ନୂଆପଡ଼ା(ମାୟାଧର ସରାଫ୍): ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ବିଶିବାହାଲ ଗାଁରେ କାନ୍ଥ ଭୁଶୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ତ୍ରିନାଥ ଭୋଇ (୬୫)।
ଗତକାଲି ରାତିରେ ତ୍ରିନାଥ ନିଜ ଘରେ ଶୋଇଥିଲେ। ହେଲେ ଲଗାଣ ବର୍ଷା ଯୋଗୁ ରାତି ପ୍ରାୟ ୨ଟାରେ ଘରର ମାଟି କାନ୍ଥ ଭୁଶୁଡ଼ି ପଡି ତାଙ୍କ ଉପରେ ପଡ଼ି ଯାଇଥିଲା। ପରିବାର ଲୋକେ ଶବ୍ଦ ଶୁଣି ଆସି ଦେଖିଲା ବେଳକୁ ତ୍ରିନାଥଙ୍କ ଉପରେ କାନ୍ଥ ପଡ଼ି ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଏନଇ ଖବର ପାଇ କୋମନା ଆସିଷ୍ଟାଣ୍ଡ ତହସିଲଦାର ରାଜସ୍ୱ ନିରୀକ୍ଷକଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।