Advertisment

କାହିଁକି ମାରିଲ କୁହ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ହାଇଦରକୁ କାହିଁକି ଏନକାଉଣ୍ଟର କଲା ପୁଲିସ।  ଏହାକୁ ନେଇ ଘଣ୍ଟାଚକଟା ଚାଲିଥିବାବେଳେ ସିମୁଳିଆ ଥାନାରେ ଏସକର୍ଟ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଦେଇଥିବା ଏଫଆଇର କିନ୍ତୁ ବଖାଣିଛି ଏକ ରୋଚକ କାହାଣୀ । ଆଉ ଜେଲ୍ ବିଭାଗ ଡିଜି କହିଛନ୍ତି ହାଇଦର୍ ଅନ୍ୟ ଅପରାଧୀଙ୍କ ସହ ମିଶି ଆଉ କିଛି କାଣ୍ଡ ଘଟାଇବାର ଖବର ପାଇ କୋର୍ଟଙ୍କ ଅନୁମତି ନେଇ ସେଦିନ ତାକୁ ବାରିପଦା ଜେଲ୍ ନିଆଯାଉଥିଲା  । ଏପଟେ ହାଇଦରକୁ ଏନକାଉଣ୍ଟର ଘଟଣାରେ ନିଜ […]

author-image
Tapas Behera
ଅଦ୍ୟତନ ହୋଇଛି
ହାଇଦର ପୁଅକୁ ମିଳିଲାନି ଜାମିନ

Gangster Hyder

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ହାଇଦରକୁ କାହିଁକି ଏନକାଉଣ୍ଟର କଲା ପୁଲିସ।  ଏହାକୁ ନେଇ ଘଣ୍ଟାଚକଟା ଚାଲିଥିବାବେଳେ ସିମୁଳିଆ ଥାନାରେ ଏସକର୍ଟ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଦେଇଥିବା ଏଫଆଇର କିନ୍ତୁ ବଖାଣିଛି ଏକ ରୋଚକ କାହାଣୀ । ଆଉ ଜେଲ୍ ବିଭାଗ ଡିଜି କହିଛନ୍ତି ହାଇଦର୍ ଅନ୍ୟ ଅପରାଧୀଙ୍କ ସହ ମିଶି ଆଉ କିଛି କାଣ୍ଡ ଘଟାଇବାର ଖବର ପାଇ କୋର୍ଟଙ୍କ ଅନୁମତି ନେଇ ସେଦିନ ତାକୁ ବାରିପଦା ଜେଲ୍ ନିଆଯାଉଥିଲା  । ଏପଟେ ହାଇଦରକୁ ଏନକାଉଣ୍ଟର ଘଟଣାରେ ନିଜ ଆଡୁ ମାମଲା ରୁଜୁ କରି ୪ ସପ୍ତାହ ଭିତରେ ଉତ୍ତର ରଖିବାକୁ ଗୃହ ବିଭାଗ ଏସିଏସ୍, ପୋଲିସ ଡିଜି ଓ ପୋଲିସ କମିଶନରଙ୍କୁ ନୋଟିସ୍ ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ।

Advertisment

କାହିଁକି ଓ କେଉଁ ପରିସ୍ଥିତିରେ ଗ୍ୟାଙ୍ଗଷ୍ଟର ହାଇଦରକୁ ହେଲା ଏନକାଉଣ୍ଟର ? ସାଧାରଣରେ ଉଙ୍କି ମାରୁଥିବା ଏଭଳି ଅସମାହିତ ପ୍ରଶ୍ନ ଭିତରେ ପୁଲିସ ବଖାଣିଛି ଘଟଣା ପଛର କାହାଣୀ । ଶନିବାର ହାଇଦର ଏସକର୍ଟ ଦାୟିତ୍ୱରେ ଥିବା ପୁଲିସ ଇନସପେକ୍ଟର ଗଙ୍ଗାଧର ଶାସେନି, ସିମୁଳିଆ ଥାନାରେ ଦେଇଥିବା ଏଫଆରଆରରେ ବିସ୍ତୃତ ଭାବେ ବଖାଣିଛନ୍ତି ଘଟଣାବେଳର ଚିତ୍ର।  ଶାସେନି ଲେଖିଛନ୍ତି-୨୪ ତାରିଖ ମଧ୍ୟାହ୍ନ ୧୨ଟା ୪୦ ମିନିଟରେ ଚୌଦ୍ୱାର ଜେଲରୁ ହାଇଦରକୁ ବାରିପଦା ସର୍କଲ ଜେଲ୍ ନିଆଯାଉଥିଲା। ସୁରକ୍ଷା ଦାୟିତ୍ୱରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଆଇ ଅସିତ୍ ରଞ୍ଜନ ଜେନା ଓ ଆଉ ୯ଜଣ ସୁରକ୍ଷାକର୍ମୀ ଥିଲେ । ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ସିମୁଳିଆ ପାଖାପାଖି ଏକ ସ୍ଥାନରେ ପରିସ୍ରା ଯିବାକୁ କହି ଗାଡ଼ି ଅଟକାଇବାକୁ ହାଇଦର କହିଥିଲା । ହେଲେ ସୁରକ୍ଷା ଦୃଷ୍ଟିରୁ ମନା କରାଯାଇଥିଲା । କିନ୍ତୁ ସେ ମଧୁମେହ ରୋଗୀ ହୋଇଥିବା ଦର୍ଶାଇ ବିରକ୍ତି ପ୍ରକାଶ କରିବାରୁ ସିମୁଳିଆ ହନୁମାନ ମନ୍ଦିର ନିକଟ ଡାଇଭରସନରେ ଗାଡ଼ି ରଖି ତାକୁ ସୁରକ୍ଷାକର୍ମୀ ପରିସ୍ରା ପାଇଁ ଗାଡ଼ିରୁ ଓହ୍ଲାଇଥିଲେ । ଏହି ସମୟରେ ତାର ଗୋଟିଏ ହାତରୁ ହ୍ୟାଣ୍ଡକପ୍ ଖୋଲା ଯାଇଥିଲା । ସେତିକିବେଳେ ହାଇଦର, ହଠାତ୍ ଜଣେ ହାବିଲଦାରଙ୍କଠୁ ଏକେ-୪୭ ବନ୍ଧୁକ ଛଡ଼ାଇ ଫାୟାରିଂ ଧମକ ଦେଇଥିଲା । ତାସହ ପୂର୍ବଥର ଫେରାର ବେଳେ ତାକୁ ଧରି ଦେଇଥିବାରୁ ଏଥର ଆଉ ସମ୍ଭବ ନୁହେଁ ବୋଲି କହି କୁଭାଷା ବି ପ୍ରୟୋଗ କରିଥିଲା । ସେତେବେଳେ ଏସଆଇ ଅସିତ୍ ଜେନା ଓ ମୁଁ ମିଶି ହାଇଦରକୁ ଆତ୍ମସମର୍ପଣ ପାଇଁ କହିଥିଲୁ। ହେଲେ ସେ ନଶୁଣିବାରୁ ଶେଷରେ ସୁରକ୍ଷାକର୍ମୀଙ୍କ ଜୀବନ ପ୍ରତି ବିପଦ ଥିବା ଜାଣି ଏସଆଇ ଅସିତ୍ ଜେନା ତାଙ୍କ ସର୍ଭିସ୍ ପିସ୍ତଲରୁ ହାଇଦର ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ।

ତେଣେ ପୁଲିସ ଗୁଳିରେ ହାଇଦର ମୃତ୍ୟୁ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ମାମଲା ରୁଜୁ ସହ ଗୃହ ବିଭାଗ ଏସିଏସ୍, ପୁଲିସ ଡିଜି, ଜେଲ୍ ବିଭାଗ ଡିଜି ଓ ଟୁଇନ ସିଟି ପୋଲିସ କମିଶନରଙ୍କୁ ବି ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ମାନବାଧିକାର କର୍ମୀ କହିଛନ୍ତି ଏହାଦ୍ୱାରା ହାଇଦର ମୃତ୍ୟୁ ଏନକାଉଣ୍ଟର ନା ହତ୍ୟା ତାହା ସ୍ପଷ୍ଟ ହୋଇଯିବ । ସେପଟେ ଆଜି ଜେଲ୍ ବିଭାଗ ଡିଜି ସନ୍ତୋଷ ଉପାଧ୍ୟୟ ବି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି-ଅପରେସନ କ୍ଲିନ ଅପ୍ ଲକ୍ଷ୍ୟରେ ଗୋଟିଏ ଜେଲରେ ଯେପରି ଅଧିକ ଦୁର୍ଦ୍ଦାନ୍ତ ଅପରାଧୀ ଠୁଳ ନହୁଅନ୍ତି ସେଥିପାଇଁ ଡିସିପିଙ୍କ ମତାମତ ଓ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇଦରକୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଇଥିଲା । କାରଣ ହାଇଦର୍ ସେଠି କେନ୍ଦ୍ରାପଡ଼ା ଅଞ୍ଚଳର ଅନ୍ୟ ଅପରାଧୀଙ୍କ ସହ ମିଶି କିଛି ଅପରାଧ ଘଟାଇବାର ଆଶଙ୍କା ଥିଲା।

Advertisment
Gangster Hyder