Advertisment

କାଲି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ

ଲାଟରାଲ ଏଣ୍ଟ୍ରି, ଏମଟେକ୍, ଏମବିଏ, ଏମସିଏ ଭଳି ପ୍ରଫେସନାଲ କୋର୍ସରେ ଆଡମିଶନ ଲାଗି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ରାଜ୍ୟ ଭିତରେ ୪୦ଟି ଓ ରାଜ୍ୟ ବାହାରେ ୩ଟି ମୋଟ ୪୩ଟି ପରୀକ୍ଷା କେନ୍ଦ୍ରରେ ହୋଇଥିଲା ପରୀକ୍ଷା।

author-image
Manoranjan Sial
OJEE

OJEE

ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ପୂର୍ବାହ୍ନ ୧୧ଟାରେ ରେଜଲ୍ଟ ପ୍ରକାଶ ପାଇବ। ଓଜେଇଇ ୱେବସାଇଟ୍‌ ଜରିଆରେ ମିଳିବ ପରୀକ୍ଷା ଫଳ। ମେ’ ୮ରୁ ମେ’ ୧୫ ପର୍ଯ୍ୟନ୍ତ ହୋଇଥିଲା ପରୀକ୍ଷା। ପ୍ରାୟ ୫୬ ହଜାର ପିଲା ପରୀକ୍ଷା ଦେଇଥିଲେ।

Advertisment

ଲାଟରାଲ ଏଣ୍ଟ୍ରି, ଏମଟେକ୍, ଏମବିଏ, ଏମସିଏ ଭଳି ପ୍ରଫେସନାଲ କୋର୍ସରେ ଆଡମିଶନ ଲାଗି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ରାଜ୍ୟ ଭିତରେ ୪୦ଟି ଓ ରାଜ୍ୟ ବାହାରେ ୩ଟି ମୋଟ ୪୩ଟି ପରୀକ୍ଷା କେନ୍ଦ୍ରରେ ହୋଇଥିଲା ପରୀକ୍ଷା। ଆସନ୍ତାକାଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା କରିବେ। ଏହା ପରେ ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟରେ ନିଜର ପରୀକ୍ଷା ଫଳ ପାଇ ପାରିବେ।

OJEE Exam