Advertisment

ଆଇଓସିଏଲର ତେଲ ପାଇପ ଲାଇନ ଫାଟିଲା

ପାରଦୀପ(ଓଡ଼ିଶା ରିପୋର୍ଟର): ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆକୁ ବିଛା ଯାଇଥିବା ଆଇଓସିଏଲର ତେଲ ପାଇପ ଲାଇନ ଫାଟି ଯାଇଛି। ଫଳରେ ପାଇପ ଯୋଗେ ହଳଦିଆ ଯାଉଥିବା ଅଶୋଧିତ ତୈଳ ଲିକ୍‌ ହେବାରେ ଲାଗିଛି। ପାରାଦୀପ ରିଫାଇନାରୀ ରାସ୍ତା କଡରେ ଥିବା ଆଇଓସିଏଲ ଟାଉନଶିପ ନିକଟରେ ପାଇପ ଫାଟିଯିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଅଶୋଧିତ ତୈଳ ପାଣିରେ ପଡ଼ିବା ଯୋଗୁ ସେଠାରେ ଥିବା ଜୀବଜନ୍ତୁଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। କେଉଁ କାରଣରୁ ପାଇପ […]

ଆଇଓସିଏଲର ତେଲ ପାଇପ ଲାଇନ ଫାଟିଲା

Pipeline

Advertisment

ପାରଦୀପ(ଓଡ଼ିଶା ରିପୋର୍ଟର): ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆକୁ ବିଛା ଯାଇଥିବା ଆଇଓସିଏଲର ତେଲ ପାଇପ ଲାଇନ ଫାଟି ଯାଇଛି। ଫଳରେ ପାଇପ ଯୋଗେ ହଳଦିଆ ଯାଉଥିବା ଅଶୋଧିତ ତୈଳ ଲିକ୍‌ ହେବାରେ ଲାଗିଛି। ପାରାଦୀପ ରିଫାଇନାରୀ ରାସ୍ତା କଡରେ ଥିବା ଆଇଓସିଏଲ ଟାଉନଶିପ ନିକଟରେ ପାଇପ ଫାଟିଯିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଅଶୋଧିତ ତୈଳ ପାଣିରେ ପଡ଼ିବା ଯୋଗୁ ସେଠାରେ ଥିବା ଜୀବଜନ୍ତୁଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି।

Advertisment

କେଉଁ କାରଣରୁ ପାଇପ ଫାଟିଲା ସେକଥା ଏଯାଏ ଜଣାପଡ଼ିନି। ଲିକ୍‌ର ଖବର ପାଇ ଆଇଓସିଏଲର ଟେକ୍ନିସିଆନମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। ସେହିପରି ଲିକ୍‌ ହୋଇଥିବା ଅଶୋଧିକ ତୈଳକୁ ମଧ୍ୟ ସଂଗ୍ରହ କରାଯାଉଛି। ଶତାଧିକ ଲିଟର ଅଶୋଧିତ ତୈଳ ସ୍ଥାନୀୟ ଜମିରେ ମାଡ଼ି ଯାଇଥିବା ମଧ୍ୟ ଜଣାପଡ଼ିଛି। ତୈଳ ଲିକ୍‌ ଯୋଗୁ ଉକ୍ତ ଅଞ୍ଚଳରେ ଲୋକଙ୍କ ଯାତାୟା ଉପରେ ରୋକ ଲଗାଯାଇଛି।

ଆଇଓସିଏଲର ପାଇପଲାଇନ ଡିଭିଜନର ସିଜିଏମ ଆଲୋକ ସାହୁ କହିଛନ୍ତି, କଣ୍ଟ୍ରୋଲ ରୁମ ଓ ଗାର୍ଡଙ୍କ ଠାରୁ ପ୍ରଥମେ ତୈଲ ଲିକ୍‌ର ଖବର ମିଳିଥିଲା। ଏହାପରେ ତୁରନ୍ତ ଆବଶ୍ୟକ ମେସିନ ଓ ଟେକ୍ନିସିଆନମାନେ ଲିକ ବନ୍ଦ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ପ୍ରଥମେ ଲିକ୍‌ ହୋଇଥିବା ତେଲକୁ ସଂଗ୍ରହ କରାଯିବ ଓ ଏହାପରେ ହିଁ ପୂରା ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରାଯିବ। ବର୍ତ୍ତମାନ ସୁଦ୍ଧା କେଉଁ କାରଣ ପାଇଁ ପାଇପ ଲାଇନ ଫାଟିଲା ସେକଥା ଜଣାପଡ଼ିନି।

Advertisment

ଲିକ୍‌ ହୋଇଥିବା ସ୍ଥାନରେ ଥିବା ରିସ୍କକୁ ଯଥା ସମ୍ଭବ ଏଡ଼ାଇବା ପାଇଁ ଆମେ ପ୍ରୟାସ କରୁଛୁ। ଲୋକମାନେ ଉକ୍ତ ଅଞ୍ଚଳରୁ ଦୂରେଇ ରହିବା ଭଲ। ଯେତେ ଶୀଘ୍ର ସମସ୍ୟାର ସମାଧାନ ହେବ, ତାହା ଦେଶ ତଥା ସମସ୍ତଙ୍କ ପାଇଁ ଭଲ ହେବ। କେତେ ପରିମାଣ ଅଶୋଧିତ ତୈଳ ଲିକ୍‌ ହୋଇଛି, ସେକଥା ସ୍ପଷ୍ଟ ହୋଇନି। ମରାମତି କାମରେ ଆଓଏଲର ପୂରା ଟିମ୍‌ ଲାଗିଛନ୍ତି। କାମ ସରିବା ପରେ ସବୁକଥା ଜଣାପଡ଼ିବ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe