Advertisment

ଓଡ଼ିଶା ଲାଇବ୍ରେରୀ ଏକାଡେମୀର ୱେବିନାର୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମ୍ପ୍ରତିକ ମହାମାରୀ କୋଭିଡ-୧୯ ମଧ୍ୟରେ ଓଡ଼ିଶା ଲାଇବ୍ରେରୀ ଏକାଡେମୀ (ଓଏଲ୍‌ଏ) ଷଷ୍ଠ ୱେବିନାର୍‌ ସିରିଜ୍‌ ଆୟୋଜିତ ହୋଇଯାଇଛି। ଯାହା ଲାଇବ୍ରେରୀ ଓ ସୂଚନା ବିଜ୍ଞାନରେ ଶିକ୍ଷା ଉପରେ ଅଧିକ ପ୍ରଭାବ ପକାଉଛି। ଲାଇବ୍ରେରୀ, ସୂଚନା କେନ୍ଦ୍ର, ସଂଗ୍ରହାଳୟର ପ୍ରଫେସନାଲମାନଙ୍କୁ ସାହାଯ୍ୟ କରିବା ପାଇଁ ଓଡ଼ିଶା ଲାଇବ୍ରେରୀ ଏକାନଡେମୀ ନିୟମିତ ୱେବିନାର ଓ ୱେବକାଷ୍ଟ ଧରିଥାଏ। ଯାହା ଦେଶରେ ଲାଇବ୍ରେରୀ, ସୂଚନା କେନ୍ଦ୍ର, ସଂଗ୍ରାହଳୟର ସୁଗମ କାର୍ଯ୍ୟ ସମ୍ପ୍ରତିକ ଧାରା ଅଭ୍ୟାସ ଉପରେ ବିଭିନ୍ନ […]

ଓଡ଼ିଶା ଲାଇବ୍ରେରୀ ଏକାଡେମୀର ୱେବିନାର୍‌

libraruy

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମ୍ପ୍ରତିକ ମହାମାରୀ କୋଭିଡ-୧୯ ମଧ୍ୟରେ ଓଡ଼ିଶା ଲାଇବ୍ରେରୀ ଏକାଡେମୀ (ଓଏଲ୍‌ଏ) ଷଷ୍ଠ ୱେବିନାର୍‌ ସିରିଜ୍‌ ଆୟୋଜିତ ହୋଇଯାଇଛି। ଯାହା ଲାଇବ୍ରେରୀ ଓ ସୂଚନା ବିଜ୍ଞାନରେ ଶିକ୍ଷା ଉପରେ ଅଧିକ ପ୍ରଭାବ ପକାଉଛି। ଲାଇବ୍ରେରୀ, ସୂଚନା କେନ୍ଦ୍ର, ସଂଗ୍ରହାଳୟର ପ୍ରଫେସନାଲମାନଙ୍କୁ ସାହାଯ୍ୟ କରିବା ପାଇଁ ଓଡ଼ିଶା ଲାଇବ୍ରେରୀ ଏକାନଡେମୀ ନିୟମିତ ୱେବିନାର ଓ ୱେବକାଷ୍ଟ ଧରିଥାଏ। ଯାହା ଦେଶରେ ଲାଇବ୍ରେରୀ, ସୂଚନା କେନ୍ଦ୍ର, ସଂଗ୍ରାହଳୟର ସୁଗମ କାର୍ଯ୍ୟ ସମ୍ପ୍ରତିକ ଧାରା ଅଭ୍ୟାସ ଉପରେ ବିଭିନ୍ନ ବୃତ୍ତିଗତ ବିଷୟ ଗୁଡ଼ିକ ସମାଧାନ କରିଥାଏ।

Advertisment

‘କରୋନା’ ଭାଇରସ୍‌ ସମଗ୍ର ବିଶ୍ୱରେ ବ୍ୟାପିଛି। ଏହା ସତ୍ତ୍ୱେ ଓଏଲଏ କ୍ରମାଗତ ଭାବରେ ୬ଟି ୱେବିନାର୍‌ କରିଛି। ଯାହା ମାଧ୍ୟମରେ ବୌଦ୍ଧିକ ଗଣଧର୍ମ ପରିଚାଳନା,  କକୋହ(ନୂଆ ପ୍ରକାଶନ ସଂସ୍କରଣ ୨୦.୨୫) ପରି ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଛି। ଏଥିରେ ମୁକ୍ତ ଉତ୍ସ ପ୍ରଯୁକ୍ତିବିଦ୍ୟା, ଅନୁସନ୍ଧାନ ତଥ୍ୟ ପରିଚାଳନା, ସମଗ୍ର ବିଶ୍ୱରେ ଜଣାଶୁଣା ବିଶେଷଜ୍ଞଙ୍କ ଦ୍ୱାରା କୋଭିଡ୍‌-୧୯ ସମୟରେ ମେଟ୍ରିକ୍‌ ଟୁ ଆଲ୍ଟମେରିକ୍ସ ଏବଂ ଏସଓପି ଉପରେ ଆଲୋଚନା କରାଯାଇଛି।

ଜୁନ ଗତ ଶନିବାର ସନ୍ଧ୍ୟା ୭ଟା ବେଳେ ଓଏଲଏର ସିରିଜ ଆୟୋଜନ ହୋଇଯାଇଛି। ଯାହା ବିଷୟ ବସ୍ତୁ ବସ୍ତୁ ଥିଲା “ମହାମାରୀ ଦୁନିଆର ପୁନଃ ଲାଇବ୍ରେରୀ ଖୋଲିବାର ରଣନୀତି”। ଏଥିରେ ମୁଖ୍ୟଅତିଥି ଭାବେ କାନାଡ଼ାର ଅନ୍‌ଟାରିଓର ପବ୍ଲିକ ଲାଇବ୍ରେରୀ ଫେଡେରେଶନ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଷ୍ଟିଫେନ୍‌ ଆବ୍ରାନ ଯୋଗଦେଇଥିଲେ। ଲାଇବ୍ରେରୀ ସୂଚନା ସଂଗ୍ରାହାଳୟ ପରିଚାଳନା କରିବା ପାଇଁ ଶ୍ରୀ ଅବରାମ ନିଜର ଅନ୍ତର୍ନିହିତ ସୂଚନା ଓ ଅନ୍ୟାନ୍ୟ ଟିପ୍ସ ବାଣ୍ଟିଥିଲେ। ଏକ ସକରାତ୍ମକ ମନୋଭାବ ରଖିବାକୁ ସେ ପରାମର୍ଶ ଦେଇଥିଲେ। ଏଥିରେ ଓଏଲ୍‌ଏର ସଭାପତି ଡକ୍ଟର ବାନାମ୍ୱର ସାହୁ ଅଧ୍ୟକ୍ଷତା କରିଥିଲେ। ବିଜୟ କେତନ ପଣ୍ଡା ଓ ଡକ୍ଟର ନୃସିଂହ ଦାଶ କାର୍ଯ୍ୟକ୍ରମ ଆୟୋଜକ କରିଥିଲେ। ଅଧିବେଶନ ଆୟୋଜନ ପାଇଁ ଡକ୍ଟର ସତ୍ୟ ରଞ୍ଜନ ସାହୁ, ବସନ୍ତ କୁମାର ଦାସ ଓ ନିରଞ୍ଜନ ମହାପାତ୍ର ୱେବିନାର ସିଷ୍ଟମ ଆଡମିନିଷ୍ଟ୍ରେଟର ଭାବରେ ଟେକ୍ନିକାଲ ସାହାଯ୍ୟ ପ୍ରଦାନ କରିଥିଲେ।

Advertisment

୪୦୦ରୁ ଅଧିକ ପ୍ରଫେସନାଲ ଅନ୍‌ଲାଇନ୍‌ ଅଧିବେଶନରେ ଯୋଗ ଦେଇଥିଲେ। ସେମାନଙ୍କ ଲାଇବ୍ରେରୀ ଓ ସୂଚନା କେନ୍ଦ୍ର ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରସଙ୍ଗ ପଚାରିଲେ। ଡକ୍ଟର ପ୍ରଜ୍ଞା ଦାସଙ୍କ ଧନ୍ୟବାଦ ଅର୍ପଣ ସହିତ ଅଧିବେଶନ ଶେଷ ହୋଇଥିଲା। ଓଡିଶା ଲାଇବ୍ରେରୀ ଏକାନଡମୀର ସାଧାରଣ ସମ୍ପାଦକ ଡକ୍ଟର ବାସୁଦେବ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ସପ୍ତମ ୱେବିନାର ୨୦୨୦ ଜୁନ ୨୭ ତାରିଖରେ ଅନୁଷ୍ଠିତ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe