Advertisment

ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ମାଲକାନଗିରି(ଜିତେନ୍ଦ୍ର ବେଉରା): ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା । ଏଭଳି ଘଟଣା ଘଟିଛି ମାଲକାନଗିରି ସଦର ମହକୁମା ଥାନା ତମସାପାଲ୍ଲୀ ଗାଁରେ । ଗାଁର ଉଘ ପଡିଆମୀ ନାମ୍ନୀ ବୃଦ୍ଧା ଘରେ ଶୋଇଥିବା ବେଳେ ସେହି ଗାଁର ରାମ ସୋଡି ନାମକ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ୬ ମାସ ତଳେ ରାମ ସୋଡିଙ୍କ ପୁଅର ଅଜଣା ରୋଗରେ ପ୍ରାଣ ହରାଇଥିଲେ। […]

author-image
Niharika Rout
ଅଦ୍ୟତନ ହୋଇଛି
କରୋନା ଭାଇରସ ପାଇଁ ଦେଶରେ ପ୍ରଥମ ହତ୍ୟା, ଭାଇକୁ ମାରିଲା ଭାଇ

Murder-1

ମାଲକାନଗିରି(ଜିତେନ୍ଦ୍ର ବେଉରା): ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା । ଏଭଳି ଘଟଣା ଘଟିଛି ମାଲକାନଗିରି ସଦର ମହକୁମା ଥାନା ତମସାପାଲ୍ଲୀ ଗାଁରେ ।

Advertisment

ଗାଁର ଉଘ ପଡିଆମୀ ନାମ୍ନୀ ବୃଦ୍ଧା ଘରେ ଶୋଇଥିବା ବେଳେ ସେହି ଗାଁର ରାମ ସୋଡି ନାମକ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ୬ ମାସ ତଳେ ରାମ ସୋଡିଙ୍କ ପୁଅର ଅଜଣା ରୋଗରେ ପ୍ରାଣ ହରାଇଥିଲେ। ବୃଦ୍ଧା ଜଣକ ଗୁଣିଗାରେଡି କରି ପୁଅକୁ ମାରିଦେଇଥିବା ଅଭିଯୋଗ କରି ଗାଁରେ ଖାପ ପଞ୍ଚାୟତ ବସିଥିଲା।  କିନ୍ତୁ ସେଥିରେ କିଛି ସମାଧାନ ନହେବାରୁ ରାମ ସୋଡି ଏଭଲି ପଦକ୍ଷେପ ନେଇଥିବା ସୂଚନା ମିଳିଛି । ସେପଟେ ଘଟଣାରେ ପୁଲିସ୍‌ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ।

Murder