Advertisment

ଋଣ ସୁଝିବାକୁ ବୃଦ୍ଧା କରୁଛନ୍ତି ଭିକ୍ଷାବୃତ୍ତି

ରାଉରକେଲା (ଓଡ଼ିଶା ରିପୋର୍ଟର): ଚମ ଧୁଡ଼ୁଧୁଡ଼ୁ ହୋଇଗଲାଣି। ଚାଲିବାକୁ ବଳ ପାଉନି। ବୟସ ପ୍ରାୟ ୭୫ ବର୍ଷ ହେବ। ହେଲେ ମୁଣ୍ଡ ଉପରେ ଋଣ ସୁଝିବା ଚିନ୍ତା। ଏଥିନିମନ୍ତେ ଜଣେ ବୃଦ୍ଧା ଟ୍ରେନରେ ଭୁବନେଶ୍ୱରରୁ ରାଉରକେଲା ଚାଲିଆସି ଭିକ୍ଷାବୃତ୍ତି କରୁଛନ୍ତି। ରାଉରକେଲା ଷ୍ଟେସନ ପାଲଟିଛି ତାଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ। ତେବେ ସେ ଭୁବନେଶ୍ୱର ବାଣୀବିହାରସ୍ଥିତ ଏକ ବସ୍ତିରେ ରୁହନ୍ତି। ତାଙ୍କ ନାମ ଭଗବତୀ ପାଣିଗ୍ରାହୀ। ବହୁ ପଚାରିବାରେ ଜଣାପଡ଼ିଛି ଏହି ଭିକ୍ଷା ମାଗିବାର ମୂଳ କାରଣ। […]

ଅଦ୍ୟତନ ହୋଇଛି
ଋଣ ସୁଝିବାକୁ ବୃଦ୍ଧା କରୁଛନ୍ତି ଭିକ୍ଷାବୃତ୍ତି

Brudha

Advertisment

ରାଉରକେଲା (ଓଡ଼ିଶା ରିପୋର୍ଟର): ଚମ ଧୁଡ଼ୁଧୁଡ଼ୁ ହୋଇଗଲାଣି। ଚାଲିବାକୁ ବଳ ପାଉନି। ବୟସ ପ୍ରାୟ ୭୫ ବର୍ଷ ହେବ। ହେଲେ ମୁଣ୍ଡ ଉପରେ ଋଣ ସୁଝିବା ଚିନ୍ତା। ଏଥିନିମନ୍ତେ ଜଣେ ବୃଦ୍ଧା ଟ୍ରେନରେ ଭୁବନେଶ୍ୱରରୁ ରାଉରକେଲା ଚାଲିଆସି ଭିକ୍ଷାବୃତ୍ତି କରୁଛନ୍ତି। ରାଉରକେଲା ଷ୍ଟେସନ ପାଲଟିଛି ତାଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ। ତେବେ ସେ ଭୁବନେଶ୍ୱର ବାଣୀବିହାରସ୍ଥିତ ଏକ ବସ୍ତିରେ ରୁହନ୍ତି। ତାଙ୍କ ନାମ ଭଗବତୀ ପାଣିଗ୍ରାହୀ।

Advertisment

ବହୁ ପଚାରିବାରେ ଜଣାପଡ଼ିଛି ଏହି ଭିକ୍ଷା ମାଗିବାର ମୂଳ କାରଣ। ସେ କହିଛନ୍ତି, ଘର ଛପର କରିବାକୁ ୪୦ ହଜାର ଟଙ୍କା ପଡୋଶୀଙ୍କଠାରୁ ଋଣ କରିଥିଲେ। କିନ୍ତୁ ଆଉ ସୁଝିପାରିଲେ ନାହିଁ। ଫଳରେ ଭିକ୍ଷାବୃତ୍ତି କରି ଋଣ ପରିଶୋଧ କରିବାକୁ ମନସ୍ତ କରିଛନ୍ତି। ପ୍ରତିମାସରେ ୪ ହଜାର ଟଙ୍କା ଲେଖାଏଁ ପରିଶୋଧ କରିବାକୁ ଋଣ ଦେଇଥିବା ବ୍ୟକ୍ତି ତାଗିଦ କରିଛନ୍ତି। ଏଥିନିମନ୍ତେ ସେ ଦୁଇମାସ ହେବ ଭିକ୍ଷା କରିବା ପାଇଁ ଭୁବନେଶ୍ୱରକୁ ଉପଯୁକ୍ତ ନ ଭାବି ଟ୍ରେନ ଯୋଗେ ରାଉରକେଲା ପଳାଇ ଆସିଛନ୍ତି। ଏଠାରେ ବୁଲି ବୁଲି ଭିକ୍ଷା ମାଗୁଛନ୍ତି। ଭିକ୍ଷାରୁ ଯାହା ମିଳେ ପ୍ରତି ୩ ଦିନ ଅନ୍ତରରେ ତାହାକୁ ଧରି ଭୁବନେଶ୍ୱର ଯାଇଥାନ୍ତି। ଋଣ ପରିଶୋଧ କରି ପୁଣି ରାଉରକେଲା ଚାଲିଆସନ୍ତି।

ବୃଦ୍ଧାଙ୍କ ସ୍ୱାମୀ ଆରପାରିକୁ ଚାଲିଯିବା ପରେ ସେ ପରିବାର ପ୍ରତିପୋଷଣ ନିମନ୍ତେ ବାଧ୍ୟ ହୋଇ ଅଣ୍ଟା ଭିଡ଼ିଥିଲେ। ବୋଝ ଉପରେ ଲଳିତା ବିଡ଼ା ଭଳି ଘରେ ତାଙ୍କର ଜଣେ ଦିବ୍ୟାଙ୍ଗ ପୁଅ ଅଛନ୍ତି। ତାଙ୍କ ଲାଳନପାଳନ ଦାୟିତ୍ୱ ମଧ୍ୟ ତୁଲାଇବାକୁ ପଡ଼ୁଛି। ୩ ଝିଅ ବାହା ହୋଇସାରିଛନ୍ତି। ହେଲେ ସେମାନଙ୍କ ହାନିଲାଭ ମଧ୍ୟ ବୁଝିବାକୁ ପଡ଼ୁଛି। ତେଣୁ ଅନ୍ୟ ଉପାୟ ନ ପାଇ ସେ ଭିକ୍ଷା କରୁଥିବା କହିଛନ୍ତି।

Advertisment

ସରକାର ଅସହାୟ ଓ ଭିକ୍ଷା ମାଗି ଚଳୁଥିବା ବ୍ୟକ୍ତିଙ୍କ ସହାୟତା ତଥା ଥଇଥାନ ନିମନ୍ତେ ଯୋଜନା କରିଛନ୍ତି। ହେଲେ ଏହି ବୃଦ୍ଧାଙ୍କ କ୍ଷେତ୍ରରେ ଏହା ପ୍ରହସନ ପାଲଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe