାରାଣୀଙ୍କ ଅଡ଼ୁଆ ବଢ଼ିଥିଲା।

Advertisment

ଆଗକୁ ପଢ଼ନ୍ତୁ : ଲାଞ୍ଚ ନେଉଥିଲେ, ଧରାପଡିଗଲେ ତହସିଲଦାର

Odia News Odisha Police