Advertisment

Gig workers: ଶୋଷଣ ବିରୋଧରେ ୭ରେ ଷ୍ଟ୍ରାଇକ୍ କରିବେ ଓଲା, ଉବେର ଓ ରାପିଡୋ ଡ୍ରାଇଭର୍

ଶୋଷଣ ବିରୋଧରେ ୭ରେ ସାରା ଦେଶରେ ଧର୍ମଘଟ କରିବେ ଗିଗ୍ ଓ୍ବାର୍କର୍ସ। ଗିଗ୍ ଓ୍ବାର୍କର୍ସ ଓ ପ୍ଲାଟଫର୍ମ ଓ୍ବାର୍କର୍ସଙ୍କ ପକ୍ଷରୁ ୬ ଘଣ୍ଟିଆ କାମ ବନ୍ଦ ଆନ୍ଦୋଳନ ଡାକରା। ଓଡ଼ିଶାରେ ସକାଳ ୭ଟାରୁ ଧର୍ମଘଟ କରିବେ ଅନଲାଇନ ଅଟୋ ଆସୋସିଏସନ୍।

Strike
Advertisment

ଫେବ୍ରୁଆରୀ ୭ରେ ଅନଲାଇନ ପ୍ଳାଟଫର୍ମରେ ଚାଲୁଥିବା ଏଗ୍ରିଗେଟର ବା ମାଲିକମାନଙ୍କ ଶୋଷଣ ବିରୋଧରେ ସାରା ଦେଶରେ ଧର୍ମଘଟ କରିବେ ଓଲା, ଉବେର ଓ ରାପିଡୋ ଡ୍ରାଇଭର। ଏ ନେଇ Telangana App-Based Drivers Forum (TADF) ଓ ଅନ୍ୟ କେତେକ ଶ୍ରମିକ ସଂଗଠନ ପକ୍ଷରୁ ୬ ଘଣ୍ଟିଆ କାର୍ଯ୍ୟ ବନ୍ଦ ଡାକରା ଦିଆଯାଇଛି। ସେମାନଙ୍କ ଅଭିଯୋଗ ଅନୁସାରେ, ଅନେକ ରାଜ୍ୟରେ ଓଲା, ଉବେର ଓ ରାପିଡୋ ଭଳି ଏଗ୍ରିଗେଟରମାନେ 2025ରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା Motor Vehicle Aggregator Guidelines, 2025 ମାନୁନାହାନ୍ତି। ରାଜ୍ୟମାନେ ଏ ନେଇ କଠୋର ହେଉନାହାନ୍ତି।

Advertisment

ଆପ୍ଲିକେସନରେ ଦିଆଯାଉଥିବା ଆଲଗୋରିଦମ୍ ଓ ଅନ୍ୟ କିଛି କାରଣ ବାହାନାରେ ସେମାନଙ୍କର ଆୟ ବା ପ୍ରାପ୍ୟ କମିଯାଉଛି। ସେମାନଙ୍କୁ Aggregator Guideline ଅନୁସାରେ ବେସ୍ ପ୍ରାପ୍ୟ ବି ମିଳୁନାହିଁ। ଅନ୍ୟପଟରେ ବ୍ୟବସାୟିକ କ୍ଷେତ୍ରରେ ଘରୋଇ ଗାଡ଼ି ଲଗାଇବାକୁ ସେମାନେ ବିରୋଧ କରିଛନ୍ତି। ଏହାକୁ ସମର୍ଥନ କରି ଫେବ୍ରୁଆରୀ ୭ ତାରିଖରେ ଭୁବନେଶ୍ବରରେ ବି ଆନ୍ଦୋଳନ ହେବ। ସକାଳ ୭ଟାରୁ ପିଏମଜି ଛକରୁ ଅଟୋ ରାଲି ବାହାରି ବାଣୀବିହାର ଆରଟିଓ ଅଫିସ ଘେରାଉ କରାଯିବ ବୋଲି କହିଛନ୍ତି Smart City Online Auto Association (SCOAA)ର ପ୍ରତିଷ୍ଠାତା ଦୀନବନ୍ଧୁ ନାୟକ।

ପୂର୍ବରୁ ଡିସେମ୍ବର ୩୧ରେ ସାରା ଭାରତରେ ଏଗ୍ରିଗେଟରଙ୍କ ଶୋଷଣକୁ ବିରୋଧ କରି ଧର୍ମଘଟ କରିଥିଲେ ସ୍ବିଗି, ଜମାଟୋ, ବ୍ଲିଂକିଟ୍ ଭଳି କ୍ବିକ୍ କମର୍ସ ଓ ଇ-କମର୍ସ ପ୍ଲାଟଫର୍ମରେ କାମ କରୁଥିବା କର୍ମଚାରୀ। ଅସ୍ବଚ୍ଛ ଆଲଗୋରିଦିମ୍ ଓ ମନମୁଖୀ କାରବାର ଯୋଗୁଁ ସେମାନଙ୍କ ମାସିକ ଆୟ ପୂର୍ବ ଅପେକ୍ଷା କମିଯାଉଛି । ବଜାର ମୂଲ୍ୟ ବଢ଼ୁଥିବାବେଳେ ସେମାନେ ଋଣଯନ୍ତାକୁ ଠେଲି ହୋଇଯାଉଥିବା କହିଛନ୍ତି। କେନ୍ଦ୍ର ସରକାର ନିକଟରେ ୪ଟି ଶ୍ରମ-କୋଡ ଲାଗୁ କରିବା ବେଳେ ଗିଗ୍ ଓ୍ବାର୍କର୍ସଙ୍କ ପାଇଁ ଓ୍ବେଲଫେୟାର ଫଣ୍ଡ, ସ୍ବାସ୍ଥ୍ୟ ଓ ବୀମା ଭଳି ଅନ୍ୟାନ୍ୟ ସୁବିଧା ଲାଗୁ କରିଛନ୍ତି। ହେଲେ ସେମାନେ ଏପର୍ଯ୍ୟନ୍ତ ତାର କୌଣସି ସୁଫଳ ପାଇନାହାନ୍ତି।

Advertisment

୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟ ଅନୁସାରେ ୨୦୨୫ରେ ସାରା ଦେଶରେ ୧ କୋଟି ୨୦ ଲକ୍ଷ ଗିଗ୍ ଓ୍ବାର୍କର୍ସ ବା ପ୍ଳାଟଫର୍ମ ଓ୍ବାର୍କର୍ସ କାମ କରୁଥିଲେ, ଯାହାକି ସଂପୂର୍ଣ୍ଣ କାର୍ଯ୍ୟଶକ୍ତିର ୨ ପ୍ରତିଶତ। ବଦଳୁଥିବା ସମୟରେ ଦିନକୁ ଦିନ ଏହି ସଂଖ୍ୟା ବଢ଼ିଚାଲିଛି। ସେମାନଙ୍କୁ ସମ୍ମାନର ସହ ଜିଇଁବା ପାଇଁ ସରକାର ଅଧିକ ପଦକ୍ଷେପ ନେବା ଉଚିତ।

ଭୁବନେଶ୍ବରରୁ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟର

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe