Advertisment

ଓଲରା ଗାଁ ଏବେ କଣ୍ଟେନମେଣ୍ଟ ଜୋନ୍‌

କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଓଲରା ଗାଁକୁ ଅସ୍ତରଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଗାଁର ଏକ ଦମ୍ପତି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଗତକାଲି ପ୍ରଶାସନ ପକ୍ଷରୁ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ତେବେ ଏହି ଦମ୍ପତି ନିକଟରେ କଲିକତାରୁ ଗାଁକୁ ପଳାଇ ଆସିଥିଲେ। ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ନିଆଯାଇଥିଲା। ଜଣଙ୍କୁ ମାଣ୍ଡୁକି ଆଉ ଜଣଙ୍କୁ ବନ୍ତିଳୋ […]

ଓଲରା ଗାଁ ଏବେ କଣ୍ଟେନମେଣ୍ଟ ଜୋନ୍‌

konark

Advertisment

କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଓଲରା ଗାଁକୁ ଅସ୍ତରଙ୍ଗ ବ୍ଲକ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଗାଁର ଏକ ଦମ୍ପତି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଗତକାଲି ପ୍ରଶାସନ ପକ୍ଷରୁ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ତେବେ ଏହି ଦମ୍ପତି ନିକଟରେ କଲିକତାରୁ ଗାଁକୁ ପଳାଇ ଆସିଥିଲେ।

Advertisment

ଖବର ପାଇବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ନିଆଯାଇଥିଲା। ଜଣଙ୍କୁ ମାଣ୍ଡୁକି ଆଉ ଜଣଙ୍କୁ ବନ୍ତିଳୋ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା।  ଏହାପରେ ସେମାନଙ୍କ ସ୍ୱାବ ଟେଷ୍ଟ ହେବା ପରେ ୧୫ ତାରିଖରେ ରିପୋର୍ଟ ପଜିଟିଭ୍ ଆସିଥିଲା। ତେବେ ଉକ୍ତ ଦମ୍ପତି ୭ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ଏହାପରେ ଗତକାଲି ଓଲରା ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରୁ ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କାକଟପୁର ବ୍ଲକରୁ ମଧ୍ୟ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ପଜିଟିଭ୍‌ ଚିହ୍ନଟ ହୋଇଥିବା କାକଟପୁର ବ୍ଲକର ଜଳେଶ୍ୱରପଡା ଓ ବାଙ୍ଗୁରି ଗାଁର କ୍ୱାରେଣ୍ଟାଇନ ସେଣ୍ଟରକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe